ଭୁବନେଶ୍ବର: ରାଜ୍ୟରେ ଆଜି ସୁସ୍ଥ ହୋଇଥିବା କରୋନା ରୋଗୀଙ୍କ ସଂଖ୍ୟା ୧ ଲକ୍ଷ ଟପିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ କରି କୋଭିଡ୍ ଯୋଦ୍ଧାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଗତକାଲି ସୁସ୍ଥଙ୍କ ସଂଖ୍ୟା ୯୯,୩୯୮ ଥିବା ବେଳେ ଆଜି ଏହି ସଂଖ୍ୟା ୧ ଲକ୍ଷ ଟପିଥିବା ମୁଖ୍ୟମନ୍ତ୍ରୀଙ୍କ ଟୁଇଟରୁ ଜଣାପଡ଼ିଛି।
The Economic Timesମୁଖ୍ୟମନ୍ତ୍ରୀ ଟୁଇଟ କରି କହିଛନ୍ତି, କୋଭିଡ-୧୯ ବିରୁଦ୍ଧରେ ଆମର ସଂଗ୍ରାମ ଜାରି ରହିଛି। ଓଡିଶାରେ କରୋନା ସୁସ୍ଥଙ୍କ ସଂଖ୍ୟା ଏକ ଲକ୍ଷ ଅତିକ୍ରମ କରିଛି | ଏଥିପାଇଁ ହଜାର ହଜାର ସ୍ୱାସ୍ଥ୍ୟ କର୍ମୀ ଏବଂ କୋଭିଡ ଯୋଦ୍ଧାଙ୍କ ବହୁ ଅବଦାନ ରହିଛି। କରୋନା ଆକ୍ରାନ୍ତଙ୍କ ବହୁମୂଲ୍ୟ ଜୀବନ ବଞ୍ଚାଇବା ପାଇଁ ସେମାନେ ନିରନ୍ତର କାମ କରି ଚାଲିଛିନ୍ତି। ତେଣୁ ସେମାନଙ୍କୁ ଅଶେଷ ଧନ୍ୟବାଦ ।
ରାଜ୍ୟରେ ଗତ କାଲି ୩୦୩୪ କରୋନା ରୋଗୀ ସୁସ୍ଥ ହୋଇଥିଲେ। ଖୋର୍ଧା ଜିଲ୍ଲାର ୮୯୨କୁ ବାଦ୍ ଦେଲେ ମୟୂରଭଞ୍ଜ ୨୪୨, ବରଗଡ଼ ୧୬୮, ଗଞ୍ଜାମ ୧୫୪, କଟକ ୧୫୦, ରାୟଗଡ଼ା ୧୩୯, ବାଲେଶ୍ବର ୯୭, କେନ୍ଦୁଝର ୯୫, ସମ୍ବଲପୁର ୮୩, କେନ୍ଦ୍ରାପଡ଼ା ୮୦, ଯାଜପୁର ଓ କୋରାପୁଟରେ ୭୯ ଲେଖାଏଁ, ଝାରସୁଗୁଡ଼ା ୭୦, ମାଲକାନାଗିରି ୬୮, ପୁରୀ ୫୮, ଜଗତସିଂହପୁର ୫୭, ଅନୁଗୁଳ ୪୯, ବଲାଙ୍ଗୀର ୪୬, ଭଦ୍ରକ ୪୨, କନ୍ଧମାଳ ଓ ସୋନପୁର ୪୦ ଲେଖାଏଁ, ନବରଙ୍ଗପୁର ୩୫, ନୟାଗଡ଼ ୩୧, ଗଜପତି ୨୬, କଳାହାଣ୍ଡି ୨୩, ବୌଦ୍ଧ ୨୧, ନୂଆପଡ଼ା ୧୨ ଓ ଦେବଗଡ଼ରୁ ୫ ରୋଗୀ ସୁସ୍ଥ ହୋଇଛନ୍ତି। ରାଜ୍ୟରେ କରୋନା ରୋଗୀଙ୍କ ସୁସ୍ଥ ହାର ୭୭ ପ୍ରତିଶତରେ ପହଞ୍ଚିଛି।
Follow Us