ଆନନ୍ଦବଜାରରେ ଅଣସୁଆର ମହାପ୍ରସାଦ ବିକ୍ରିରେ ଲାଗିବ କଟକଣା

Advertisment
ଆନନ୍ଦବଜାରରେ ଅଣସୁଆର ମହାପ୍ରସାଦ ବିକ୍ରିରେ ଲାଗିବ କଟକଣା

ପୁରୀ: ଆନନ୍ଦବଜାରରେ ଅଣସୁଆରଙ୍କ ମହାପ୍ରସାଦ ବିକ୍ରିରେ ଲାଗିବ କଟକଣା। କେବଳ ସ୍ବତ୍ବଲିପି ସ୍ୱୀକୃତ ସୁଆର ମହସୁଆରଙ୍କୁ ମହାପ୍ରସାଦ ବିକ୍ରି ପାଇଁ ମିଳିବ ଅନୁମତି। ଏଥିସହ କେବଳ ତାଲିକା ଅନୁସାରେ ବୋଝିଆଙ୍କୁ ମିଳିବ ଅନୁମତି। ଆଜି ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ ସହ ପୁରୀ ଏସ୍‌ପି ଡ. କେ ବିଶାଲା ସିଂହଙ୍କ ଏକ।ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ତିନି ଦିନ ଭିତରେ ଏଭଳି କାର୍ଯ୍ୟାନୁଷ୍ଠାନ ହେବ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି।

ମହାପ୍ରସାଦ ବିକ୍ରିକୁ ନେଇ ଦିନକୁ ଦିନ ବିବାଦ ତୀବ୍ର ହେବାରେ ଲାଗିଛି। ସୁଆର ମହାସୁଆର ନିଯୋଗ ସମ୍ପାଦକ କାଳିଆ ଓରଫ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କ ମୃତ୍ୟୁ ପରେ ଏହି ବିବାଦ ପୁଲିସ ପାଇଁ ମୁଣ୍ଡାବଥାର କାରଣ ପାଲଟିଛି। ସେପଟେ ନିକଟରେ ରୋଷଘର ଚୁଲି ଭଙ୍ଗା ଘଟଣା ବି ମନରୁ ଲିଭିନି। ତେଣୁ ମନ୍ଦିର ସୁରକ୍ଷାକୁ କଡ଼ାକଡ଼ି କରିବାକୁ ଅଣ୍ଟା ଭିଡ଼ିଛି ଜିଲ୍ଲା ପୁଲିସ। ପୂର୍ବ ନିଷ୍ପତ୍ତିକୁ କାର୍ଯ୍ୟକରି କରିବାକୁ ଯାଇ ମହାପ୍ରସାଦ ବିକ୍ରି ପାଇଁ କେବଳ ଶ୍ରୀମନ୍ଦିର ସ୍ବତ୍ବଲିପି ସ୍ୱୀକୃତ ସୁଆରଙ୍କୁ ଅନୁମତି ଦେବାକୁ ଯାଉଛି। ଏହାଦ୍ୱାର କେବଳ ଆନନ୍ଦ ବଜାରରେ ଶୃଙ୍ଖଳା ଆସିବନି, ଭକ୍ତମାନେ ଭଲ ଅନୁଭୂତି ନେଇ ଫେରିବେ ବୋଲି ଅଶାପୋଷଣ କରାଯାଉଛି। ପୂର୍ବରୁ ଏ ଉପରେ ନିଷ୍ପତ୍ତି ନିଆଯାଇ ସ୍ବତ୍ବଲିପି ସ୍ୱୀକୃତ ସୁଆରଙ୍କୁ ସେମାନଙ୍କ ସହ କେଉଁମାନେ ରହିବେ ତାଲିକା ମଗାଯାଇଥିଲା। ଏବେ ପୁନର୍ବାର ଏହି ତାଲିକା ମଗାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe