ଶିଶୁ କାନ୍ଧରେ ମଦ ବ୍ୟାଗର ବୋଝ ଘଟଣା, ଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ

Advertisment
ଶିଶୁ କାନ୍ଧରେ ମଦ ବ୍ୟାଗର ବୋଝ ଘଟଣା, ଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ

କୋଇଡ଼ା : କୋଇଡ଼ା ଖଣି ଅଞ୍ଚଳରେ ଗତକାଲି ଠାରୁ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେଉଥିବା ଶିଶୁ କାନ୍ଧରେ ମଦ ବ୍ୟାଗର ବୋଝ ଘଟଣା ସଂପର୍କରେ ସମ୍ବାଦରେ ଖବର ପ୍ରକାଶିତ ହେବାପରେ ଆଜି ସୁନ୍ଦରଗଡ଼ ଜିଲ୍ଲାପାଳ ଜିଲ୍ଲା ଶ୍ରମ ବିଭାଗ, ଅବକାରୀ ବିଭାଗ ଓ ଶିଶୁ କଲ୍ୟାଣ ବିଭାଗଙ୍କୁ ମିଳିତଭାବେ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ଖବର ପ୍ରସାରଣ ପରେ କୋଇଡ଼ା ବିଡିଓ ପଲ୍ଲବୀ ରାଣୀ ରାଜ ଏ ଘଟଣା ଅତି ନିନ୍ଦନୀୟ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ମନ୍ତବ୍ୟ ଦେଇଛନ୍ତି।

ଘଟଣା ସମ୍ପର୍କରେ ଆଜି ଖବରକାଗଜରୁ ପଢ଼ି କୋଇଡ଼ା ସରପଞ୍ଚ ସନ୍ଧ୍ୟାରାଣୀ ନାଏକ ଭାଇରାଲ ଛାତ୍ରଙ୍କ ଘରକୁ ଯାଇ ଘଟଣାର ଯାଞ୍ଚ କରିବା ପରେ ସେ ପଞ୍ଚମ ଶ୍ରେଣୀରୁ ଉତ୍ତୀଣ୍ଣ ହୋଇଥିବା ଜାଣି ନିଜେ ତା ସାର୍ଟିଫିକେଟ୍ ଓ ପରିଚୟପତ୍ର ଧରି ଉଚ୍ଚ ଶିକ୍ଷା ନିମନ୍ତେ ଆଉ ଏକ ବିଦ୍ୟାଳୟରେ ନାମ ଲେଖାଇଥିଲେ। ଏ ଘଟଣା ଅତି ନିନ୍ଦନୀୟ ଓ ଏ ଘଟଣାରେ ସଂପୃକ୍ତ ଦୋଷୀଙ୍କୁ ଠାବ କରି କଡ଼ା କାର୍ଯାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe