ଦଶମ ଶ୍ରେଣୀ ଛାତ୍ରୀ ମାଆ ହେବା ଘଟଣା: ମେଟ୍ରନ୍‌ ବହିଷ୍କୃତ, ପ୍ରଧାନଶିକ୍ଷକ, ଏଏନ୍ଏମ୍ ନିଲମ୍ବିତ

Advertisment

ଚିତ୍ର‌କୋଣ୍ଡା ବ୍ଲକ୍‌ର ଏକ ଆବାସିକ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ମାଆ ହେବା ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଜିଲ୍ଲା ପ୍ରଶାସନ। ସ୍କୁଲ୍ ମେଟ୍ରନ୍‌ ସୁଚିତ୍ରା ଚର୍ଚ୍ଚିଙ୍କୁ ଚାକିରିରୁ ବହିଷ୍କାର କରିବା ସହ ଏଏନ୍ଏମ୍ କବିତା କୁମାରୀ ପାତ୍ରଙ୍କୁ ନିଲମ୍ବନ କରିଛି।

ଚିତ୍ର‌କୋଣ୍ଡା ବ୍ଲକ୍‌ର ଏକ ଆବାସିକ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ମାଆ ହେବା ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଜିଲ୍ଲା ପ୍ରଶାସନ। ସ୍କୁଲ୍ ମେଟ୍ରନ୍‌ ସୁଚିତ୍ରା ଚର୍ଚ୍ଚିଙ୍କୁ ଚାକିରିରୁ ବହିଷ୍କାର କରିବା ସହ ଏଏନ୍ଏମ୍ କବିତା କୁମାରୀ ପାତ୍ରଙ୍କୁ ନିଲମ୍ବନ କରିଛି।

gddgvc

ଚିତ୍ରକୋଣ୍ଡା/ମାଲକାନଗିରି: ଚିତ୍ର‌କୋଣ୍ଡା ବ୍ଲକ୍‌ର ଏକ ଆବାସିକ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ମାଆ ହେବା ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଜିଲ୍ଲା ପ୍ରଶାସନ। ସ୍କୁଲ୍ ମେଟ୍ରନ୍‌ ସୁଚିତ୍ରା ଚର୍ଚ୍ଚିଙ୍କୁ ଚାକିରିରୁ ବହିଷ୍କାର କରିବା ସହ ଏଏନ୍ଏମ୍ କବିତା କୁମାରୀ ପାତ୍ରଙ୍କୁ ନିଲମ୍ବନ କରିଛି। ଜିଲ୍ଲା ପ୍ରଶାସନର ସୁପାରିସ ଆଧାରରେ ପ୍ରଧାନଶିକ୍ଷକ ଅଜିତ କୁମାର ମାଡ଼କାମୀଙ୍କୁ ରାଜ୍ୟ ସରକାର ନିଲମ୍ବନ କରିଛନ୍ତି। ଅନ୍ୟପକ୍ଷରେ ଏହି ଘଟଣାରେ କାହାର ସମ୍ପୃକ୍ତି ରହିଛି ତାକୁ ନେଇ ଖୋଳତାଡ଼ ଆରମ୍ଭ କରିଛି ପୁଲିସ। ଛାନ୍‌ଭିନ୍‌ ପରେ ଅଭିଯୁକ୍ତ ପୁଲିସ ନିକଟରେ ଆତ୍ମସମର୍ପଣ କରିଛି। 

ଘଟଣାର ଅନୁଧ୍ୟାନ କଲେ ବିଧାୟକଙ୍କ ସମେତ ୫ଜଣିଆ ଟିମ୍‌

ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ, ଜିଲ୍ଲା ପରିଷଦ ସଭାପତି ସମାରି ଟାଙ୍ଗୁଲୁ, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀନିବାସ ଆଚାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଦାସ ପ୍ରମୁଖ ସ୍କୁଲ ପରିଦର୍ଶନ କରି ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ। ଆଶ୍ରମ ସ୍କୁଲ୍ କର୍ତ୍ତୃପକ୍ଷଙ୍କ ବୟାନ ରେକର୍ଡ କରିବା ପରେ ଘଟଣାର ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ଆଚାରୀ ସୂଚନା ଦେଇଛନ୍ତି। ତେବେ ଆଶ୍ରମ ସ୍କୁଲର ସୁରକ୍ଷା ବ୍ୟବସ୍ଥାକୁ ଭେଦି କିପରି ଏପରି କାର୍ଯ୍ୟ ହେଉଥିଲା ଏବଂ ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ପ୍ରତି କେହି କେମିତି ସଚେତନ ନଥିଲେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। 

ସୋମବାର ମାଟ୍ରିକ୍ ପରୀକ୍ଷା ଦେବା ପରେ ଛାତ୍ରୀ ଜଣଙ୍କ ଅଚାନକ ଗାଏବ ହୋଇଯାଇଥିଲେ। ସ୍କୁଲ କର୍ତ୍ତୃପକ୍ଷ ଛାତ୍ରୀଙ୍କ ପରିବାର ଲୋକଙ୍କୁ ଏ ସମ୍ପର୍କରେ ଅବଗତ କରିବା ସହ ଛାତ୍ରୀ ନିଖୋଜ ଥିବା ନେଇ ଥାନାରେ ଏତଲା ଦେଇଥିଲେ। ତେବେ ସନ୍ଧ୍ୟାରେ ଛାତ୍ରୀ ଜଣକ ଛାତ ଉପରେ ଯନ୍ତ୍ରଣାରେ ଛଟପଟ ହୋଇ ଏକ ଶିଶୁ କନ୍ୟାକୁ ଜନ୍ମ ଦେବା ଅବସ୍ଥାରେ ଠାବ ହୋଇଥିଲେ। ଏହି ଖବର ଜଣାପଡ଼ିବା ପରେ ଅଭିଭାବକ ଏବଂ ସ୍କୁଲ୍‌ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଭାଳେଣି ପଡ଼ିଯାଇଥିଲା। ତୁରନ୍ତ ସ୍କୁଲ୍ ଛାତ୍ରୀ ଓ ନବଜାତ ଶିଶୁକନ୍ୟାକୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଙ୍କ ଚିକିତ୍ସା ପରେ ଉଭୟଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe