ସୋର ଡାକ୍ତରଖାନାରେ ଅଭାବନୀୟ ଘଟଣା: କ୍ୟାବିନ୍‌ ଅପରିଷ୍କାର ପାଇଁ ଦମ୍ପତିଙ୍କୁ ପିଟିଲେ

Advertisment

ଡାକ୍ତରଖାନା କ୍ୟାବିନ୍‌ ଅପରିଷ୍କାର ରହିବା କାରଣରୁ ଦମ୍ପତିଙ୍କୁ ମାଡ଼ ମାରିଛନ୍ତି ଜଣେ ମହିଳା ସଫେଇ କର୍ମଚାରୀ ଓ ଦୁଇଜଣ ସୁରକ୍ଷା କର୍ମୀ। ଏଭଳି ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ସୋର ଡାକ୍ତରଖାନାରେ।

ଡାକ୍ତରଖାନା କ୍ୟାବିନ୍‌ ଅପରିଷ୍କାର ରହିବା କାରଣରୁ ଦମ୍ପତିଙ୍କୁ ମାଡ଼ ମାରିଛନ୍ତି ଜଣେ ମହିଳା ସଫେଇ କର୍ମଚାରୀ ଓ ଦୁଇଜଣ ସୁରକ୍ଷା କର୍ମୀ। ଏଭଳି ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ସୋର ଡାକ୍ତରଖାନାରେ।

dagdadgadga

ସୋର: ଡାକ୍ତରଖାନା କ୍ୟାବିନ୍‌ ଅପରିଷ୍କାର ରହିବା କାରଣରୁ ଦମ୍ପତିଙ୍କୁ ମାଡ଼ ମାରିଛନ୍ତି ଜଣେ ମହିଳା ସଫେଇ କର୍ମଚାରୀ ଓ ଦୁଇଜଣ ସୁରକ୍ଷା କର୍ମୀ। ଏଭଳି ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ସୋର ଡାକ୍ତରଖାନାରେ। ଏହାକୁ ନେଇ ସୋର ଥାନାରେ ଏତଲା ଦିଆଯାଇଛି।

ସୂଚନା ଅନୁସାରେ; ଗୋପାଳପୁର ଥାନା ଜୁଣିଆ ଗ୍ରାମର ପ୍ରଶାନ୍ତ ଦାସଙ୍କ ୩ ମାସର ଶିଶୁପୁତ୍ରର ଦେହ ଅସୁସ୍ଥ ଥିବାରୁ ଗତ ୩୧ ତାରିଖ ଦିନ  ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ। ଶିଶୁଟିକୁ ବାପାମାଆ ଗୋଟିଏ କ୍ୟାବିନ୍‌ରେ ରଖିଛନ୍ତି। ଆଜି ମଧ୍ୟାହ୍ନରେ ସଫେଇ କର୍ମଚାରୀ ମାଳତୀ ଦାସ କ୍ୟାବିନ୍‌କୁ ଝାଡ଼ୁ ମାରିବା ପାଇଁ ଆସିଥିଲେ। କ୍ୟାବିନ୍‌ ଅପରିଷ୍କାର ହୋଇଥିବା ଦେଖି ସେ ପ୍ରଶାନ୍ତଙ୍କ ପତ୍ନୀ ଗୀତାଞ୍ଜଳିଙ୍କୁ ଗାଳିଗୁଲଜ କରିଥିଲେ। ଏହି ସମୟରେ ଡାକ୍ତରଖାନାର ଦୁଇଜଣ ସୁରକ୍ଷାକର୍ମୀ ମଧ୍ୟ ସେଠାରେ ପହଞ୍ଚିଥିଲେ। ପରେ ଉଭୟ ପକ୍ଷ ମଧ୍ୟରେ ଝଗଡ଼ା ହୋଇଥିଲା। ମାଳତୀଙ୍କ ସହ ସୁରକ୍ଷାକର୍ମୀମାନେ ମିଶି ପ୍ରଶାନ୍ତ ଓ ଗୀତାଞ୍ଜଳିଙ୍କୁ ମାଡ଼ ମାରିଥିଲେ। ଏ ନେଇ ପ୍ରଶାନ୍ତ ସୋର ଥାନାରେ ଏତଲା ଦେଇଛନ୍ତି। ସେହିପରି ମାଳତୀ ମଧ୍ୟ ଥାନାରେ ପାଲଟା ଏତଲା ଦାଏର କରିଛନ୍ତି। ପୁଲିସ ମାମଲାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।

ଏନେଇ ସଫେଇ କର୍ମଚାରୀ ମାଳତୀଙ୍କୁ ପଚରାଯିବାରୁ ସେ କହିଛନ୍ତି, ଗୀତାଞ୍ଜଳି ଓ ପ୍ରଶାନ୍ତ ବେଡ୍‌ର ଗଦି ଚଟାଣରେ ପକାଇ ଶୋଉଥିଲେ। ସେମିତି କରିବାକୁ ମନା କରିଥିଲି। କିନ୍ତୁ ପ୍ରଶାନ୍ତ ମୋ ପଛେପଛେ ବୁଲି ବୁଲି ଭିଡିଓ କରିଥିଲେ। ଏମିତି କି ଖରାପ ମନ୍ତବ୍ୟ ଦେଇଥିଲେ। ବାରଣ କରିବାରୁ ଗାଳିଗୁଲଜ ମଧ୍ୟ କରିଥିଲେ। ଯାହାକୁ ନେଇ ଆମ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe