ଆଇଓସିଏଲ୍‌ ନ୍ୟୁ ଟାଉନ୍‌ସିପ୍‌ କୋଠା ନିର୍ମାଣ ସମୟରେ ଅଘଟଣ: କଂକ୍ରିଟ୍ ଢଳେଇ ତଳେ ପୋତି ହୋଇ ଶ୍ରମିକ ମୃତ

Advertisment

ପାରାଦୀପ ଆଇଓସିଏଲ୍‌ରେ ଦୁର୍ଘଟଣା ଘଟି କୁଜଙ୍ଗ ବ୍ଲକ୍‌ କାଳିଆପାଟ ଗ୍ରାମର ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଶ୍ରମିକ ଜଣକ ସିମେଣ୍ଟ କଂକ୍ରିଟ ଢଳେଇ ଭିତରେ ପୋତି ହୋଇଯାଇଥିଲେ।

ପାରାଦୀପ ଆଇଓସିଏଲ୍‌ରେ ଦୁର୍ଘଟଣା ଘଟି କୁଜଙ୍ଗ ବ୍ଲକ୍‌ କାଳିଆପାଟ ଗ୍ରାମର ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଶ୍ରମିକ ଜଣକ ସିମେଣ୍ଟ କଂକ୍ରିଟ ଢଳେଇ ଭିତରେ ପୋତି ହୋଇଯାଇଥିଲେ।

jgjgf

କୁଜଙ୍ଗ: ପାରାଦୀପ ଆଇଓସିଏଲ୍‌ରେ ଦୁର୍ଘଟଣା ଘଟି କୁଜଙ୍ଗ ବ୍ଲକ୍‌ କାଳିଆପାଟ ଗ୍ରାମର ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଶ୍ରମିକ ଜଣକ ସିମେଣ୍ଟ କଂକ୍ରିଟ ଢଳେଇ ଭିତରେ ପୋତି ହୋଇଯାଇଥିଲେ। ତାଙ୍କୁ ଉଦ୍ଧାର କରାଯାଇ ଅଠରବାଙ୍କୀ ବିଜୁ ମେମୋରିଆଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାକୁ ମିଶାଇ ଗଲା ୩ ଦିନରେ କାଳିଆପାଟ ଗ୍ରାମର ଦୁଇ ଜଣ ଶ୍ରମିକଙ୍କ ଜୀବନ ଯାଇଥିବା ଜଣାପଡ଼ିଛି।   

ସୂଚନା ଅନୁଯାୟୀ କୁଜଙ୍ଗ ବ୍ଲକ୍‌ ଗୋପିଆକୁଦ–ତାଳଦଣ୍ତା ଗ୍ରାମର ଭଗବାନ ମାଝୀଙ୍କ ପୁଅ ସତ୍ୟବ୍ରତ ମାଝୀ(୩୪) କ୍ରିଷ୍ଣା ବିଲ୍ଡର୍ସ ଅଧୀନରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ଜିରୋଉଦୟବଟ ନିକଟବର୍ତ୍ତୀ ପାରାଦୀପ ଆଇଓସିଏଲ୍‌ ପ୍ରକଳ୍ପର ନ୍ୟୁ ଟାଉନ୍‌ସିପ୍‌ କୋଠା ନିର୍ମାଣ ସମୟରେ ଆଜି ଅପରାହ୍ଣ ୪ଟା ବେଳେ ଏହି ଅଘଟଣ ଘଟିଥିଲା। ଏକ ପିଲାର୍‌ର ଢଳେଇ ଫଟାଉଥିବା ବେଳେ ହଠାତ୍‌ ପିଲାର୍‌ର ଉପର ଭାଗର ଢଳେଇ ଶ୍ରମିକଙ୍କ ଉପରେ ଅଜାଡ଼ି ହୋଇ ପଡ଼ିଥିଲା। ଫଳରେ ସେ ପୋତି ହୋଇ ଯାଇଥିଲେ। ସେଠାରେ କାର୍ଯ୍ୟରତ ଅନ୍ୟ ଶ୍ରମିକମାନେ ଉଦ୍ଧାର କରି ଅଠରବାଙ୍କୀ ବିଜୁ ମେମୋରିଆଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଖବର ପାଇବାପରେ ଗୋପିଆକୁଦ ପଞ୍ଚାୟତର ସରପଞ୍ଚ ଶ୍ରୀନିବାସ ସ୍ବାଇଁ, ପୂର୍ବତନ ସରପଞ୍ଚ ନନ୍ଦିନୀ ପଣ୍ତା ପ୍ରମୁଖ ସେଠାରେ ପହଞ୍ଚିଥିଲେ। କମ୍ପାନି ପକ୍ଷରୁ ମୃତକଙ୍କ ପରିବାରକୁ କିପରି ଅଧିକ କ୍ଷତିପୂରଣ ପ୍ରଦାନ କରାଯାଇପାରିବ ସେନେଇ ଆଲୋଚନା ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe