ଦିନ ଦ୍ୱିପ୍ରହରରେ ଗୋ-ଚାଲାଣ

Advertisment
ଦିନ ଦ୍ୱିପ୍ରହରରେ ଗୋ-ଚାଲାଣ

ସାରସକଣା: ଝାଡ଼ପୋଖରିଆ ଥାନା ଅଞ୍ଚଳ ଦେଇ ପଶ୍ଚିମବଙ୍ଗକୁ ନିୟମିତ ଭାବେ ବେଆଇନ ଗୋ-ଚାଲାଣ ଚାଲିଥିବା ଅଭିଯୋଗ ହେଉଛି। ଶେଷରେ ଏହାକୁ ରୋକିବାକୁ ତତ୍ପରତା ଦେଖାଇଛି ଝାଡ଼ପୋଖରିଆ ପୁଲିସ। ପୁଲିସର ନିୟମିତ ଯାଞ୍ଚ୍‌ ପାଇଁ ସପ୍ତାହକ ଭିତରେ ଦୁଇଟି ଗୋରୁ ବୋଝେଇ ପିକ୍‌ଅପ୍‌ ଜବତ ହେଲାଣି।

ଗତକାଲି ଦିନ ପ୍ରାୟ ୨ଟା ସମୟରେ ପୁଲସ ବମ୍ବେଛକ ନିକଟରେ ଏକ ପିକ୍‌ଅପ୍‌କୁ (ଓଡି-୧୧ଏ-୧୪୪୫) ସନ୍ଦେହରେ ଅଟକାଇ ଯାଞ୍ଚ୍‌ କରିବା ବେଳକୁ ସେଥିରେ ଅତି ଅମାନୁଷିକ ଭାବେ ୪ଟି ବୁଲା ଷଣ୍ଢ  ଓ ୨ଟି ଗାଈକୁ ଖୁନ୍ଦାଖୁନ୍ଦି କରି ଚାଲାଣ ପାଇଁ ଉଦ୍ୟମ ହେଉଥିବା ଦେଖିବାକୁ ମିଳିଥିଲା। ସେହିଭଳି ଗତ ସୋମବାର ଦିନ ଜାମାଶୋଳା ନିକଟରେ ଏକ ପିକ୍‌ଅପ୍‌ରୁ ୧୦ଟି ଗୋରୁ ଉଦ୍ଧାର କରିଥିଲା ପୁଲିସ। ଏହି ରାସ୍ତାରେ ପିକ୍‌ଅପ୍‌ ବ୍ୟତୀତ କଣ୍ଟେନରରେ ନିୟମିତ ଗୋ-ଚାଲାଣ ହେଉଥିବାରୁ ପୁଲିସ ଏଥିପ୍ରତି ନଜର ଦେବାକୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe