ସମ୍ବଲପୁରରେ ଶତକ ପାର୍‌ କଲା ‌ଦୈନିକ ସଂକ୍ରମଣ 

Advertisment
ସମ୍ବଲପୁରରେ ଶତକ ପାର୍‌ କଲା ‌ଦୈନିକ ସଂକ୍ରମଣ 

Elsevier

ସମ୍ବଲପୁର: ସମ୍ବଲପୁରରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ିବା ଆରମ୍ଭ କରିଛି। ଅନେକ ଦିନର ବ୍ୟବଧାନ ପରେ ଚତୁର୍ଥ ଲହରରେ ପ୍ରଥମ ଥର ଶୁକ୍ରବାର ଦୈନିକ ସଂକ୍ରମଣ ଶହେ ପାର୍‌ କରିଛି। ଗୁରୁବାର ସମ୍ବଲପୁର ଜିଲ୍ଲାରେ ୧୦୨୭ ଜଣଙ୍କର କୋଭିଡ୍‌ ଟେଷ୍ଟ କରାଯାଇଥିଲା।

ସେଥି ମଧ୍ୟରୁ ୧୧୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ଏହା ଅନୁଯାୟୀ ଶୁକ୍ରବାର ସମ୍ବଲପୁର ଜିଲ୍ଲାର ଟିପିଆର୍‌(ଟେଷ୍ଟ ପଜିଟିଭି ରେସିଓ) ୧୦.୮୧ ରହିଛି। ଅର୍ଥାତ ଚେଷ୍ଟ ହୋଇଥିବା ପ୍ରତି ୧୦୦ ଜଣଙ୍କ ମଧ୍ୟରେ ୧୦ରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିଲେ। ଏହି ୧୧୧ ଜଣଙ୍କୁ ମିଶାଇ ଜିଲ୍ଲାରେ ବର୍ତ୍ତମାନ ଚିକିତ୍ସାଧୀନଙ୍କ ସଂଖ୍ୟା ମଧ୍ୟ ୪ ଶହ ପାର୍‌ କରି ୪୩୮ରେ ପହଞ୍ଚିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe