ଶୂନ୍ୟକାଳରେ ଉଠିଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରସଙ୍ଗ: ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ତାରାଙ୍କ ଦାବି

Advertisment
ମୋଦୀ ମୁସଲିମ ମହିଳାଙ୍କ ମୁକ୍ତିଦାତା: ଆରିଫ୍‌

ଭୁବନେଶ୍ବର: ରାଜ୍ୟରେ ୧୨ ଲକ୍ଷରୁ ଅଧିକ ପରିବାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ହୋଇଥିବା ପ୍ରସଙ୍ଗକୁ ନେଇ ଆଜି ବିଧାନସଭାରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ଶୂନ୍ୟକାଳରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଏହି ପ୍ରସଙ୍ଗ ଉଠାଇ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ଦାବି କରିଥିଲେ। ସେ କହିଥିଲେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇବାକୁ ଅପେକ୍ଷା କରିଥିବା ୧୨ ଲକ୍ଷ ପରିବାର ଦୁର୍ଦ୍ଦିନରେ ଅଛନ୍ତି। କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମନ୍ବୟ ଅଭାବରୁ ଘର ମିଳିପାରୁନି। ସଂସଦରେ ଯେତେବେଳେ ଯେଉଁ ବିଲ୍ ଆସୁଛି, ତାହାକୁ ବିଜେଡି ସମର୍ଥନ କରୁଛି। କେନ୍ଦ୍ରରେ ବିଜେପି-ବିଜେଡି ମିଳିତ ସରକାର ଚାଲିଛି। କିନ୍ତୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟର ଗରିବ ଲୋକମାନେ ଘର ପାଉ ନାହାନ୍ତି। ରାଜ୍ୟ ସରକାର ୧୪ ଲକ୍ଷ ଲୋକଙ୍କ ତାଲିକା କରିଥିଲେ। କିନ୍ତୁ କେନ୍ଦ୍ର ମନା କରିବାରୁ ସାନି ସର୍ଭେ ହେଲା। ତାହା ପରେ ୧୨ ଲକ୍ଷ ଲୋକଙ୍କ ତାଲିକା କରି ରାଜ୍ୟ ସରକାର ପଠାଇଲେ। କିନ୍ତୁ ଏ ଯାଏ ଖଣ୍ଡେ ଘର ମିଳିଲା ନାହିଁ। ତେଣୁ ସମସ୍ତେ ଏକାଠି ହୋଇ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା। ଏଥି ପାଇଁ ପ୍ରଧାନମନ୍ତ୍ରୀଙ୍କୁ ସମୟ ମଗାଯାଉ। ବିଜେପି ବନ୍ଧୁମାନେ ମଧ୍ୟ ଆମ ସାଙ୍ଗରେ ଯିବେ। କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କୁ ଭେଟି କିପରି ଘର ଜଲ୍‌ଦି ମିଳିବ, ସେଥି ପାଇଁ ବନ୍ଦୋବସ୍ତ କରିବା। ଏ ନେଇ ତୁରନ୍ତ ସରକାର କିଛି ନିଷ୍ପତ୍ତି ନିଅନ୍ତୁ।

ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଥିଲେ, କେନ୍ଦ୍ର ସରକାର ୮ ଲକ୍ଷ ୧୭ ହଜାର ଘର ମଞ୍ଜୁର କରିଛନ୍ତି। କିନ୍ତୁ ତାହାର କାମ ଆରମ୍ଭ ହେଉନି। ରାଜ୍ୟ ସରକାରଙ୍କ କାର୍ଯ୍ୟାନ୍ବୟନ ଶୂନ। କେନ୍ଦ୍ର ସରକାର ଅଯାଚିତ ଭାବେ ରାଜ୍ୟକୁ ଦେଉଛନ୍ତି। ରାଜ୍ୟ ସରକାର ସେ ଦିଗରେ ତତ୍ପରତା ପ୍ରକାଶ କରିବା ଉଚିତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe