ବାରିପଦା: ଓଲିଉଡ୍ ସୁପରଷ୍ଟାର୍ ତଥା କେନ୍ଦ୍ରାପଡ଼ା ବିଜେଡି ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ଓଲିଉଡ୍ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ’ଙ୍କ ପ୍ରସଙ୍ଗ ତାତି ବାରିପଦାରେ ଦେଖିବାକୁ ମିଳିଛି। ଜଣେ ନିର୍ବାଚିତ ସାଂସଦ ହୋଇ ମଧ୍ୟ ତାଙ୍କ ପତ୍ନୀଙ୍କୁ ନିର୍ଯାତନା ଦେବା ନିହାତି ଦୁର୍ଭାଗ୍ୟଜନକ ବୋଲି ମୟୂରଭଞ୍ଜ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ଅଭିଯୋଗ କରିଛି। ଶାସକ ଦଳର ଏହି ସାଂସଦ ତାଙ୍କ ପତ୍ନୀ ବର୍ଷାଙ୍କ ରୂପରେ ଜଣେ ମହିଳାଙ୍କୁ ନିର୍ଯାତନା ଦେଇଛନ୍ତି। ଯାହାକି ନିହାତି ଗୁରୁତର ବିଷୟ। ଏନେଇ ଆଜି ସନ୍ଧ୍ୟାରେ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ କୌସଲ୍ୟା ନାୟକଙ୍କ ନେତୃତ୍ବରେ ସ୍ଥାନୀୟ ଟ୍ରାଫିକ ଛକରେ ସାଂସଦ ଅନୁଭବଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ଏହି ଅବସରରେ ସୁଜାତା ଷଡଙ୍ଗୀ, ସ୍ଵର୍ଣ୍ଣଲତା ମହାନ୍ତି, ମମତା ଦଣ୍ଡପାଟ, ଗୀତା ମୁଖୀ, ଭାରତୀ କୁମାରୀ ସିଂ, ସାଗରିକା ସିଂବାବୁ, ସଙ୍ଗୀତା ମହାକୁଡ଼, ଶାନ୍ତିଲତା ମହାନ୍ତ, ଜିଲ୍ଲା ସଭାପତି କାନ୍ଦ୍ରା ସୋରେନ, ନଗର ସଭାପତି ନିରଞ୍ଜନ ଦାସ, ଯୁବମୋର୍ଚ୍ଚା ସଭାପତି କୁମାର ମଙ୍ଗଳମ, ମନୋଜ ବେହେରା, ଦେବବ୍ରତ ସାମଲ, ପ୍ରବିଣ ପାତ୍ର, ଅନ୍ତର୍ଯ୍ୟାମୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ।
ପତ୍ନୀଙ୍କୁ ନିର୍ଯାତନା ପ୍ରସଙ୍ଗ: ବାରିପଦାରେ ସାଂସଦ ଅନୁଭବଙ୍କ କୁଶପୁତ୍ତଳିକା ପୋଡ଼ିଲା ବିଜେପି ମହିଳା ମୋର୍ଚ୍ଚା
Advertisment
Follow Us