ସମ୍‌ରେ ହେବ କୋଭିଡ୍‌ ଟିକାର ପରୀକ୍ଷଣ

Advertisment
ସମ୍‌ରେ ହେବ କୋଭିଡ୍‌ ଟିକାର ପରୀକ୍ଷଣ

WION

ଭୁବନେଶ୍ୱର : ଦେଶର କୋଭିଡ୍‌-୧୯ ଟିକାର ଲୋକଙ୍କ ଉପରେ ଏହାର ପରୀକ୍ଷଣ ପାଇଁ ରାଜ୍ୟର ଆଇଏମ୍‌ଏସ୍‌ ସମ୍ ହସ୍ପିଟାଲକୁ ଆଇସିଏମ୍‌ଆର ପକ୍ଷରୁ ଚୟନ କରାଯାଇଛି। ଏଥିପାଇଁ ସମସ୍ତ ଆବଶ୍ୟକ ପଦକ୍ଷେମ ଗ୍ରହଣ କରିବା ଲାଗି ସମ୍ ହସ୍ପିଟାଲକୁ ଆଇସିଏମ୍‌ଆର୍‌ ପକ୍ଷରୁ ନିର୍ଦେଶ ଦିଆଯାଇଛି। ତେବେ ଦେଶର ୧୩ଟି ସ୍ବାସ୍ଥ୍ୟାନୁଷ୍ଠାନ ଏହି ଟିକା ପରୀକ୍ଷଣ ପାଇଁ ମନୋନୀତ ହୋଇଥିବାବେଳେ ଏଥିରେ ସମ୍ ହସ୍ପିଟାଲ ସ୍ଥାନ ପାଇଛି। ଆଇସିଏମ୍‌ଆର ଓ ପୁନେସ୍ଥିତ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଭାଇରୋଲାଜି ବା ଏନ୍‌ଆଇଭି ଦ୍ବାରା କରୋନା ଭୂତାଣରୁ ଷ୍ଟ୍ରେନ୍‌କୁ ପୃଥକ କରାଯିବା ପରେ ଏହାର ଟିକା ପ୍ରସ୍ତୁତ ପାଇଁ ଉଦ୍ୟମ ଜାରି ରହିଛି। ଆଇସିଏମ୍‌ଆର୍‌ ଓ ଭାରତ ବାଇଓଟେକ୍ ମିଳିତ ଭାବେ ଏହାର ଟିକା ପ୍ରସ୍ତୁତ କରୁଛନ୍ତି। ଡ୍ରଗ୍ କଣ୍ଟ୍ରୋଲର ଜେନେରାଲ ଅଫ୍‌ ଇଣ୍ଡିଆଙ୍କ ପକ୍ଷରୁ ଏହାର ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ଲୋକଙ୍କ ଉପରେ ପରୀକ୍ଷଣ କରିବା ଲାଗି ଅନୁମତି ଦିଆଯାଇଛି। ସମ୍ ହସ୍ପିଟାଲର କମ୍ୟୁନିଟି ମେଡିସିନ୍ ବିଭାଗର ପ୍ରଫେସର ଭେଙ୍କଟ ରାଓ ଏହାର ପ୍ରମୁଖ ପରୀକ୍ଷକଭାବେ ଦାୟିତ୍ବ ତୁଲାଇବେ। ହସ୍ପିଟାଲର ଇନଷ୍ଟିଚ୍ୟୁସନାଲ ଏଥିକାଲ କମିଟିର ଅନୁମୋଦନ ଲାଭ କରିବା ପରେ ଏହି ପରୀକ୍ଷଣ ଆରମ୍ଭ ହେବ ବୋଲି ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe