ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ: ୩ ମାସ ମଧ୍ୟରେ ଶେଷ ହେବ ଜବତ ସାମଗ୍ରୀର ବିଚାର

Advertisment

ଥାନାରେ ଖତ ଖାଉଛି ୧୯ ହଜାର ୧୪୯ ଗାଡ଼ି, ଅନେକ ଗାଡ଼ିର ଦାବିଦାର ବି ନାହାନ୍ତି

ଥାନାରେ ଖତ ଖାଉଛି ୧୯ ହଜାର ୧୪୯ ଗାଡ଼ି, ଅନେକ ଗାଡ଼ିର ଦାବିଦାର ବି ନାହାନ୍ତି

ଖଣି ଅତିରିକ୍ତ ନିର୍ଦ୍ଦେଶକଙ୍କୁ ହାଇକୋର୍ଟରୁ ଜାମିନ

The New Indian Express

କଟକ : ବିଭିନ୍ନ ମାମଲାରେ ଜବତ ହୋଇ ପୁଲିସଥାନା ପରିସରରେ ପଡ଼ିରହିଥିବା ଗାଡ଼ି ଓ ଅନ୍ୟାନ୍ୟ ସାମଗ୍ରୀ ପ୍ରସଙ୍ଗରେ ହାଇକୋର୍ଟ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ଆସନ୍ତା ୩ ମାସ ମଧ୍ୟରେ ବିଭିନ୍ନ ଅଦାଲତରେ ବିଚାରାଧୀନ ଜବତ ସାମଗ୍ରୀ ଜିମା ସମ୍ପର୍କିତ ଆବେଦନ ଗୁଡିକର ବିଚାର ଶେଷ ହେବ। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସମ୍ପର୍କିତ ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି। ଏଭଳି ଗାଡି ଓ ସାମଗ୍ରୀ ଗୁଡ଼ିକ ମାଲିକ, ଉପଯୁକ୍ତ ବ୍ୟକ୍ତି ବା ସଂସ୍ଥାର ଜିମାରେ ଛାଡ଼ିବା ବା ନିଲାମ କରି ନଲାମଲବ୍ଧ ଅର୍ଥ ଜାତୀୟକରଣ ବ୍ୟାଙ୍କରେ ଜମା ରଖାଯିବା ଉପରେ ଗୁରୁତ୍ବାରୋପ କରିଛନ୍ତି। ଆସନ୍ତା ମେ ୨ ତାରିଖ ସୁଦ୍ଧା ସମସ୍ତ ଅଦାଲତ ଆବେଦନର ବିଚାର ଶେଷ କରି ନିର୍ଦ୍ଦେଶନାମା ପ୍ରକାଶ କରିବାକୁ ଖଣ୍ଡପୀଠ କହିଛନ୍ତି।

ଆଇନଜୀବୀ ଆଶିଷ ରଂଜନ ମହାନ୍ତି ଏ ସମ୍ପର୍କରେ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଆଗତ କରିଥିଲେ। ଦୁର୍ଘଟଣା ଓ ବିଭିନ୍ନ ଅପରାଧିକ ମାମଲାରେ ଜବତ ହୋଇଥିବା ୧୯ ହଜାର ୧୪୯ଟି ଦୁଇ ଚକିଆ, ତିନି ଚକିଆ ଓ ଚାରି ଚକିଆ ଗାଡ଼ି ତଦନ୍ତକାରୀ ସଂସ୍ଥାର କାର୍ଯ୍ୟାଳୟ ଓ ଥାନାରେ ପଡି ରହିଛି। ସେଥିମଧ୍ୟରୁ ୧ ୫୩୬ଟି ଗାଡିର କେହି ଦାବିଦାର ନାହାନ୍ତି। ଏହି ମାମଲାର ଶୁଣାଣି କରି ହାଇକୋର୍ଟ କହିଛନ୍ତି, ଏଭଳି ମାମଲାରେ ପ୍ରଦାନ କରାଯିବାକୁ ଥିବା ନିର୍ଦ୍ଦେଶନାମା ସଂକ୍ରାନ୍ତରେ ନିମ୍ନ ଅଦାଲତ ପକ୍ଷରୁ ହାଇକୋର୍ଟ ରେଜିଷ୍ଟ୍ରିକୁ ଅବଗତ କରାଯିବ। ଏହି ପ୍ରସଙ୍ଗରେ ସବୁ ମ‌ାଜିଷ୍ଟ୍ରେଟ ପାଳନ କରିବାକୁ ଥିବା ଏସ୍‌ଓପି ସଂକ୍ରାନ୍ତରେ ରେଜେଷ୍ଟ୍ରି ସମସ୍ତ ଜିଲ୍ଲାଜଜ୍‌ଙ୍କୁ ଅବଗତ କରାଇବେ। ହାଇକୋର୍ଟଙ୍କ ନିର୍ଦ୍ଦେଶନାମା କାର୍ଯ୍ୟକାରୀ ପ୍ରସଙ୍ଗରେ ପୁଲିସ ଡିଜି ଓ ଓଡିଶା ରାଜ୍ୟ ଆଇନସେବା ପ୍ରାଧିକରଣର ସମ୍ପୃକ୍ତ ଜିଲ୍ଲା ଅଦାଲତ ଓ ଏସପିଙ୍କ ସହ ସମନ୍ୱୟ ରଖିବେ। ଏକ ସପ୍ତାହ ଭିତରେ ଜବତ ସାମଗ୍ରୀ ଅଦାଲତରେ ଉପସ୍ଥାପନ କରାଯିବ। ଏହାପରେ ଦୁଇ ସପ୍ତାହ ଭିତରେ ସୁପ୍ରିମକୋର୍ଟଙ୍କ ବାସଭା କୋମ୍ ଦ୍ୟାମନଗୌଡା ପାଟିଲ, ସୁନ୍ଦରାଭାଇ ଅମ୍ବାଲା ଦେଶାଇ, ଜେନେରାଲ ଇନସ୍ୟୁରାନ୍ସ କାଉନସିଲ ମାମଲା ରାୟ ଆଧାରରେ ଜବତ ସାମଗ୍ରୀର ଜିମା ପ୍ରସଙ୍ଗରେ ସଂପୃକ୍ତ ଅଦାଲତ ନିର୍ଦ୍ଦେଶ ପ୍ରଦାନ କରିବେ।

ଜବତ ସାମଗ୍ରୀ ଅଧିକ ସମୟ ପର୍ଯ୍ୟନ୍ତ ଅଦାଲତର ମାଲଖାନା ବା ଥାନାରେ ରଖାଯିବ ନାହିଁ। ଯଦି ଏହି ଅବଧି ତିନି ମାସରୁ ଅଧିକ ‌ହୁଏ ତେବେ ସଂପୃକ୍ତ ଅଦାଲତ ଏ ସଂପର୍କିତ କାରଣ ନିର୍ଦ୍ଦେଶନାମାରେ ଉଲ୍ଲେଖ କରିବେ। କିନ୍ତୁ ଏହି ଅବଧି ୬ ମାସରୁ ଅଧିକ ନ ହେବା ଉପରେ ଗୁରୁତ୍ବାରୋପ କରାଯାଇଛି। ଯଦି ଜବତ ସାମଗ୍ରୀ ନଷ୍ଟ ହେବାର ସମ୍ଭାବନା ଥାଏ, ଏହା ବିକ୍ରି ପାଇଁ ଅଦାଲତ ନିର୍ଦ୍ଦେଶ ଦେଇପାରିବେ। ଏ ବାବଦରେ ମିଳିବାକୁ ଥିବା ଅର୍ଥକୁ ଜାତୀୟକରଣ ବ୍ୟାଙ୍କରେ ଜମା ରଖାଯିବ ଏବଂ ଅଦାଲତଙ୍କ ରାୟ ଉପରେ ଏହି ପ୍ରସଙ୍ଗ ନିର୍ଭର କରିବ। ଏହି ପ୍ରସଙ୍ଗରେ ଅଧିକ ନିର୍ଦ୍ଦେଶ ପ୍ରଦାନ ପାଇଁ ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୪କୁ ଧାର୍ଯ୍ୟ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe