ପୁରୀ: ଶ୍ରୀରାମ ଜନ୍ମଭୂମି ଅଯୋଧ୍ୟାରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଆସିଛି ନିମନ୍ତ୍ରଣପତ୍ର। ଆସନ୍ତା ଜାନୁଆରି ୨୨ ତାରିଖରେ ଶ୍ରୀରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବ ହେବାକୁ ଯାଉଥିବା ବେଳେ ଆଜି ‘ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର’ ପକ୍ଷରୁ ଅକ୍ଷତ କଳସ ଓ ନିମନ୍ତ୍ରଣପତ୍ର ଆସିଥିଲା। ବିଶ୍ବହିନ୍ଦୁ ପରିଷଦ ମାଧ୍ୟମରେ ଭାରତରେ ଘରେଘରେ ନିମନ୍ତ୍ରଣ ପହଞ୍ଚାଇବାକୁ କୁହାଯାଇଥିବା ବେଳେ ଆଜି ଭକ୍ତ ସାଲବେଗ ପୀଠ ନିକଟରୁ ବିଶ୍ବହିନ୍ଦୁ ପରିଷଦ ପକ୍ଷରୁ ଏକ ଶୋଭାଯାତ୍ରା ବାହାରି ଶ୍ରୀମନ୍ଦିର ଯାତ୍ରା କରିଥିଲା। ଜୟ ଶ୍ରୀରାମ ସ୍ଲୋଗାନ୍ ସହିତ ଶ୍ରୀରାମଙ୍କ ଭଜନ ମଧ୍ୟରେ ଗୈରିକ ପତାକା ଧରି ବିଶ୍ବହିନ୍ଦୁ ପରିଷଦର ସଦସ୍ୟମାନେ ଶ୍ରୀମନ୍ଦିର ଯାତ୍ରା କରିଥିଲେ। ବିଶ୍ବହିନ୍ଦୁ ପରିଷଦ ସମ୍ପାଦକ ରାଜେନ୍ଦ୍ର ମହାନ୍ତି, ବଜରଙ୍ଗ ଦଳ ଜିଲ୍ଲା ସଂଯୋଜକ ଶାନ୍ତନୁ ପାଣ୍ଡେଙ୍କ ଦ୍ବାରା ନିମନ୍ତ୍ରଣ ପତ୍ର ଓ ଚାଉଳ ଗୁଆ ସହ ମହାପ୍ରଭୁଙ୍କୁ ନିମନ୍ତ୍ରଣପତ୍ର ଦିଆଯାଇଥିଲା। ବହୁ ଭକ୍ତ ଓ ଶ୍ରଦ୍ଧାଳୁ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us