ଦୁଇ ଦିନ ମଧ୍ୟରେ ଆଳୁ ସ୍ଥିତି ସ୍ବାଭାବିକ ହେବ: ଯୋଗାଣ ମନ୍ତ୍ରୀଙ୍କ ସୂଚନା

Advertisment
ଦୁଇ ଦିନ ମଧ୍ୟରେ ଆଳୁ ସ୍ଥିତି ସ୍ବାଭାବିକ ହେବ: ଯୋଗାଣ ମନ୍ତ୍ରୀଙ୍କ ସୂଚନା

ଭୁବନେଶ୍ବର: ରାଜ୍ୟରେ ଦୁଇ ଦିନ ମଧ୍ୟରେ ଆଳୁ ସ୍ଥିତି ସ୍ବାଭାବିକ ହେବ। ଲୋକେ ଆଳୁର ଅଭାବ ନେଇ ଆତଙ୍କିତ ହୁଅନ୍ତୁ ନାହିଁ। ପଶ୍ଚିମବଙ୍ଗ ଓ ଉତ୍ତର ପ୍ରଦେଶରୁ ଆଳୁ ଆସିବ। ଏନେଇ କଥାବାର୍ତ୍ତା ଚାଲିଛି ବୋଲି ରାଜ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସୂଚନା ପ୍ରଦାନ କରିଛନ୍ତି।

ସବୁ ଆଡୁ ଆଳୁ ଆସି ରାଜ୍ୟର ଗୋଦାମରେ ଭର୍ତ୍ତି ହୋଇଯିବ। ଦିନେ, ଦୁଇ ଦିନ ମଧ୍ୟରେ ଆଳୁ ଅଭାବ ସମସ୍ୟାର ସମାଧାନ ହେବ। ବ୍ୟବସାୟୀମାନେ ନିର୍ଦ୍ଦେଶ ଅନୁଯାୟୀ କାମ କରୁଛନ୍ତି ବୋଲି ଆଇନମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ଆଳୁ ସଙ୍କଟ ଜାରି ରହିଥିବାବେଳେ ଗୁରୁବାର ଭୁବନେଶ୍ବରର ଆଇଗିଣିଆସ୍ଥିତ କୁବେରପୁରୀ ଆଳୁ ଗୋଦାମରେ ପଶ୍ଚିମବଙ୍ଗରୁ ୫ ଟ୍ରକ୍ ଆଳୁ ଆସି ପହଞ୍ଚିଛି। ଫଳରେ ଏବେ ଆଳୁ ଦର କମିବାର ଆଶା ଦେଖାଦେଇଛି। ତେବେ ରାଜ୍ୟ ସରକାର ଉତ୍ତରପ୍ରଦେଶର ସରକାରଙ୍କଠାରୁ ମାଗିଥିବା ଆଳୁ ଏପର୍ଯ୍ୟନ୍ତ ପହଞ୍ଚିନାହିଁ। ଉତ୍ତରପ୍ରଦେଶ ଟ୍ରକ୍‌କୁ ଅପେକ୍ଷା କରାଯାଇଛି। ଉତ୍ତରପ୍ରଦେଶରୁ ଆଳୁ ଟ୍ରକ୍ ଆସିଲେ ଆଳୁ ଦର ପୁଣି କମିବାର ସମ୍ଭାବନା ରହିଛି।

ଖବର ଅନୁଯାୟୀ, ରାଜ୍ୟରେ ଗତ କିଛି ଦିନ ଧରି ଆଳୁ ଦର ଉପରମୁହାଁ ରହିଥିଲା । ପଶ୍ଚିମବଙ୍ଗରୁ ଠିକ୍ ସମୟରେ ଆଳୁ ଟ୍ରକ୍ ନ ଆସିବାରୁ ଚାହିଦା ଅନୁସାରେ ଆଳୁ ନ ଥିବାରୁ ଦର ବଢ଼ିବାରେ ଲାଗିଥିଲା। ଖୁଚୁରା ବଜାରରେ ଆଳୁ ଦର କିଲୋଗ୍ରାମ୍ ପିଛା ୫୦-୬୦ ଟଙ୍କାରେ ପହଞ୍ଚିଥିଲା। ପଶ୍ଚିମବଙ୍ଗରୁ ଆଳୁ ଟ୍ରକ୍ ନ ଆସିବାରୁ ଉତ୍ତରପ୍ରଦେଶରୁ ଆଳୁ ଟ୍ରକ୍ ଆସିବ ବୋଲି ବିଭାଗୀୟ ମନ୍ତ୍ରୀ କହିଥିଲେ । ହେଲେ ଉତ୍ତରପ୍ରଦେଶରୁ ମଧ୍ୟ ଟ୍ରକ୍ ଆସି ନ ଥିଲା। ଫଳରେ ଦର ବଢିଚାଲିଥିଲା । ଆଳୁ ଟ୍ରକ୍
ଆସିବା ସ୍ୱାଭାବିକ ହୋଇ ନଥିବାରୁ ଗୋଦାମ ଖାଲି ପଡିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe