ପାଟୁଆ ନାଚ ବେଳେ ଅଘଟଣ: ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୨ଜଣ ଜିଅନ୍ତା ଜଳିଗଲେ, ୮ ଗୁରୁତର ଡାକ୍ତରଖାନାରେ ଭର୍ତ୍ତି

ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ୍‌ ନୂଆନନ୍ଦ ପଞ୍ଚାୟତ ବଡ଼ହାଟୁଆରି ଗାଁ’ରେ ଆଜି ସନ୍ଧ୍ୟାରେ ପାଟୁଆ ନାଚ ବେଳେ ଅଘଟଣ ଘଟିଛି। ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଡିଜେ ଗାଡ଼ିରେ ନିଆଁ ଲାଗିଯିବାରୁ ୨ଜଣ ଶ୍ରଦ୍ଧାଳୁ ଜିଅନ୍ତା ଜଳି ଯାଇଛନ୍ତି।

Dead

ତିହିଡ଼ି: ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ୍‌ ନୂଆନନ୍ଦ ପଞ୍ଚାୟତ ବଡ଼ହାଟୁଆରି ଗାଁ’ରେ ଆଜି ସନ୍ଧ୍ୟାରେ ପାଟୁଆ ନାଚ ବେଳେ ଅଘଟଣ ଘଟିଛି। ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଡିଜେ ଗାଡ଼ିରେ ନିଆଁ ଲାଗିଯିବାରୁ ୨ଜଣ ଶ୍ରଦ୍ଧାଳୁ ଜିଅନ୍ତା ଜଳି ଯାଇଛନ୍ତି। ସେମାନେ ହେଲେ; ସ୍ଥାନୀୟ ହାଟୁଆରି ଗ୍ରାମର ମାନସ ମଲ୍ଲିକ (୨୦) ଓ ଆରସା ଗ୍ରାମର ଶରତ ଓରଫ୍‌ କାହ୍ନୁଆ ମହାଳିକ (୨୭)।

ସୂଚନା ଅନୁସାରେ, ପବିତ୍ର ବିଷୁବ ସଂକ୍ରାନ୍ତି ଅବସରରେ ଆଜି ମା’ କଣ୍ଟି ମଙ୍ଗଳାଙ୍କ ବାର୍ଷିକ ଉତ୍ସବ ପାଳନ ହେଉଥିଲା। ଏହି ପରିପ୍ରେକ୍ଷୀରେ ପାଟୁଆମାନେ ଡିଜେ ବଜାଇ ନାଚି ନାଚି ଯାଉଥିଲେ।  ସ୍ଥାନୀୟ ତୋରଣପଦା ଛକରେ କେତେକ ଯୁବକ ଡିଜେ ଗାଡ଼ି ଉପରକୁ ଚଢ଼ି ପତାକା ଉଡ଼ାଉଥିବା ବେଳେ ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଥିଲେ। ଫଳରେ ଡିଜେ ଗାଡ଼ିରେ ନିଆଁ ଲାଗିଯାଇଥିଲା। ପ୍ରାଣ ବିକଳରେ ସମସ୍ତେ ଧାଁଧପଡ଼ କରିଥିଲେ। ମାନସ ଓ କାହ୍ନୁଆ ଯାଇ ନପାରି ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ। ଏହି ଘଟଣାରେ ୮ ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଡିଜେ ଗାଡ଼ି ମଧ୍ୟ ସଂପୂର୍ଣ୍ଣ ଜଳିଯାଇଛି। ଖବର ପାଇ ତିହିଡ଼ି ଥାନା ଅଧିକାରୀ ସତ୍ୟବ୍ରତ ଗ୍ରହାଚାର୍ଯ୍ୟ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରିଛନ୍ତି। ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବା ବେଳେ ୩ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe