୩ ଦିନରେ ନେଇଥିଲା ୪ ଜୀବନ, ନରହନ୍ତା ଦନ୍ତାକୁ ଟ୍ରାଙ୍କୁଲାଇଜ୍‌ କରି ଧରିଲେ

Advertisment

ୟୂରଭଞ୍ଜ ଜିଲ୍ଲା ବାରିପଦା ବନଖଣ୍ଡ ଅଧୀନ ବେତନଟୀରେ ମାତିଥିଲା ଗୋଠଛଡ଼ା ଦନ୍ତାହାତୀ। ଗତ ୩ ଦିନରେ ଏହି ଦନ୍ତା ଆକ୍ରମଣରେ ୪ ଜଣଙ୍କ ଜୀବନ ଯାଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ପଡ଼ିଛନ୍ତି।

ୟୂରଭଞ୍ଜ ଜିଲ୍ଲା ବାରିପଦା ବନଖଣ୍ଡ ଅଧୀନ ବେତନଟୀରେ ମାତିଥିଲା ଗୋଠଛଡ଼ା ଦନ୍ତାହାତୀ। ଗତ ୩ ଦିନରେ ଏହି ଦନ୍ତା ଆକ୍ରମଣରେ ୪ ଜଣଙ୍କ ଜୀବନ ଯାଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ପଡ଼ିଛନ୍ତି।

gdjdggdjdgjg

ବାରିପଦା/ବେତନଟୀ: ମୟୂରଭଞ୍ଜ ଜିଲ୍ଲା ବାରିପଦା ବନଖଣ୍ଡ ଅଧୀନ ବେତନଟୀରେ ମାତିଥିଲା ଗୋଠଛଡ଼ା ଦନ୍ତାହାତୀ। ଗତ ୩ ଦିନରେ ଏହି ଦନ୍ତା ଆକ୍ରମଣରେ ୪ ଜଣଙ୍କ ଜୀବନ ଯାଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ପଡ଼ିଛନ୍ତି। ଆଜି ରାତିରେ ଏହି ଦନ୍ତାଟିକୁ ଟ୍ରାଙ୍କୁଲାଇଜ୍‌ କରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛି ବନ ବିଭାଗ। ସୂଚନା ଅନୁଯାୟୀ; ଗତ ୨୪ ତାରିଖ ରାତିରେ ଝାଡ଼ଖଣ୍ଡରୁ ଓଡ଼ିଶା ସୀମାରେ ପଶିଥିଲା ଏହି ଦନ୍ତା। ପ୍ରଥମେ ସୀମାନ୍ତବର୍ତ୍ତୀ ଶୁଳିଆପଦା ବ୍ଲକ୍‌ର କୋଷ୍ଠା ଅଞ୍ଚଳରେ ପ୍ରବେଶ କରି ସେଠାରେ ବ୍ୟାପକ ଫସଲ ଉଜାଡ଼ିବା ସହ ୩ ଜଣଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଥିଲା। ରାତିସାରା ଆତଙ୍କ ଖେଳାଇବା ପରେ ଭୋର୍‌ ସମୟରେ ଦେଉଳି ରେଞ୍ଜ ମୋରଡ଼ା ଥାନା ଅଧୀନ ସୋନପୁରିଆ ଗ୍ରାମରେ ପ୍ରବେଶ କରି ଘର ବାରଣ୍ଡାରେ ଶୋଇଥିବା ରଘୁ ହେମ୍ବ୍ରମଙ୍କୁ ଶୁଣ୍ଢରେ ଭିଡ଼ିଆଣି କଚାଡ଼ି ମାରି ଦେଇଥିଲା। ଏହାର କିଛିସମୟ ପରେ ରାସଗୋବିନ୍ଦପୁର ରେଞ୍ଜ ଉଲିଡିହି ଗାଁରେ ପଶି ଘର ସମ୍ମୁଖରେ ଝାଡ଼ୁ ମାରୁଥିବା ସାକ୍ରା ହେମ୍ବ୍ରମ ନାମକ ଜଣେ ମହିଳାଙ୍କୁ ପାଦରେ ଦଳି ଦେଇଥିଲା। ହାତୀ ଆକ୍ରମଣରେ ଗୁରୁତର ଆହତ ହୋଇ ବାରିପଦା ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ୩ ଜଣଙ୍କ ମଧ୍ୟରୁ ଗତକାଲି ଶୁଳିଆପଦା ବ୍ଲକ୍ ତାଡ଼କି ଗ୍ରାମର ସର୍ବେଶ୍ବର ସିଂଙ୍କର ମୃତ୍ୟୁ ଘଟିଥିଲା। 

ତଥାପି ଏହି ଦନ୍ତାକୁ ରୋକିବା ପାଇଁ ଯୋଜନା କଲାନି ବନ ବିଭାଗ। ଫଳରେ ଆଜି ପୁଣି ଜଣେ ମହିଳା, ଏହି ଦନ୍ତା ଆକ୍ରମଣରେ ଆଖି ବୁଜିଛନ୍ତି। ମୃତକ ହେଲେ ବେତନଟୀ ଥାନା ରାଧିକାଶୋଳ ଗାଁର ସୀତାରାମ ହାଁସଦାଙ୍କ ସ୍ତ୍ରୀ ମାନକା। ସ୍ୱାମୀ ସ୍ତ୍ରୀ ଘର ବାରଣ୍ଡାରେ ଶୋଇଥିବା ବେଳେ ଦନ୍ତାଟି ମାନକାଙ୍କୁ ଶୁଣ୍ଢରେ ଟାଣିଆଣି ପାଦରେ ଦଳିଦେଇଛି। ଏହାପରେ ମୋରଡ଼ା ବ୍ଲକ୍‌ ସୁରେଇଡ଼ିହି ଅଞ୍ଚଳରେ ପ୍ରବେଶ କରି କ୍ଷୟକ୍ଷତି ଜାରି ରଖିଛି। ଶେଷରେ ବନ ବିଭାଗର ଚେତା ପଶିଥିଲା।  ଦନ୍ତାକୁ କାବୁ କରିବାପାଇଁ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ପ୍ରକାଶ ଚାନ୍ଦ ଗୋଗିନାନୀଙ୍କ ନେତୃତ୍ବରେ ଆଜି ଦିନତମାମ ଯୋଜନା ପ୍ରସ୍ତୁତ କରାଯାଇଥିଲା।  ଯୋଜନା ମୁତାବକ ଆଜି ରାତି ପ୍ରାୟ ୮.୩୦ ସମୟରେ ଦନ୍ତାଟି ବାରିପଦା ବ୍ଲକ୍‌ ବିସିପୁର ପଞ୍ଚାୟତ ବାଦଲସାହି ନିକଟରେ ବିଚରଣ କରୁଥିବା ବେଳେ ବନ ବିଭାଗର ସ୍ବତନ୍ତ୍ର ଟିମ୍‌ ହାତୀଟିକୁ ଦୂରରୁ ଟ୍ରାଙ୍କୁଲାଇଜ୍‌ କରିଥିଲା। ପ୍ରାୟ ଘଣ୍ଟାଏ ପରେ ନିଶ୍ଚେତକର ପ୍ରଭାବରେ ହାତୀଟି ଅଚେତ ହୋଇଯିବା ପରେ ହାଇଡ୍ରା ମାଧ୍ୟମରେ ଗାଡ଼ିରେ ଲଦି ଏକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ନିଶ୍ଚେତକର ପ୍ରଭାବ କମିବାପରେ କାବୁ କରିବା ପାଇଁ ଆସାମରୁ ତାଲିମପ୍ରାପ୍ତ ମାହୁନ୍ତଙ୍କୁ ନିୟୋଜିତ କରାଯିବ ବୋଲି ଡିଏଫ୍‌ଓ ଏ. ଉମା ମହେଶ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe