ଅନ୍ୟଆଡ଼େ ହାତଖୋଲା, ମୟୂରଭଞ୍ଜକୁ ଅଣଦେଖା! କିଚକେଶ୍ବରୀ ଶକ୍ତିପୀଠର ଉନ୍ନତୀକରଣ ଭୁଲିଗଲେ

Advertisment

ବଢ଼ୁଛି ଅସନ୍ତୋଷ, ୨୫ରେ ବିକ୍ଷୋଭ କରିବ ଭଞ୍ଜସେନା

ବଢ଼ୁଛି ଅସନ୍ତୋଷ, ୨୫ରେ ବିକ୍ଷୋଭ କରିବ ଭଞ୍ଜସେନା

ଅନ୍ୟଆଡ଼େ ହାତଖୋଲା, ମୟୂରଭଞ୍ଜକୁ ଅଣଦେଖା! କିଚକେଶ୍ବରୀ ଶକ୍ତିପୀଠର ଉନ୍ନତୀକରଣ ଭୁଲିଗଲେ

ବାରିପଦା: ପୁରୀ ଶ୍ରୀକ୍ଷେତ୍ର, ଭୁବନେଶ୍ବର ଲିଙ୍ଗରାଜ ମନ୍ଦିର, ଜଗତସିଂହପୁର ମା’ ସାରଳା ମନ୍ଦିର, ସମ୍ବଲପୁରର ମା’ ସମଲେଶ୍ବରୀ ମନ୍ଦିର ହେଉ କି ଦକ୍ଷିଣ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠ; ଏସବୁ କ୍ଷେତ୍ରର ସୌନ୍ଦର୍ଯ୍ୟୀକରଣ ପାଇଁ ରାଜ୍ୟ ସରକାର ହାତ ଖୋଲି ଦେଇଛନ୍ତି। ଏହି ପୀଠମାନଙ୍କ ଉନ୍ନତି ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଛି। ଆହୁରି ବହୁ ମନ୍ଦିରର ସୌନ୍ଦର୍ଯ୍ୟୀକରଣ ପାଇଁ ତାଲିକା ପ୍ରସ୍ତୁତ ସରିଛି। ହେଲେ ଉତ୍ତର ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା’ କିଚକେଶ୍ବରୀଙ୍କ ପୀଠର ଉନ୍ନତୀକରଣ କଥା ପଶୋରି ଦେଇଛନ୍ତି ସରକାର।

ଏହାକୁ ନେଇ ବିଭିନ୍ନ ମହ‌ଲରେ ଅସନ୍ତୋଷ ପ୍ରକାଶ ପାଇଛି। ମୟୂରଭଞ୍ଜ ଜିଲ୍ଲାରେ ଥିବା ଅନେକ ପ୍ରସିଦ୍ଧ ଶକ୍ତିପୀଠ ମଧ୍ୟରୁ ଅନ୍ୟତମ ମା’ କିଚକେଶ୍ୱରୀ ପୀଠ। ଦେଶ ବିଦେଶରୁ ପର୍ଯ୍ୟଟକ ମୟୂରଭଞ୍ଜକୁ ବୁଲିବାକୁ ଆସିଲେ ପ୍ରଥମେ ଏହି ଶକ୍ତିପୀଠ ବୁଲିବାକୁ ଆସିଥାନ୍ତି। ତେବେ ଏଯାଏ ଏହି ପୀଠର ଆଖିଦୃଶିଆ ଉନ୍ନତୀକରଣ ହୋଇପାରିନି। ନିକଟରେ ସରକାର ରାଜ୍ୟର ପ୍ରସିଦ୍ଧ ମନ୍ଦିରଗୁଡ଼ିକର ଉନ୍ନତୀକରଣ ପାଇଁ ଯୋଜନା କରିଥିବା ବେଳେ ମୟୂରଭଞ୍ଜ ଜିଲ୍ଲାକୁ ଭୁଲିଗଲେ। ଏମିତି ସ୍ଥିତିରେ ଜିଲ୍ଲାର କେହି ବିଧାୟକ କିମ୍ବା ମନ୍ତ୍ରୀ ମୁହଁ ନଖୋଲିବା ବି ପରିତାପର ବିଷୟ ବୋଲି କହିଛି ଅଣରାଜନୈତିକ ସଂଗଠନ ଭଞ୍ଜସେନା। ସରକାର ସବୁ କ୍ଷେତ୍ରରେ ମୟୂରଭଞ୍ଜକୁ କଣ ପାଇଁ ଅଣଦେଖା କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଭଞ୍ଜସେନାର ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା। ସରକାରଙ୍କ ଅବହେଳା ପ୍ରତିବାଦରେ ଆସନ୍ତା ୨୫ ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ଗଣବିକ୍ଷୋଭ ପ୍ରଦର୍ଶନ କରାଯିବ। ତଥାପି ସରକାର ଦାବିକୁ ଅଣଦେଖା କଲେ ଜିଲ୍ଲାବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ଶ୍ରୀ ଜେନା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe