ଘଟଗାଁ: ରବିବାର ଅପରାହ୍ନରେ ମା’ ତାରିଣୀ ମନ୍ଦିର ପରିସରରେ ଥିବା ଟିକେଟ୍ କାଉଣ୍ଟର ଭୋଗ ମହାସୁଲ ଆଦାୟ ସମ୍ମୁଖରେ ଠେଲାପେଲା ହୋଇଛି। ଏହାକୁ ନେଇ ସେଠାରେ ମାରପିଟ ହୋଇଥିଲା। ଏଥିରେ ଝାଡ଼ଖଣ୍ତରୁ ଆସିଥିବା ଜଣେ ଭକ୍ତ ଲହୁଲୁହାଣ ହେବା ସହ ତାଙ୍କ ମୁଣ୍ତ ଫାଟିଯାଇଛି। ଆହତ ଭକ୍ତଙ୍କ ନାମ ସୁମିତ ଗୁପ୍ତା ବୋଲି ଜଣାପଡ଼ିଛି। ଶ୍ରୀ ଗୁପ୍ତାଙ୍କ ସହ ତାଙ୍କ ଭଉଣୀ, ଭିଣୋଇ ଓ ପରିବାର ମା’ ତାରିଣୀ ମନ୍ଦିରକୁ ଦର୍ଶନ ପାଇଁ ଆସିଥିଲେ। ଭୋଗଡାଲା ଧରି ଟିକେଟ୍ କାଟିବା ବେଳେ ଆଗପଛକୁ ନେଇ ଯୁକ୍ତିତର୍କ ଓ ଠେଲାପେଲା ହୋଇଥିଲା। ପରେ ଏହି ଘଟଣା ଉଗ୍ରରୂପ ନେଇ ହାତାହାତି ପର୍ଯ୍ୟନ୍ତ କଥା ଯାଇଥିଲା। ସୁମିତଙ୍କ ମୁହଁ ଓ ମୁଣ୍ତରେ ଆଘାତ ଲାଗିଛି। ଘଟଣାସ୍ଥଳରୁ ତାଙ୍କୁ ସଙ୍ଗେ ସଙ୍ଗେ ଅଗ୍ନିଶମ ଗାଡ଼ିରେ ଘଟଗାଁ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଅଣାଯାଇଥିଲା। ତେବେ ଏ ନେଇ ଘଟଗାଁ ଥାନାରେ କୌଣସି ମାମଲା ରୁଜୁ ହୋଇନାହିଁ।
ତାରିଣୀ ମନ୍ଦିରରେ ଅଘଟଣ: ଠେଲାପେଲାରେ ଭକ୍ତଙ୍କ ମୁଣ୍ଡ ଫାଟିଲା
Advertisment
Follow Us