ପୋଖରୀ ଖୋଳା ନାଁରେ ୧୨ ଗଛ କାଟିଦେଲେ

Advertisment
ପୋଖରୀ ଖୋଳା ନାଁରେ ୧୨ ଗଛ କାଟିଦେଲେ

Shutterstock

ଚମ୍ପୁଆ: ବ୍ଲକ୍‌ ତରଫରୁ ପ୍ରତି ପଞ୍ଚାୟତ ମଧ୍ୟରେ ଏକ ଆଦର୍ଶ ପୋଖରୀ ଖୋଳିବା ପାଇଁ ଯୋଜନା ଥିବା ବେଳେ ସୁନା ପଶି ପଞ୍ଚାୟତର ଇନ୍ଦ୍ରପ୍ରସ୍ଥ ଗ୍ରାମରେ ଏକ ପୋଖରୀ ଖୋଳିବା ପାଇଁ କାର୍ଯ୍ୟ ଆରମ୍ଭ କରାଯାଇଅଛି। ଏହି ପୋଖରୀଟିର କାର୍ଯ୍ୟ ବିଭାଗୀୟ ଅଧିକାରୀଙ୍କ ନାମରେ ଥିବା ବେଳେ ପଞ୍ଚାୟତର ଜଣେ ଲୋକପ୍ରତିନିଧି ଠିକାଦାର ଭାବେ ଏହି କାର୍ଯ୍ୟ  କରୁଛନ୍ତି । ପୋଖରୀ ହୁଡ଼ାରେ ଥିବା ୧୨  ଟି ମୂଲ୍ୟବାନ ଗଛକୁ କାଟି ପୋଖରୀ ଖୋଳା ହେଉ ଥିବା ଦେଖି ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି।

ଏ ବାବଦରେ ଗ୍ରାମବାସୀଙ୍କ ତରଫରୁ ବନ ବିଭାଗ ନିକଟରେ ଅଭିଯୋଗ କରାଯାଇଛି। ଅଭିଯୋଗ ପାଇ ବନ ବିଭାଗ ତଦନ୍ତ ଆରମ୍ଭ କରିବା ସହିତ ସଂପୃକ୍ତ ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାପଡିଛି।  ପୋଖରୀଟି ବିଭାଗୀୟ ଅଧିକାରୀଙ୍କ ନାମରେ କରା ଯାଉଥିବା ବେଳେ ଠିକାଦାରଙ୍କ ନାମରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାରୁ ଗ୍ରାମବାସୀ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe