ନୟାଗଡ଼ ବିଡିଓଙ୍କ ବାପା ଭତ୍ତା ପାଇବା ଘଟଣା: ଉନ୍ନୟନ କମିସନରଙ୍କ ତଦନ୍ତ ନିର୍ଦ୍ଦେଶ

ଭାରତୀୟଙ୍କ ବେତନ ୧୦.୨% ବଢ଼ିବ

livemint.com

ନୟାଗଡ଼ : ନୟାଗଡ଼ ବିଡିଓ ଭିକାରି ସାହୁଙ୍କ ବାପା ରାଜକିଶୋର ସାହୁ ମଧୁ ବାବୁ ଭତ୍ତା ଭତ୍ତା ପାଉଥିବା ଘଟଣାର ତଦନ୍ତ କରାଯିବ। ଆଜି ‘ସମ୍ବାଦ’ରେ ଖବର ପ୍ରକାଶ ମନୋଜ ଜେନା ନାମକ ଜଣେ ଯୁବକ ଏହାକୁ ଟୁଇଟ୍‌ କରିଥିଲେ। ଉନ୍ନୟନ କମିସନର ପ୍ରଦୀପ ଜେନା ତୁରନ୍ତ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ (ଏସ୍‌ଏସ୍‌ଇପିଡି)କୁ ତଦନ୍ତ କରି ଉପଯୁକ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଭିକାରି ବିଡିଓ ଓ ତହସିଲଦାର ଭାବେ ଇତିମଧ୍ୟରେ ପ୍ରାୟ ୫ ବର୍ଷ କାର୍ଯ୍ୟ କରିସାରିଛନ୍ତି। ତାଙ୍କ ନିଜ ଘର ଓଡ଼ଗାଁ ବ୍ଲକ୍‌ର ଡିମିସର ଗ୍ରାମରେ। ଯଦିଓ ତାଙ୍କ ବାପା କେବେଠାରୁ ଭତ୍ତା ପାଉଛନ୍ତି, ସେ ନେଇ ସରକାରୀ ସ୍ତରରେ ସୂଚନା ଦିଆଯାଉନାହିଁ। କିନ୍ତୁ ବିଡିଓଙ୍କ ବାପା ୧୦ ବର୍ଷ ହେବ ଭତ୍ତା ପାଉଥିବା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ପୁଅ ବିଡିଓ ହୋଇଯିବା ପରେ ମୁଁ ଭତ୍ତା ପାଇଁ ଅଯୋଗ୍ୟ ହୋଇଯିବି ବୋଲି ଜାଣିନଥିବା ରାଜକିଶୋର କହିଛନ୍ତି। ତାଙ୍କୁ ବାଦ୍‌ ଦେବାକୁ ସେ ଲିଖିତ ଆବେଦନ କରିଥିବା ଜଣାଇ ସେ କହିଛନ୍ତି, ସେତେ‌ବେଳେ ମୋର ଆର୍ଥିକ ଅବସ୍ଥା ଭଲା ନଥିଲା, ମୁଁ ଦିବ୍ୟାଙ୍ଗ ଭାବେ ଭତ୍ତା ପାଉଥିଲି। ହେଲେ ‌ ବିଡିଓ ଶ୍ରୀ ସାହୁ ସବୁ ଜାଣି କିଭଳି ଚୁପ୍‌ ରହିଥିଲେ, ବାପାଙ୍କୁ ପଞ୍ଚାୟତରୁ ଭତ୍ତା ଟଙ୍କା ଆଣିବାରେ ସହଯୋଗ କରୁଥିଲେ, ତାହା ବୁଦ୍ଧିଜୀବୀଙ୍କୁ ବିସ୍ମିତ କରୁଛି। ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟ, ପଞ୍ଚାୟତ କର୍ତୃପକ୍ଷଙ୍କ ପକ୍ଷରୁ ତାଙ୍କୁ ସୂଚନା ଦିଆଯାଇଥିଲେ ହେଁ ସେ ଏଥିପ୍ରତି ଦୃଷ୍ଟି ଦେଇନଥିଲେ। ଭିକାରି ନଭେମ୍ବର ମାସରେ ନୟାଗଡ଼ ବିଡିଓ ଭାବେ ଆସିଥିଲେ ଓ ଶୁକ୍ରବାର ତାଙ୍କର ନୟାଗଡ଼ ତହସିଲଦାର ଭାବେ ବଦଳି ହୋଇଛି। ସେ ଯେବେ‌ଠାରୁ ପ୍ରଶାସନିକ ଅଧକାରୀ ହେଲେଣି, ସେବେଠାରୁ ବାପାଙ୍କ ଭତ୍ତା ଟଙ୍କା ଆଦାୟ ପାଇଁ ଦାବି ହେଉଛି।

୧୦ ଦିନ ତଳେ ଭତ୍ତା ବାତିଲ୍‌ ପାଇଁ ଚିଠି ହୋଇଛି, ଅଗଷ୍ଟରେ ବି ଭତ୍ତା ଟଙ୍କା ନେଇଛନ୍ତି

ରାଜକିଶୋର ସାହୁ ଭତ୍ତା (ଓଆର୍‌- ଏସ୍‌- ୦୮୮୬୬୮୪୬) ପାଉଥିବା ଖବର ପଦାକୁ ଆସିଯିବାରୁ ବିଡିଓଙ୍କ ଭାବମୂର୍ତ୍ତିକୁ ସୁରକ୍ଷା ଦେବାକୁ ଯୋଜନା ଆରମ୍ଭ ହୋଇଛି। ବିଭାଗୀୟ ଅଧିକାରୀ ଭତ୍ତା ଟଙ୍କା ବନ୍ଦ ହୋଇଥିବା, ବାତିଲ୍‌ ପାଇଁ ମାସେ ହେବ ଚିଠି କରିଥିବା ପ୍ରତିକ୍ରିୟା ଦେଉଛନ୍ତି। ବାସ୍ତବ କଥା ହେଲା ଚିଠି (ଏସ୍‌ଏସ୍‌ଇପିଡି ବିଭାଗ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ- ଚିଠି ନମ୍ବର ୧୧୩୯, ତାରିଖ- ୦୨/୦୮/୨୦୨୨) ପ୍ରାୟ ୧୦ ଦିନ ତଳେ ହୋଇଛି। ଚଳିତ ମାସ (ଅଗଷ୍ଟ)ରେ ବି ବିଡିଓଙ୍କ ବାପାଙ୍କ ଭତ୍ତା ଟଙ୍କା ଆସିଛି। ଏବେ ଖବର ଦେଖି ଆମେ ଆଉ ଟଙ୍କା ଦେବୁନି, ଏଥର ନାମ କାଟି‌ଦେବୁ ବୋଲି ଡିମିଶର ପଞ୍ଚାୟତ କର୍ତ୍ତୃପକ୍ଷ କହିଛନ୍ତି। ମଧୁବାବୁ ପେନ୍‌ସନ୍‌ ଯୋଜନା ନିୟମ ୨୦୦୮ କ୍ଲଜ୍‌ ୬(ବି)ର ଉଲ୍ଲଙ୍ଘନ କରୁଛି। ତେଣୁ ରାଜକିଶୋରଙ୍କ ଭତ୍ତା ବନ୍ଦ ପାଇଁ ଚିଠି ହୋଇଥିବା ଦର୍ଶାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe