ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ : ଶାଶୂଘରେ ବୋହୂ କ୍ରୀତଦାସ ନୁହେଁ

Advertisment

ସମବେଦନାରୁ ବଞ୍ଚିତ କରାଯାଇ ପାରିବନାହିଁ

ସମବେଦନାରୁ ବଞ୍ଚିତ କରାଯାଇ ପାରିବନାହିଁ

ଅର୍ଚ୍ଚନା ନାଗଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳିଙ୍କ ଅଡ଼ୁଆ ବଢ଼ିଲା, ଆଗୁଆ ଜାମିନ ଆବେଦନ ଖାରଜ

ThePrint

କଟକ : ସାମାଜିକ ବ୍ୟବସ୍ଥାକୁ ଦୋହଲାଇ ଦେବା ଭଳି ଅପରାଧିକ ମାମଲାରେ ସଂପୃକ୍ତ ଜଣେ ଅଭିଯୁକ୍ତ କେତେ ଦିନ ଜେଲରେ ଅଟକ ରହିଛି, ତାହାକୁ ବିଚାରକୁ ନେଇ ଜାମିନରେ ଛଡ଼ା ଯାଇପାରିବ ନାହିଁ। ଶାଶୂ ଘରେ ବୋହୂକୁ କୌଣସି ପରିସ୍ଥିତିରେ ବି କ୍ରୀତଦାସ ଭଳି ବ୍ୟବହାର କରାଯାଇପାରିବ ନାହିଁ। ଶାଶୂଘରେ ବୋହୂକୁ ଅନ୍ତତପକ୍ଷେ ମାନବିକ ସମବେଦନା ମିଳିବା ଆବଶ୍ୟକ। ଏକ ବଧୂ ନିର୍ଯାତନା ସଂପର୍କିତ ମାମଲାର ଶୁଣାଣି କରି ହାଇକୋର୍ଟ ଏଭଳି ଟିପ୍ପଣୀ ଦେବା ସହିତ ଅଭିଯୁକ୍ତ ସ୍ବାମୀର ଜାମିନ ଆବେଦନ ଖାରଜ କରିଛନ୍ତି। ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଯୌତୁକ ଜନିତ ନିର୍ଯାତନା ଓ ପ୍ରାଣାନ୍ତକ ଆକ୍ରମଣ ମାମଲାରେ ଦାୟର ନିୟମିତ ଜାମିନ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ‌ଯେ, ୨୦୧୫, ଫେବ୍ରୁଆରି ୨୦ରେ ଢେଙ୍କାନାଳ ଅଞ୍ଚଳରେ ଏହି ବିବାହ ହୋଇଥିଲା। ଯୁବତୀଙ୍କ ବାପା ୫ ଲକ୍ଷ ଟଙ୍କା, ୨୦ ଭରିର ସୁନା ଗହଣା ସହିତ ଅନ୍ୟ ଜିନିଷ ‌େଯୗତୁକ ବାବଦରେ ଦେଇଥିଲେ। ବିବାହର ଦୁଇ ବର୍ଷ ପରେ ଅଧିକ ଯୌତୁକ ଦାବି କରି ଯୁବତୀଙ୍କୁ ଶାଶୂ ଘରେ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଥିଲା। ସ୍ଥାନୀୟ ମୁରବିଙ୍କ ହସ୍ତକ୍ଷେପ ପରେ ଆପୋସରେ ବିବାଦର ସମାଧାନ ହୋଇଥିଲା। ୨୦୨୦, ଜୁନ୍ ୬‌ରେ ଯୁବତୀଙ୍କୁ ତାଙ୍କ ସ୍ବାମୀ ଓ ଶାଶୂ ଘରର ଅନ୍ୟ କେତେକ ସଦସ୍ୟ ମାଡ଼ ମାରିବା ସହିତ ଆକ୍ରମଣ କରିଥିଲେ। ତାଙ୍କ ଦେହରେ ବାଇଡଙ୍କ ଲଗାଇ ଦେଇଥିଲେ। ସ୍ବାମୀ ତାଙ୍କ ଉପରେ କିରାସିନ ଢାଳି ନିଆଁ ଲଗାଇ ଦେଇଥିଲେ।

କୌଣସି ମତେ ପୀଡ଼ିତା ଘଟଣାସ୍ଥଳରୁ ଜୀବନ ବଞ୍ଚାଇ ଆହତ ଅବସ୍ଥାରେ ବାପ ଘରକୁ ପଳାଇ ଯାଇଥିଲେ। ଏହାପରେ ଢେଙ୍କାନାଳ ତୁମୁସିଂହା ଥାନାରେ ପୀଡିତା ଏ ନେଇ ଅଭିଯୋଗ କରିଥିଲେ। ପୁଲିସ ଆଇପିସିର ଦଫା ୪୯୮-କ, ୨୯୪, ୩୨୩, ୩୦୭, ୫୦୬, ୩୪ରେ ମାମଲା ରୁଜୁ କରି ଅଭିଯୁକ୍ତ ସ୍ବାମୀକୁ ଗିରଫ କରିଥିଲା। ଦୌରାଅଦାଲତରେ ଜାମିନ ଖାରଜ ହେବା ପରେ ଅଭିଯୁକ୍ତ ସ୍ବାମୀ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe