ଗୁଣିଗାରେଡ଼ି, ଦୁଷ୍କର୍ମ ମାମଲାରେ ଜେଲ୍‌ଦଣ୍ଡ

ଛାତ୍ରୀ ଅସଦାଚରଣ ମାମଲା: ପୂର୍ବ ପ୍ରଧାନଶିକ୍ଷକଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡାଦେଶ

International Adviser

ଦୁଇ ଦୋଷୀଙ୍କୁ ୧୦ବର୍ଷ ଜେଲ୍‌

ରାୟଗଡ଼ା : ଗୁଣିଗାରେଡ଼ି ସନ୍ଦେହରେ ଯୁବକଙ୍କୁ ପିଟି ପିଟି ହତ୍ୟା ପରେ ଅଖାରେ ଭର୍ତ୍ତି କରି ନଦୀକୁ ଫିଙ୍ଗିଦେବା ମାମଲାର ଶୁଣାଣି କରି ରାୟ ପ୍ରକାଶ କରିଛନ୍ତି ରାୟଗଡ଼ା ଅତିରିକ୍ତ ଜିଲ୍ଲା ଦୌରାଜଜ୍ ରୀନା ଚୌଧୁରୀ। ହତ୍ୟାକାଣ୍ଡରେ ସଂପୃକ୍ତ ଦୁଇ ଦୋଷୀ ମୋହନ ଅଟକା, ଲାଚି ପାଲକାକୁ ୧୦ବର୍ଷ ସଶ୍ରମ କାରାଦଣ୍ଡ ସହିତ ୨୦ ହଜାର ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ଏହି ମାମଲାରେ ଅନ୍ୟ ୧୦ଜଣ ଦୋଷୀଙ୍କୁ ମଧ୍ୟ କୋର୍ଟ ୧୦ବର୍ଷ ଲେଖାଏଁ କାରାଦଣ୍ଡ ଶୁଣାଇଛନ୍ତି। ଅନ୍ୟ ୪ଜଣ ଅଭିଯୋଗଙ୍କ ଶୁଣାଣି ଜାରି ରହିଛି।

୨୦୧୪ ସେପ୍ଟେମ୍ବର ୮ ତାରିଖରେ କଲ୍ୟାଣସିଂହପୁର ଥାନା ଭେଜା ଗ୍ରାମର ଭୀମା ରାଓ ଅଟକାଙ୍କୁ ସେହି ଗ୍ରାମର ୧୬ ଜଣ ଗୁଣି ଗାରେଡ଼ି ସନ୍ଦେହରେ ହତ୍ୟା କରିଥିଲେ। ଦୋଷୀମାନେ ଭୀମା ରାଓଙ୍କୁ ଘରୁ ଟାଣି ଆଣି ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧିବା ପରେ ନିର୍ମମ ଭାବେ ପିଟିଥିଲେ। ଏହାପରେ ମୁର୍ମୂର୍ଷୁ ଅବସ୍ଥାରେ ଭୀମା ରାଓଙ୍କୁ ଗୋଟିଏ ବସ୍ତାରେ ଭର୍ତ୍ତିକରି ନାଗାବଳୀ ନଦୀକୁ ଫିଙ୍ଗି ଦେଇଥିଲେ। ହତ୍ୟାକାଣ୍ଡରେ ସଂପୃକ୍ତ ୧୬ ଜଣଙ୍କୁ ପୁଲିସ୍ ଗିରଫ କରି କୋର୍ଟ ଚାଲାଣ କରିବା ସହିତ ଚାର୍ଜସିଟ୍ ଦାଖଲ କରିଥିଲା।

ଦୁଷ୍କର୍ମକାରୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ

କେନ୍ଦୁଝର : ଜଣେ ଦୁଷ୍କର୍ମକାରୀକୁ ଶନିବାର ଦିନ କେନ୍ଦୁଝର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ମାନସ କୁମାର ମିଶ୍ର  ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୧୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି।

କାରାଦଣ୍ଡ ପାଇଥିବା ଦୋଷୀ ଜଣକ ହେଉଛି ଦାସ ମାଝି। ୨୦୧୫ ମସିହା ଡିସେମ୍ବର ୧୪ ତାରିଖ ହରିଚନ୍ଦନପୁର ଥାନା ଖଡ଼ିବାହାଳି ଗ୍ରାମର ଦାସ ମାଝି ଖେଦିଆମୁଣ୍ଡା ଗ୍ରାମକୁ ଯାଇଥିଲା। ଗାଁ ରାସ୍ତାରେ ଜଣେ ୫ ବର୍ଷର ନାବାଳିକାକୁ ଏକାକୀ ବୁଲୁଥିବାର ଦେଖି ତାଙ୍କୁ ଉଠାଇ ନେଇ ଦୁଷ୍କର୍ମ କରିଥିଲା। ଫଳରେ ଝିଅଟି ସଂଜ୍ଞାହୀନ ହୋଇପଡ଼ିଥିଲା। ତେଣୁ ଘଟଣାସ୍ଥଳରେ ଝିଅକୁ ଛାଡ଼ି ଦାସ ମାଝି ଫେରାର ହୋଇଯାଇଥିଲା।

ଘଟଣା ସମ୍ପର୍କରେ ଝିଅର ପରିବାର ଲୋକ ଜାଣିବାପରେ ଝିଅକୁ ଉଦ୍ଧାର କରି ଥାନାରେ ଅଭିଯୋଗ କରିଥିଲେ। ପିଏସ କେସ୍‌ ନମ୍ବର ୧୫୬/ ୧୫-୧୨-୨୦୧୫ ଦଫା ୩୭୬ (୨)(ଆଇ) ୬ ପୋକ୍ସୋ ଆକ୍ଟରେ ମାମଲା ରୁଜୁକରି ପୁଲିସ ଦାସକୁ ଗିରଫକରି କୋର୍ଟଚାଲାଣ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe