ପିପିଲି-ଡେଲାଙ୍ଗ ମାଟିର ଲୋକଙ୍କ ପ୍ରଗତିକୁ ଗୁରୁତ୍ବ ଦେବି: ରୁଦ୍ର ପ୍ରତାପ ମହରଥୀ

Advertisment
ପିପିଲି-ଡେଲାଙ୍ଗ ମାଟିର ଲୋକଙ୍କ ପ୍ରଗତିକୁ ଗୁରୁତ୍ବ ଦେବି: ରୁଦ୍ର ପ୍ରତାପ ମହରଥୀ

ଭୁବନେଶ୍ବର: ବି‌ଜୁ ଜନତା ଦଳ (ବିଜେଡି)ର ପ୍ରାର୍ଥୀ ଭାବେ ନାଁ ଘୋଷଣା ହେବା ପରେ ରୁଦ୍ରପ୍ରତାପ ମହରଥୀ ଗଣମାଧ୍ୟମର ପ୍ରତିନିଧିଙ୍କୁ ନିଜର ପ୍ରତିକ୍ରିୟା ଦେଇଛନ୍ତି। ମା’-ବାପାଙ୍କ ଆଶୀର୍ବାଦ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲାଗି ପିପିଲ ବିଧାନସଭା ଉପନିର୍ବାଚନରେ ବିଜେଡିର ପ୍ରାର୍ଥୀ ହେବାର ସୁଯୋଗ ମିଳିଛି। ମୁଖ୍ୟମନ୍ତ୍ରୀ ମୋ ଉପରେ ଭରସା ରଖିଥିବାରୁ ତାଙ୍କୁ କୃତଜ୍ଞତା ଜଣାଉଛି। ବାପାଙ୍କ ଅଧୁରା ସ୍ବପ୍ନକୁ ପୂରଣ କରିବି। ପିପିଲି-ଡେଲାଙ୍ଗ ମାଟିର ଲୋକଙ୍କ ଅଗ୍ରଗତି ଓ ପ୍ରଗତି ମୋ ପାଇଁ ଗୁରୁତ୍ବ ରହିବ। ମା’ଙ୍କ ଆଶୀର୍ବାଦ ସବୁବେଳେ ମୋ ସହ ରହିଛି। ମୁଁ ଟିକେଟ ପାଇବା ଯାହା, ମା’ ପାଇବା ତାହା। ବାପା-ମା’ଙ୍କ ବିନା ମୋର କିଛି ଅସ୍ଥିତ୍ବ ନାହିଁ।

ସୂଚନାଯୋଗ୍ୟ, ପିପିଲି ଉପ-ନିର୍ବାଚନରେ ବିଜୁ ଜନତା ଦଳ ପକ୍ଷରୁ ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁତ୍ର ରୁଦ୍ରପ୍ରତାପ ମହାରଥୀଙ୍କୁ ପ୍ରାର୍ଥୀ କରାଯାଇଛି। ତାଙ୍କ ନାମ ଉପରେ ମୋହର ଲଗାଇଛନ୍ତି ବିଜେଡି ସୁପ୍ରିମୋ ତଥା ଦଳର ଅଧ୍ୟକ୍ଷ ନବୀନ ପଟ୍ଟନାୟକ।  ଯଦିଓ ରାଜନୈତିକ ମହଲରେ ଚର୍ଚ୍ଚା ହେଉଥିଲା କି ଟିକେଟ୍ ଦୌଡ଼ରେ ସ୍ବର୍ଗତଃ ମହାରଥୀଙ୍କ ପତ୍ନୀ ପ୍ରତିଭା ମହାରଥୀଙ୍କ ପଲା ଭାରୀ ରହିଛି ଓ ଦଳର ଗୋଟିଏ ଗୋଷ୍ଠୀ ତାଙ୍କ ସପକ୍ଷରେ ଯୁକ୍ତି ଚଳାଇଛନ୍ତି, ମାତ୍ର ଶେଷରେ ପୁଅ ରୁଦ୍ରପ୍ରତାପଙ୍କ ସପକ୍ଷରେ ଯାଇଛି ନିଷ୍ପତ୍ତି। ଆଜି କିମ୍ବା ଆସନ୍ତାକାଲି ରୁଦ୍ରପ୍ରତାପ ପ୍ରାର୍ଥୀପତ୍ର ଦାଖଲ କରିପାରନ୍ତି ବୋଲି କୁହାଯାଉଛି।

ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ପୂର୍ବରୁ ବିଜେପି ଆଶ୍ରିତ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଛି। ଆଶ୍ରିତ ପଟ୍ଟନାୟକ ଆଜି ନାମାଙ୍କନ କରିଛନ୍ତି । ତେବେ ଆଶ୍ରିତ ନାମାଙ୍କନ ପୂର୍ବରୁ ପିପିଲି ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ଆଉ ତାପରେ ଏକ ବାଇକ ରାଲିରେ ପୁରୀ ଅଭିମୁଖେ ବାହାରିଥିଲେ । ସଠାରେ ବିଜେପିର ନେତା ଓ କର୍ମୀଙ୍କ ଗହଣରେ ଯାଇ ନାମାଙ୍କନ ଦାଖଲ କରିଛନ୍ତି ଆଶ୍ରିତ । ପ୍ରାର୍ଥୀପତ୍ର ଦାଖଲ ପରେ ଆଶ୍ରିତ କହିଛନ୍ତି, ପିପିଲି ଉପନିର୍ବାଚନରେ ଲୋକଙ୍କ ବିଶ୍ୱାସ ବିଜୟ ହେବ, ବିଜୟୀ ହେବ ଭାରତୀୟ ଜନତା ପାର୍ଟି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe