ଶ୍ରୀମେଟାଲିକ୍ସରେ ଦୁର୍ଘଟଣା, ଜଣେ ମୃତ

ଶବ ବଦଳ ଘଟଣା, ଚିତାଭସ୍ମ ଗଲା ରାଜସ୍ଥାନ, ଫେରିଲାନି ଓଡ଼ିଆ ପୁଅର ଶବ

CREATOR: gd-jpeg v1.0 (using IJG JPEG v62), quality = 100

ଗୁଆଲି: କେନ୍ଦୁଝର ଜିଲ୍ଲା ରୁଗୁଡ଼ି ଥାନା ଅଞ୍ଚଳରେ ଥିବା ଶ୍ରୀମେଟାଲିକ୍ସ ପ୍ଲାଣ୍ଟରେ ଦୁର୍ଘଟଣା ଘଟି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ରୁଗୁଡ଼ି ବସ୍ତିର ବାଙ୍କା ଆପଟ୍ଟ (୫୦)। ଗତକାଲି ପ୍ରାୟ ୩ଟାବେଳେ ଉକ୍ତ ବାଙ୍କା ସଟ୍‌ଡାଉନ୍‌ ଥିବା ୭ ନମ୍ବର କ୍ଲିନ୍‌ ପ୍ଲାଟଫର୍ମ ଉପରେ କାର୍ଯ୍ୟ କରୁଥିଲେ। ଏହି ସମୟରେ ଦୁର୍ଘଟଣା ଘଟିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବଡ଼ବିଲ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ଦାବିରେ ଆଜି ପ୍ଲାଣ୍ଟ ଫାଟକକୁ ବନ୍ଦ କରାଯାଇ ଧାରଣା ଦିଆଯାଇଥିଲା।

ମୃତକଙ୍କ ପରିବାରକୁ ୧୫ଲକ୍ଷ ଟଙ୍କା, ଶୁଦ୍ଧିକ୍ରିୟା ପାଇଁ ୨ଲକ୍ଷ ଟଙ୍କା, ଜଣକୁ ଚାକିରି, ମୃତକଙ୍କ ସ୍ତ୍ରୀଙ୍କୁ ମାସିକ ୧୦ ହଜାର ଟଙ୍କା ଭତ୍ତା ଦିଆଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। କୁଶ ଆପଟ୍ଟ, ହିନ୍ଦ ମଜଦୁର ସଭା ସମ୍ପାଦକ କେଶବ ଚନ୍ଦ୍ର ଖିଲାର, ବଂଶୀଧର ବାରିକ ପ୍ରମୁଖ କମ୍ପାନି କର୍ତ୍ତୃପକ୍ଷ ରମନ କୁମାର ଶର୍ମା‌, ସତ୍ୟସୁନ୍ଦର କର, ପିଏସ୍‌ ସାଓଙ୍କ ସହିତ ଆଲୋଚନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe