ଜଙ୍ଗଲରୁ ମୁମୂର୍ଷୁ ଅବସ୍ଥାରେ ଯୁବତୀ ଉଦ୍ଧାର ଘଟଣା: ଅପରାଧୀଙ୍କୁ ଧରିବା ଦାବିରେ ରାସ୍ତା ଅବରୋଧ

Advertisment

ଧନୁଯାତ୍ରା ଦେଖିବାକୁ ଯାଇ ନିଖୋଜ ହୋଇଥିବା ଯୁବତୀ ଜଙ୍ଗଲରୁ ଉଦ୍ଧାର ମାମଲାରେ ପୁଲିସର ହାତ ଖାଲି ରହିଛି। ଏହାକୁ ନେଇ ଅସନ୍ତୋଷ ତେଜିବାରେ ଲାଗିଛି। ଆଜି ବରଗଡ଼-ଭଟଲି ମୁଖ୍ୟ ରାସ୍ତାର...

ଧନୁଯାତ୍ରା ଦେଖିବାକୁ ଯାଇ ନିଖୋଜ ହୋଇଥିବା ଯୁବତୀ ଜଙ୍ଗଲରୁ ଉଦ୍ଧାର ମାମଲାରେ ପୁଲିସର ହାତ ଖାଲି ରହିଛି। ଏହାକୁ ନେଇ ଅସନ୍ତୋଷ ତେଜିବାରେ ଲାଗିଛି। ଆଜି ବରଗଡ଼-ଭଟଲି ମୁଖ୍ୟ ରାସ୍ତାର...

ggdgvx

ବରଗଡ଼: ଧନୁଯାତ୍ରା ଦେଖିବାକୁ ଯାଇ ନିଖୋଜ ହୋଇଥିବା ଯୁବତୀ ଜଙ୍ଗଲରୁ ଉଦ୍ଧାର ମାମଲାରେ ପୁଲିସର ହାତ ଖାଲି ରହିଛି। ଏହାକୁ ନେଇ ଅସନ୍ତୋଷ ତେଜିବାରେ ଲାଗିଛି। ଆଜି ବରଗଡ଼-ଭଟଲି ମୁଖ୍ୟ ରାସ୍ତାର ବର‌ଡ଼ୋଲ ଛକରେ ପୀଡ଼ିତାଙ୍କ ପରିବାରବର୍ଗ ଓ ସ୍ଥାନୀୟ ଲୋକମାନେ ସକାଳ ୮ରୁ ଅପରାହ୍‌ଣ ଯାଏ ପ୍ରାୟ ୮ ଘଣ୍ଟା କାଳ ରାସ୍ତା ଅବରୋଧ କରିଥିଲେ। ପୀଡ଼ିତାଙ୍କ ଉନ୍ନତ ଚିକିତ୍ସା, ଦୋଷୀଙ୍କୁ ଶୀଘ୍ର ଗିରଫ ଦାବି କରାଯାଇଥିଲା।  ରାସ୍ତା ଅବରୋଧ ଚାଲିଥିବା ସମୟରେ ବରଗଡ଼ ପୌରାଧ୍ୟକ୍ଷା କଳ୍ପନା ମାଝୀ, ଜିଲ୍ଲା ପରିଷଦ ସଭାପତି ମାନିନୀ ଭୋଇ, ଭୀମ ଆର୍ମି, କୋସଲ୍‌ ସେନା, ଆମ୍ବେଦକର ଯୁବକ ସଂଘ, ସ୍ବାମୀ ବିବେକାନନ୍ଦ ପାଠାଗାର ସମେତ ଅନ୍ୟ କିଛି ସଂଗଠନର ନେତୃବୃନ୍ଦ ଆସି ସାମିଲ ହୋଇଥିଲେ। ଘଟଣାସ୍ଥଳରେ ପୁଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ରାସ୍ତାରୋକ ସ୍ଥଳରେ ବରଗଡ଼ ଉପଜିଲ୍ଲାପାଳ ପ୍ରସନ୍ନ ପାଣ୍ଡେ, ଅତିରିକ୍ତ ଏସ୍‌ପି, ଏସ୍‌ଡିପିଓ ପହ‌ଞ୍ଚି ଆନ୍ଦୋଳଳନକାରୀଙ୍କୁ ବୁଝାସୁଝା କରିଥିଲେ। ଉନ୍ନତ ଚିକିତ୍ସାର ଦାୟିତ୍ବ ଉପଜିଲ୍ଲାପାଳ ନିଜେ ନେବା ସହ ପୁଲିସ ପକ୍ଷରୁ ୪୮ ଘଣ୍ଟା ଭିତରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ପ୍ରତିଶ୍ରୁତି ଦିଆଯିବା ପରେ ଲୋକେ ଆନ୍ଦୋଳନରୁ ଓହରିଥିଲେ। 

ସୂଚାନଯୋଗ୍ୟ, ଗତ ୧୨ ତାରିଖ‌ରେ ଧନୁଯାତ୍ରା ଦେଖିବାକୁ ଯାଇ ବରଗଡ଼ ଟାଉନ ଥାନା ଅଞ୍ଚଳର ଜଣେ ଯୁବତୀ ଆଉ ଘରକୁ ଫେରିନଥିଲେ। ପରିବାରବର୍ଗ ଥାନାରେ ନିଖୋଜ ଏତଲା ଦେଇଥିଲେ ମଧ୍ୟ ପୁଲିସ ଏହାକୁ ଗୁରୁତ୍ବର ସହ ନେଇ ନ ଥିଲା। ଫଳରେ ୩୬ ଘଣ୍ଟା ପରେ ଯୁବତୀଙ୍କୁ ପରିବାରବର୍ଗ ରକ୍ତାକ୍ତ ଅବସ୍ଥାରେ କୁର୍ଲା ଜଙ୍ଗଲରୁ ଉଦ୍ଧାର କରିଥିଲେ। ଏବେ ଯୁବତୀଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ଅନ୍ୟପଟେ ପରିବାରବର୍ଗ ଯୁବତୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଉଦ୍ଦେଶ୍ୟ ରଖି ଜଙ୍ଗଲରେ ଫିଙ୍ଗି ଦିଆଯାଇଥିବା ଥାନାରେ ଏତଲା ଦେଇଛନ୍ତି। ଏ ପର୍ଯ୍ୟନ୍ତ ଜଣେ ଅଭିଯୁକ୍ତଙ୍କୁ ମଧ୍ୟ ପୁଲିସ ଗିରଫ କରିବାରେ ସଫଳ ହୋଇନି। କେବଳ କିଛି ଯୁବକଙ୍କୁ ଥାନାକୁ ଆଣି ପଚରାଉଚରା କରାଯାଉଛି। ଏସବୁ ଭିତରେ ଭିମ ଆର୍ମିର ସଦସ୍ୟମାନେ ଏସ୍‌ପିଙ୍କ ଦ୍ବାରସ୍ଥ ହୋଇ ଶୀଘ୍ର ଅପରାଧୀମାନଙ୍କୁ ଗିରଫ କରିବାକୁ ଦାବି ଜଣାଇଛନ୍ତି।

ଭିଡିଓରେ ଥିବା ଯୁବକ କିଏ? 
ବରଗଡ଼: ଜଙ୍ଗଲରୁ ଯୁବତୀ ଉଦ୍ଧାର ମାମଲାର ତଦନ୍ତ ଜାରି ରହିଥିବା ବେଳେ ଏକ ସିସିଟିଭି ଫୁଟେଜ୍‌ ଏବେ ସାମନାକୁ ଆସିଛି। ୧୨ ତାରିଖର ଉକ୍ତ ସିସିଟିଭି ଫୁଟେଜ୍‌ରେ ସଂପୃକ୍ତ ଯୁବତୀଙ୍କ ସହିତ ଜଣେ ଯୁବକ ଥିବା ଦେଖିବାକୁ ମିଳିଛି। ପୁଲିସ ଉକ୍ତ ଯୁବକଙ୍କୁ ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ କରୁଥିବା ଜଣାଯାଇଛି। ସିସିଟିଭି ଫୁଟେଜ୍‌ରେ ଥିବା ଯୁବକ ଜଣକ କିଏ ତାକୁ ନେଇ ସବୁଠି ଚର୍ଚ୍ଚା ଜୋର ଧରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe