କୁଚିଣ୍ଡାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ: ୧୫୫୩ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଲେ

Advertisment
କୁଚିଣ୍ଡାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ: ୧୫୫୩ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଲେ

ସମ୍ବଲପୁର:ସମ୍ବଲପୁର ଜିଲ୍ଲାର କୁଚିଣ୍ଡାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଠାରେ ୪୪୫ଟି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ। ସେ ସମ୍ବଲପୁର ଜିଲ୍ଲାକୁ ୧୫୫୩ କୋଟି ଟଙ୍କାର ପ୍ରକଳ୍ପ ଭେଟି ନବୀନ ପଟ୍ଟନାୟକ ଦେଇଛନ୍ତି।

ଆଜି ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ କୁଚିଣ୍ଡା ମୁକୁନ୍ଦି ପଡ଼ିଆରେ ସମ୍ବଲପୁର ଜିଲ୍ଲାର ସ୍ମାର୍ଟ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି। ଏଥି ସହିତ ସମ୍ବଲପୁର ଜିଲ୍ଲାକୁ ଦୀପାବଳି ଭେଟି ସ୍ବରୂପ ୧୫୫୩ କୋଟି ଟଙ୍କା ମୂଲ୍ୟର ୪୪୫ଟି ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ, ବିଏସ୍‌କେୱାଇ ଜରିଆରେ ଓଡ଼ିଶାର ୯୬ ଲକ୍ଷ ପରିବାର ସହିତ ସମ୍ବଲପୁର ଜିଲ୍ଲାର ୭ ଲକ୍ଷ ୭୦ ହଜାର ପରିବାର ସ୍ମାର୍ଟ ସ୍ବାସ୍ଥ୍ୟକାର୍ଡ ପାଇବେ। ଦେଶର ୨୦୦ଟି ଡାକ୍ତରଖାନାରେ ସ୍ମାର୍ଟ ସ୍ବାସ୍ଥ୍ୟ କାର୍ଡ ଜରିଆରେ ଚିକିତ୍ସା ସେବା ମିଳିବ।

ସମ୍ବଲପୁର ଜିଲ୍ଲାରେ ବିଶୁଦ୍ଧ ପାନୀୟ ‌ଜଳ ଯୋଗାଣ ନିମନ୍ତେ ୧ ହଜାର କୋଟି ଟଙ୍କା ଯୋଗାଇ ଦିଆଯାଇଛି। କୁଚିଣ୍ଡା ଏବଂ ରେଢ଼ାଖୋଲ ଏନ୍‌ଏସି ଅଞ୍ଚଳର ଲୋକେ ପାଇକ୍ ଯୋଗ ପିଇବା ପାଣିପାରୁଛନ୍ତି। ତେବେ ଆସନ୍ତା ୨୦୨୨ ସୁଦ୍ଧା ସମ୍ବଲପୁରର ପ୍ରତ୍ୟେକ ଘରକୁ ପାଇପ୍ ପାଣି ମିଳିପାରିବ ବୋଲି କହିଥି‌ଲେ। ମା ସମଲେଶ୍ବରୀ ମନ୍ଦିର ଲୋକଙ୍କ ଆସ୍ଥାର କେନ୍ଦ୍ର ହୋଇଛି। ପ୍ରତ୍ୟେକ ଦିନ ରାଜ୍ୟ ଓ ରାଜ୍ୟର ବାହାରର ବହୁ ଲୋକ ଦର୍ଶନ ପାଇଁ ଆସିଥାନ୍ତି। ସମଲେଶ୍ବରୀ ମନ୍ଦିର ବିକାଶ ପାଇଁ ପଦ‌କ୍ଷେପ ନିଆଯାଇଛି ବୋଲି ସେ କହିଥିଲେ।

ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ କହିଲେ, ନବୀନ ପଟ୍ଟନାୟକ ହେଉଛନ୍ତି ଜଗନ୍ନାଥଙ୍କ ଭକ୍ତ। ନବୀନ ବାମ ହାତ ହଲେଇଦେଲେ ସବୁ ବନ୍ୟାବାତ୍ୟା ଚାଲିଯାଉଛି। ନବୀନ ଶାସନରେ ସମସ୍ତେ ସୁରକ୍ଷିତ। ଉପମୁଖ୍ୟ ସଚେତକ ତଥା ରେଢ଼ାଖୋଲ ବିଧାୟକ ଇଂ.ରୋହିତ ପୂଜାରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିନ୍ତା ଓ ଚେତନାରେ ଓଡ଼ିଶା ଓ ଓଡ଼ିଶାବାସୀଙ୍କ ବିକାଶ ରହିଛି ବୋଲି କହିଥିଲେ। କୁଚିଣ୍ଡା ବିଧାୟକ କିଶୋର ନାୟକ କହିଲେ, ଓଡ଼ିଶାରେ ଯାହାର କେହିନାହାନ୍ତି, ତାଙ୍କର ନବୀନ ପଟ୍ଟନାୟକ ଅଛନ୍ତି । ସେ ଭାଙ୍ଗିଯାଇଥିବା କୁଚିଣ୍ଡ‌ାର ଝୁଲେନ୍‌ ପ‌ୋଲର ପୁନଃ ନିର୍ମାଣ ଏବଂ ମରୁଡ଼ି ପ୍ରପୀଡ଼ିତ ଲୋକଙ୍କୁ ସହାୟତା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଆକାଶ ଦାସ ନାୟକ ଓ ଶ୍ରୀମୟୀ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ଶେଷରେ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe