ଧରାକୋଟ:ଗଞ୍ଜାମଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ ତାଳପାଟଣା ଗ୍ରାମରେ ଆଜି ସକାଳ ୯ଟାରେ ଏକ ଆଇସ୍କ୍ରିମ୍ ଫ୍ୟାକ୍ଟ୍ରିରେ ଅଭାବନୀୟ ଘଟଣା ଘଟିଛି। ବରଫକଳ ମେସିନ୍ ମରାମତି ବେଳେ କମ୍ପ୍ରେସର୍ ଟାଙ୍କି ଫାଟି ଜଣେ ପ୍ରାଣ ହରାଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ମୃତକଜଣକ ହେଲେ ଜଗନ୍ନାଥପ୍ରସାଦ ନିକଟ କୁଶପଲ୍ଲୀ ଗ୍ରାମର ନାର୍ସୁ ପ୍ରଧାନଙ୍କ ପୁଅ ବିଦେଶୀ ପ୍ରଧାନ (୫୬)। ମୃତ ବିଦେଶୀ ମେକାନିକ୍ ଭାବେ ମେସିନ୍ ସଜାଡ଼ୁଥିବା ବେଳେ ଏହି ଅଘଟଣ ଘଟିଛି। ସେହିପରି ବରଫକଳ ମାଲିକ ରମେଶଚନ୍ଦ୍ର ମହାପାତ୍ର (୭୫), ତାଙ୍କ ପତ୍ନୀ ଶୋଭାବତୀ ମହାପାତ୍ର (୬୫) ଓ ସଂପର୍କୀୟ ହେମନ୍ତ
ମହାପାତ୍ର (୪୮) ଗୁରୁତର ହୋଇଛନ୍ତି। ଆସିକା ଉପଖଣ୍ଡ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
Dandakaranya : ଆମେ ଆଦିବାସୀ ଆମ ପ୍ରତି ବି ନଜର ପଡୁ: ଦଣ୍ଡକାରଣ୍ୟ ବିକାଶ ମଞ୍ଚର ସତ୍ୟାଗ୍ରହ
ଗତ କିଛିଦିନ ହେଲା ରମେଶ ଆଇସ୍କ୍ରିମ୍ ବ୍ୟବସାୟ ପାଇଁ ନିଜ ଘରେ ଏକ ଛୋଟ ଫ୍ୟାକ୍ଟ୍ରି କରିଥିଲେ। ଦୁଇଦିନ ତଳେ ଆଇସ୍କ୍ରିମ୍ ପ୍ରସ୍ତୁତ କରି ବିକ୍ରି ପାଇଁ ପ୍ରକ୍ରିୟା ମଧ୍ୟ ଆରମ୍ଭ କରିଥିଲେ। ତେବେ ମେସିନ୍ରେ ଥଣ୍ଡା ହେଉ ନଥିବାରୁ ସେ ମେକାନିକ୍ ବିଦେଶୀଙ୍କୁ ଆଜି ଡାକିଥିଲେ। ବିଦେଶୀ ପହଞ୍ଚି ଏହାକୁ ସଜାଡୁଥିବା ବେଳେ ଅଚାନକ କମ୍ପ୍ରେସର୍ ଟାଙ୍କି ଫାଟିଯାଇଥିଲା। ପ୍ରଚଣ୍ଡ ଶଦ୍ଦରେ ଘରର ଟିଣ ଉଡ଼ିଯିବା ସାଙ୍ଗକୁ ବିଦେଶୀଙ୍କ ସମେତ ମାଲିକ ରମେଶ, ପତ୍ନୀ ଶୋଭାବତୀ ଓ ନିକଟରେ ଥିବା ହେମନ୍ତ ଗୁରୁତର ହୋଇଥିଲେ। ବ୍ରହ୍ମପୁର ବଡ଼ ମେଡିକାଲରେ ବିଦେଶୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।
Public Transport: ଫୁଲବାଣୀରୁ ମଣ୍ଡାସ ଚଳାଚଳ କରୁଥିବା ସରକାରୀ ବସ୍ ବନ୍ଦ, ଯାତ୍ରୀ ହନ୍ତସନ୍ତ
ମୃତକଙ୍କ ପୁଅ ମୁନା ପ୍ରଧାନଙ୍କ ଏତଲା କ୍ରମେ ଧରାକୋଟ ଥାନାରେ କେସ୍ ନମ୍ବର ୧୦୩/୨୬ରେ ଏକ ମାମଲା ରୁଜୁ ହୋଇଥିବା ତଦନ୍ତକାରୀ ଅଧିକାରୀ ଏସ୍ଆଇ ସସ୍ମିତା ପଣ୍ଡା ସୂଚନା ଦେଇଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଥାନାଧିକାରୀ ଚନ୍ଦ୍ରିକା ସ୍ବାଇଁ ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/03/10/dgjgdjdgjjgd-2026-03-10-01-18-30.jpg)