କାଳବୈଶାଖୀରେ ଭାଙ୍ଗିଲା ବିଦ୍ୟୁତ୍‌ ଖୁଣ୍ଟ, ୩୦ ଗାଁ ଅନ୍ଧାର

କାଳବୈଶାଖୀରେ ଭାଙ୍ଗିଲା ବିଦ୍ୟୁତ୍‌ ଖୁଣ୍ଟ, ୩୦ ଗାଁ ଅନ୍ଧାର

ନଠୁଆବର: ରସୁଲପୁର ବ୍ଲକରେ ଶୁକ୍ରବାର କାଳବୈଶାଖୀ ତାଣ୍ତବ ରଚିଛି। ଅପରାହ୍‌ଣରେ ମାତ୍ର କିଛି ସମୟର ଝଡ଼ତୋଫାନରେ ଓଡ଼ିଶୋ ପଞ୍ଚାୟତ ବିଶେଷ କ୍ଷତିଗ୍ରସ୍ତ ହୋଇଛି। ଆଜି ଦିନରେ ପ୍ରବଳ ତାତି ସାଙ୍ଗକୁ ଗରମ ଗୁଳୁଗୁଳି ଲୋକଙ୍କୁ ଅସ୍ତବ୍ୟସ୍ତ କରିପକାଇଥିଲା। ଅପରାହ୍‌ଣରେ ହଠାତ କାଳବୈଶାଖୀ ମାଡ଼ିଆସିବାରୁ ପରିବେଶ ଥଣ୍ଡା ହୋଇଥିଲା ସତ, କିନ୍ତୁ କଚ୍ଚାଘର, ପନିପରିବା କ୍ଷେତକୁ ଉଜାଡ଼ି ଦେଇଥିଲା। ବଡ଼ବଡ଼ ଗଛ ଭାଙ୍ଗିଥିଲା। ଅନେକ ଜାଗାରେ ଗଛ ଡାଳ ଭାଙ୍ଗି ପଡ଼ିବାରୁ ବାରବାଟୀ-ବାହାବଳପୁର ପୂର୍ତ୍ତ ବିଭାଗ ରାସ୍ତା, ବାରବାଟୀ-ମାନପୁର ଗ୍ରାମ୍ୟ ଉନ୍ନୟନ ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି।

ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଶତାଧିକ ଗାଡ଼ିମଟର ଅଟକି ରହିଥିଲା। ଏହି ରାସ୍ତାଦେଇ ବାରବାଟୀ ବଜାରକୁ ଯିବାକୁ ଥିବା ଲୋକମାନଙ୍କୁ ୧୦ କିଲୋମିଟର ଦୂର ବୁଲି ଯିବାକୁ ହୋଇଥିଲା। ଗାଁ ଲୋକେ ରାସ୍ତା ଉପରୁ ଗଛ ଡାଳ କାଟି ସଫା କରି ଯାତାୟାତ ସ୍ବାଭାବିକ କରିବାକୁ ଉଦ୍ୟମ କରିଛନ୍ତି। ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗିବାରୁ ବିଦ୍ୟୁତ୍‌ ସେବା ବ୍ୟାହତ ହୋଇଛି। ଫଳରେ କୁଆଖିଆ ବିଦ୍ୟୁତ୍‌ ଡିଭିଜନ ଅଧୀନ ମଠସାହି ସେକ୍ସନର ଓଡ଼ିଶୋ, ସିଂହାପୁର, କଲଣ, ବାରବାଟୀ ଆଦି ପଞ୍ଚାୟତର ୩୦ରୁ ଊର୍ଦ୍ଧ୍ବ ଗାଁ ଅନ୍ଧାରରେ ରହିଛି। ବିଭାଗୀୟ କର୍ମଚାରୀମାନେ କାମରେ ଲାଗିଥିଲେ ବି କେତେବେଳ ବିଜୁଳି ସେବା ସ୍ବାଭାବିକ ହେବ ସେନେଇ ସ୍ପଷ୍ଟ କରାଯାଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe