The New Indian Express
କଟକ : ୪୮ ବର୍ଷ ବୟସ ପରେ ଅଣତାଲିମପ୍ରାପ୍ତ ସ୍ନାତକ ହିନ୍ଦି ଶିକ୍ଷକଙ୍କ କ୍ଷେତ୍ରରେ ‘ତାଲିମପ୍ରାପ୍ତ ଗ୍ରାଜୁଏଟ୍ ସ୍କେଲ ଅଫ୍ ପେ’ ଲାଗୁ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ଅନ୍ୟ କେତେକ ହିନ୍ଦି ଶିକ୍ଷକ ୪୮ ବର୍ଷ ବୟସରେ ପଦାର୍ପଣ କରିବା ପରେ ସେମାନଙ୍କୁ ତାଲିମପ୍ରାପ୍ତଙ୍କ ଦରମା ପ୍ରଦାନ କରାଯାଇଥିବା ବେଳେ ସମାନ ପରିସ୍ଥିତିରେ ଥିବା ଅନ୍ୟମାନଙ୍କୁ ଏହି ସୁବିଧାରୁ ବଞ୍ଚିତ କରାଯିବା ଉଚିତ ନୁହେଁ ବୋଲି ହାଇକୋର୍ଟ କହିଛନ୍ତି।
ଯଦି କିଛି ନିର୍ଦ୍ଦିଷ୍ଟ କର୍ମଚାରୀଙ୍କୁ ନିର୍ଦ୍ଦିଷ୍ଟ ସୁବିଧା ଦେବାକୁ କୋର୍ଟ କହିଥାନ୍ତି ତେବେ ସମାନ ପରିସ୍ଥିତିରେ ଥିବା ଅନ୍ୟ ବ୍ୟକ୍ତିଙ୍କୁ ମଧ୍ୟ ସମାନ ସୁବିଧା ପ୍ରଦାନ କରାଯିବା ଉଚିତ। ଯଦି ଏପରି କରା ନ ଯାଏ, ତେବେ ତାହା ପାତରଅନ୍ତର ହେବ ଓ ସମ୍ବିଧାନର ଧାରା ୧୪ର ଉଲ୍ଲଂଘନ ଭାବେ ଗ୍ରହଣ କରାଯିବ ବୋଲି ହାଇକୋର୍ଟଙ୍କ ରାୟରେ ଉଲ୍ଲେଖ କରାଯାଇଛି। ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ.କେ.ନାୟକ ଓ ଅନ୍ୟ ୫ ଶହରୁ ଅଧିକ ହିନ୍ଦି ଶିକ୍ଷକଙ୍କ ଆବେଦନର ଏକତ୍ର ଶୁଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି।
Follow Us