ଭଞ୍ଜନଗରରେ ପୁଣି ସ୍କୁଟିରୁ ବାହାରିଲା ସାପ

ଭଞ୍ଜନଗରରେ ପୁଣି ସ୍କୁଟିରୁ ବାହାରିଲା ସାପ

ଭଞ୍ଜନଗର: ଗତ ଏକ ସପ୍ତାହ ତଳେ ଡାକ୍ତରଖାନା ନିକଟ ଏକ ଔଷଧ ଦୋକନ ସାମ୍ନାରୁ ଏକ ସ୍କୁଟିରୁ ବିଷଧର ନାଗସାପ ବାହାରି ଥିବା ବେଳେ ଆଜି ପୁଣି ଗୋଟିଏ ସ୍କୁଟିରୁ ସାପକୁ ଉଦ୍ଧାର କରାଯାଇଛି। ବେଲଗୁଣ୍ଠା ରୋଡ଼ ସ୍ଥିତ କାର୍ଡ ବ୍ୟାଙ୍କ ସାମ୍ନାରେ ବାଉଁଶଲୁଣ୍ଡି ପଞ୍ଚାୟତର ପୂର୍ବତନ ସରପଞ୍ଚ ଇଂ ଲିଙ୍ଗରାଜ ପ୍ରଧାନ ନିଜ ସ୍କୁଟି ରଖି ନିକଟରେ ଥିବା ତାଙ୍କ ଘରକୁ ଯାଇଥିବା ବେଳେ ଏକ ସାପ ତାଙ୍କ ସ୍କୁଟି ଭିତରକୁ ପଶିଥିବା କିଛି ଲୋକ ଦେଖି ଥିଲେ ତାକୁ ବାହାର କରିବା ପାଇଁ ଚେଷ୍ଟା କରି ଅସଫଳ ହୋଇଥିଲେ। ଏହାପରେ ବନ ବିଭାଗର ସାପ ଉଦ୍ଧାରକାରୀଙ୍କୁ ଖବର ଦିଆଯାଇଥିଲା।publive-image

ସେମାନେି ଆସି ସାପଟିକୁ ବାହାର କରିବା ପାଇଁ ବହୁ ଚେଷ୍ଟା କରି ନୟାନ୍ତ ହେବା ପରେ ଗାଡିର ଯନ୍ତ୍ରାଂଶ ଖୋଲିବାକୁ ପଡିଥିଲା। ଏହାପରେ ସାପଟିକୁ ବନ କର୍ମଚାରୀ ସଞ୍ଚୟ ସ୍ବାଇଁ ଉଦ୍ଧାର କରି ଏକ ଡବାରେ ନେଇ ନିକଟସ୍ଥ ଜଙ୍ଗଲରେ ଛାଡି ଦେଇଥିଲେ। ବର୍ତ୍ତମାନ ବର୍ଷା ଲାଗି ରହିଥିବାରୁ ଅନେକ ସ୍ଥାନରେ ଏଭଳି ବିଷଧର ସାପ ବାହାରୁଥିବା ଦେଖିବାକୁ ମିଳୁଛି। ଏଥିସହ ଅନେକ ଲୋକ ସାପ ଦଂଶନରେ ମୃତ୍ୟୁ ବରଣ କରୁଛନ୍ତି। ଏଭଳି ସମୟରେ ଯାନ ବାହାନ ଚଳାଇବା ପୂର୍ବରୁ ଅଧିକ ସର୍ତ୍ତକତା ଅବଲମ୍ବନ କରିବା ଜରୁରୀ ହୋଇପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe