ଓଡ଼ିଆ ଭାଷାର ପ୍ରଗତି ଦଶନ୍ଧି କାର୍ଯ୍ୟକ୍ରମ ଉଦ୍‌ଘାଟିତ

Advertisment
ଓଡ଼ିଆ ଭାଷାର ପ୍ରଗତି ଦଶନ୍ଧି କାର୍ଯ୍ୟକ୍ରମ ଉଦ୍‌ଘାଟିତ

????????????????????????????????????

ଭୁବନେଶ୍ୱର: ଓଡ଼ିଆ ଏକ ପ୍ରାଚୀନ ଭାଷା। ୧୯୩୬ ମସିହାରେ ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବେ ଓଡ଼ିଶାର ଗଠନ ହୋଇଥିଲା। ଏହା ଭିତରେ ଦୀର୍ଘ ବର୍ଷ ବିତି ଗଲାଣି। ଏକବିଂଶ ଶତାବ୍ଦୀରେ ଓଡ଼ିଆ ଭାଷାକୁ ବିଜ୍ଞାନ ଓ ଉନ୍ନୟନର ଭାଷାରେ ପରିଣତ କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର। ବିନୋଦ କାନୁନ୍‌ଗୋ ଓଡ଼ିଆ-ଭାଷା ଉତ୍କର୍ଷ କେନ୍ଦ୍ର ପକ୍ଷରୁ ଆଜି ଜୟଦେବ ଭବନରେ ଓଡ଼ିଆ ଭାଷାର ପ୍ରଗତି ଦଶନ୍ଧି କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଯାଇଛି। ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଉତ୍ସବର ଅନ୍ୟତମ ଅତିଥି ପୂର୍ବତନ ମନ୍ତ୍ରୀ ଶେକ୍‌ ମତଲ୍ଲବ ଅଲ୍ଲୀ ଭାଷାର ବିକାଶ ସହ ଉତ୍ତରପିଢ଼ିର ବିକାଶ ବିଷୟରେ ଚିନ୍ତା କରାଯିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। ବିନୋଦ କାନୁନ୍‌ଗୋ ଓଡ଼ିଆ-ଭାଷା ଉତ୍କର୍ଷ କେନ୍ଦ୍ରର ଅଧ୍ୟକ୍ଷ ଦୀପକ କାନୁନ୍‌ଗୋ କହିଲେ, ତୃଣମୂଳସ୍ତରରେ ଓଡ଼ିଆ ଭାଷା ଯେପରି ନିଜର ସମ୍ମାନ ବଞ୍ଚାଇ ରଖିବ ସେଥିପାଇଁ ଉଦ୍ୟମ କରାଯିବା ଜରୁରି। ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଦୋଳଗୋବିନ୍ଦ ପ୍ରଧାନ ଓ ପଦ୍ମଚରଣ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ବିନୋଦ କାନୁନ୍‌ଗୋଙ୍କ ଲିଖିତ ଜ୍ଞାନମଣ୍ଡଳର ତ୍ରୟୋଦଶ ଖଣ୍ଡର ଐତିହ୍ୟ ସଂସ୍କରଣ ଜାତି ଉଦ୍ଦେଶ୍ୟରେ ଉନ୍ମୋଚନ କରାଯାଇଥିଲା। ପରେ ସ୍ମରଣିକାର ଉନ୍ମୋଚନ ହୋଇଥିଲା। ଭାଷା କେନ୍ଦ୍ରର ଟ୍ରଷ୍ଟି ଆଲୋକ କାନୁନ୍‌ଗୋ କାର୍ଯ୍ୟକ୍ରମ ସଂପର୍କରେ ବକ୍ତବ୍ୟ ରଖିଥିବା ବେଳେ ପ୍ରଶାନ୍ତ ଦାସ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe