ହାତୀ ମୃତ୍ୟୁ ଘଟଣାରେ ଅଟକ ୩ ଜଣଙ୍କୁ ଛାଡ଼ିବା ଦାବି

Advertisment
ହାତୀ ମୃତ୍ୟୁ ଘଟଣାରେ ଅଟକ ୩ ଜଣଙ୍କୁ ଛାଡ଼ିବା ଦାବି

ବୌଦ୍ଧ: ଗତ ତିନି ଦିନ ମଧ୍ୟରେ ବୌଦ୍ଧ ରେଞ୍ଜ ବଘିଆପଡ଼ା ସେକ୍ସନରେ ଦୁଇଟି ହାତୀ ଶବ ଠାବ ହେବା ପରେ ବନ ବିଭାଗ ଆକ୍ସନ ମୋଡକୁ ଆସିଛି। ଘଟଣାର ତନାଘନା ତଦନ୍ତ ଆରମ୍ଭ କରି କିଛି ଲୋକଙ୍କୁ ଅଟକ ରଖି ପଚରାଉଚରା କରୁଛି। ତେବେ ଶିକାରୀଙ୍କୁ ନଧରି ବିରିଗଡ଼ ଗ୍ରାମର ନିରୀହ ୩ ଜଣଙ୍କୁ ବନ ବିଭାଗ ରାତିରେ ଉଠାଇ ଆଣିଥିବା ଅଭିଯୋଗ କରି ପ୍ରଥମେ ଗ୍ରାମବାସୀ ବଘିଆପଡ଼ା ସେକ୍ସନ ଅଫିସ ଘେରିଥିଲେ। ପରେ ଶତାଧିକ ପୁରୁଷ ମହିଳା ବୌଦ୍ଧ ଆସି ରେଞ୍ଜ ଅଫିସ୍‌ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଧାରଣା ଦେଇଥିଲେ।

ତିନି ଗ୍ରାମବାସୀଙ୍କୁ ନିଃସର୍ତ୍ତ ଛାଡ଼ିବାକୁ ଜିଦ୍‌ କରିଥିଲେ। ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୁଲିସ ବଳ ମୁତୟନ କରାଯାଇଥିଲା। କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା। ଗ୍ରାମବାସୀ ପ୍ରତିକ୍ରିୟାଶୀଳ ହୋଇ ଡିଏଫ୍‌ଓ ଅଫିସ୍‌ ସମ୍ମୁଖ ମୁଖ୍ୟ ରାସ୍ତା ଅବରୋଧ କରିଥିଲେ। ଫଳରେ କିଛି ସମୟ ପ‌ାଇଁ ଯାତାୟାତ ଠପ୍‌ ‌ହୋଇ ଯାଇଥିଲା। ଖବର ପାଇ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଆସି ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe