କଳାହାଣ୍ଡି ବିଜେଡିରେ ତେଜିଲା ଗୋଷ୍ଠୀ କନ୍ଦଳ: ପୁଷ୍ପେନ୍ଦ୍ରଙ୍କୁ ହଟାଇବା ପାଇଁ ମୁଖିଆଙ୍କୁ ଭେଟିଲେ ଦିବ୍ୟଶଙ୍କର ଗୋଷ୍ଠୀ

Advertisment

କଳାହାଣ୍ଡି ଜିଲ୍ଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ ଓ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ରଙ୍କ ଗୋଷ୍ଠୀ ମଧ୍ୟରେ କନ୍ଦଳ ତେଜିବା ଘଟଣା ଜିଲ୍ଲା ରାଜନୀତିକୁ ସରଗରମ କରିଛି।

କଳାହାଣ୍ଡି ଜିଲ୍ଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ ଓ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ରଙ୍କ ଗୋଷ୍ଠୀ ମଧ୍ୟରେ କନ୍ଦଳ ତେଜିବା ଘଟଣା ଜିଲ୍ଲା ରାଜନୀତିକୁ ସରଗରମ କରିଛି।

dddgdgdg

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ ଓ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ରଙ୍କ ଗୋଷ୍ଠୀ ମଧ୍ୟରେ କନ୍ଦଳ ତେଜିବା ଘଟଣା ଜିଲ୍ଲା ରାଜନୀତିକୁ ସରଗରମ କରିଛି। ଦିବ୍ୟଶଙ୍କରଙ୍କ ଗୋଷ୍ଠୀ ଗୋବର୍ଦ୍ଧନ ଦାସଙ୍କ ନେତୃତ୍ବରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟି ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂହଦେଓଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଗୋବର୍ଦ୍ଧନଙ୍କୁ ମୋହରା କରି ଗିରୀଶ ବେହେରାଙ୍କୁ ଜିଲ୍ଲା ସଭାପତି କରିବା ପାଇଁ ଦିବ୍ୟଶଙ୍କର ଗୋଟି ଚାଳନା କରିଥିବା ବିଜେଡି କର୍ମୀଙ୍କ ମଧ୍ୟରେ ଆଲୋଚନା ହେଉଛି। 

ଗୋବର୍ଦ୍ଧନଙ୍କୁ ମୋହରା କରି ଗିରୀଶଙ୍କୁ ଜିଲ୍ଲା ସଭାପତି କରିବାକୁ ମସୁଧା 

ମଙ୍ଗଳବାର ଦିବ୍ୟଶଙ୍କରଙ୍କ ଉପସ୍ଥିତିରେ ପୂର୍ବତନ ବିଧାୟକ ଗୋବର୍ଦ୍ଧନ ଦାସଙ୍କ ନେତୃତ୍ବରେ ଜିଲ୍ଲା ବିଜେଡିର କେତେକ ନେତା ଭୁବନେଶ୍ବର ନବୀନ ନିବାସରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟି ଜିଲ୍ଲା ସଭାପତିଙ୍କ ବିରୋଧରେ ବିଷୋଦ୍‌ଗାର କରିଥିଲେ। ଜିଲ୍ଲା ସଭାପତି ସମସ୍ତ ବ୍ଲକ୍‌ ବୁଲୁ ନଥିବାରୁ ସଂଗଠନ ଦୋହଲିବାରେ ଲାଗିଛି। ଜିଲ୍ଲା ସଂଗଠନ ଦୁର୍ବଳ ହେଉଥିବା ଯୋଗୁଁ ପୁଷ୍ପେନ୍ଦ୍ରଙ୍କୁ ହଟାଇ ଅନ୍ୟ କାହାକୁ ସଭାପତି ଭାବରେ ନିଯୁକ୍ତି ଦେବା ପାଇଁ ଅନୁରୋଧ କରିଥିଲେ। ‌ଜୁନାଗଡ଼ର ପୂର୍ବତନ ବିଧାୟକ ଗୋବର୍ଦ୍ଧନ ଦାସଙ୍କୁ ଜିଲ୍ଲା ସଭାପତି କରିବା ପାଇଁ କୁଆଡ଼େ ଦିବ୍ୟଶଙ୍କର ଅଭୟବାଣୀ ଦେଇଥିବା ବିଜେଡି କର୍ମୀ ମହଲରେ ଚର୍ଚ୍ଚା ଜୋର ଧରିଛି। ଅନ୍ୟପକ୍ଷରେ ଦିବ୍ୟଶଙ୍କରଙ୍କ ଏକାନ୍ତ ଅନୁଗତ ଭବାନୀପାଟଣା କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ଗିରୀଶ ବେହେରାଙ୍କୁ ଜିଲ୍ଲା ସଭାପତି ପଦରେ ଥଇଥାନ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି।

ଗତ ନିର୍ବାଚନ ବେଳେ ଗିରୀଶଙ୍କୁ ଲୋକସଭା ସାଂସଦ ପ୍ରାର୍ଥୀ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏଥିରେ ବିଫଳ ହେବା ପରେ ବର୍ତ୍ତମାନ ତାଙ୍କୁ ସଭାପତି କରିବା ପାଇଁ ଗୋବର୍ଦ୍ଧନଙ୍କୁ ମୋହରା କରିଥିବା କର୍ମୀ ମହଲରେ ଚର୍ଚ୍ଚା ହେଉଛି। ସାଧାରଣ ନିର୍ବାଚନ ପୂର୍ବରୁ ପୁଷ୍ପେନ୍ଦ୍ର ଓ ଦିବ୍ୟଶଙ୍କରଙ୍କ ଗୋଷ୍ଠୀ ମଧ୍ୟରେ କନ୍ଦଳ ଚାଲିଥିବା ବେଳେ ଟିକେଟ୍‌ ପାଇଁ କୁଆଡ଼େ ଉଭୟ ଗୋଷ୍ଠୀ ଏକାଠି ହୋଇଥିଲେ। ନିର୍ବାଚନରେ ପୁଷ୍ପେନ୍ଦ୍ର ପରାଜିତ ହେବା ପରେ ଜିଲ୍ଲା ସଭାପତି ପଦରୁ ତାଙ୍କୁ ହଟାଯାଇ ଦିବ୍ୟଶଙ୍କର ପାଖ ଲୋକଙ୍କୁ କିଭଳି ସଭାପତି ଆସନରେ ବସାଯିବ, ସେ ନେଇ ରାଜନୈତିକ ଗୋଟିଚାଳନା ଆରମ୍ଭ ହୋଇଥିବା କୁହାଯାଉଛି। ଆଜି ପୁଷ୍ପେନ୍ଦ୍ରଙ୍କ ବିରୋଧରେ ନବୀନ ନିବାସରେ ଦିବ୍ୟଶଙ୍କରଙ୍କ ଗୋଷ୍ଠୀ ଫେରାଦ ହେବା ପରେ ରାଜନୀତି ସରଗରମ ହେବାରେ ଲାଗିଛି। ଏ ନେଇ ଜିଲ୍ଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂହଦେଓଙ୍କୁ ପଚାରିବାରୁ ସେ କହିଥିଲେ, ଦଳ ଯେତେବେଳେ ମୋତେ ଯେଉଁ ଦାୟିତ୍ବ ଦେଇଛି ତୁଲାଇ ଆସିଛି। ତେଣୁ ଦଳ ଯାହା ନିଷ୍ପତ୍ତି ନେବ, ସେହି ଅନୁସାରେ କାର୍ଯ୍ୟ କରିବି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe