ନୂତନ ଜୀବିକା ଉପାୟ ସୃଷ୍ଟି ଏବଂ ଦ୍ରୁତ ଆର୍ଥିକ ପ୍ରଗତି ଉପରେ ଗୁରୁତ୍ବ ଦିଅଯିବ: ମୁଖ୍ୟ ଶାସନ ସଚିବ

Advertisment
ସିଙ୍ଗଲ୍‌ ୱିଣ୍ଡୋ କମିଟିର ମଞ୍ଜୁରି: ୧୧ ପ୍ରକଳ୍ପରେ ନିବେଶ ହେବ ୨,୨୫୩ କୋଟି

ଭୁବନେଶ୍ବର: ରାଜ୍ୟବାସୀଙ୍କ ପାଇଁ ନୂଆବର୍ଷ ସୁଖପ୍ରଦ ହେଉ। ପ୍ରଭୁ ଜଗନ୍ନାଥଙ୍କ ନିକଟରେ ଏତିକି ପ୍ରାର୍ଥନା କରୁଛି। ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ସୁରେଶ ଚନ୍ଦ୍ର ମହାପାତ୍ର ଏହା କହିଛନ୍ତି। ରାଜ୍ୟର ସବୁ ଅଂଚଳ ଓ ସବୁ ବର୍ଗର ବ୍ୟକ୍ତିମାନଙ୍କର ସମନ୍ବିତ ବିକାଶ ସରକାରଙ୍କ ମୌଳିକ ଲକ୍ଷ୍ୟ। ଏଥିପାଇଁ କୋଭିଡ କ୍ଷତିଗ୍ରସ୍ତ ଆର୍ଥିକ ସ୍ଥିତିର ଦ୍ରୁତ ଆର୍ଥିକ ସୁଧାର ଓ ଅଭିବୃଦ୍ଧିକୁ ଗୁରୁତ୍ବ ଦିଆଯିବ। କୋଭିଡ ଲଢ଼େଇ ସହ ଦୀର୍ଘସ୍ଥାୟୀ ପୋଷଣୀୟ ଜୀବିକା ସୃଷ୍ଟି, ଆରମ୍ଭ ହୋଇଥିବା ପ୍ରକଳ୍ପ ଗୁଡ଼ିକର ତ୍ବରାନ୍ବିତ କାର୍ଯ୍ୟାନ୍ବୟନ ଏବଂ ସମୟାନୁବନ୍ଧିତ ଭାବେ ବିଭିନ୍ନ ସେବା ଯୋଗାଣ ପ୍ରଶାସନର ପ୍ରାଥମିକତା ହେବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe