ହରିଚନ୍ଦନପୁର: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅଞ୍ଚଳରେ ଥିବା ଏକ ଘରୋଇ ସ୍କୁଲର ଜଣେ ୬ ବର୍ଷୀୟା ଛାତ୍ରୀଙ୍କୁ ସ୍କୁଲର ରୋଷେୟା ଅସଦାଚରଣ କରିବା ଘଟଣାରେ ପୁଲିସ ଜଣେ ଶିକ୍ଷୟିତ୍ରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୁଲିସ ଘଟଣାର ତଦନ୍ତ କରି ପୂର୍ବରୁ ଅଭିଯୁକ୍ତ ରୋଷେୟାକୁ ୩୦ ତାରିଖରେ ଗିରଫ କରିଥିଲା।
ଘଟଣା ସମ୍ପର୍କରେ ଛାତ୍ରୀ ଜଣକ ସ୍କୁଲର ଜଣେ ଶିକ୍ଷୟିତ୍ରୀଙ୍କୁ କହିଥିଲେ। ତେବେ ସ୍କୁଲର ବଦନାମ ଭୟରେ ଶିକ୍ଷୟିତ୍ରୀ ଚୁପ ରହିବା ପାଇଁ ଚାପ ପକାଇଥିଲେ। ଥାନା ଅଧିକାରୀ ଦେବକୀ ନାଏକ ୨୧/୨୩ ରେ ଏକ କେଶ କରି ଶିକ୍ଷୟିତ୍ରୀକୁ ଗତକାଲି ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।
Follow Us