ଆଇସିୟୁରେ ସ୍ତ୍ରୀକୁ ଛାଡ଼ି ଯବାନ ସୀମାକୁ ଯିବା ଘଟଣା: ଆଖିବୁଜିଲେ ଜସ୍ମିନ, ଗାଁକୁ ଫେରିଲେ ଦେବରାଜ

Advertisment

ଆଇସିୟୁରେ ସଙ୍କଟାପନ୍ନ ଅବସ୍ଥାରେ ଥିବା ସ୍ତ୍ରୀ ଜସ୍ମିନ୍‌ ଓ ୧୩ ଦିନର ଶିଶୁକନ୍ୟାକୁ ଛାଡ଼ି ସଶସ୍ତ୍ର ସୀମା ବଳ (ଏସ୍‌ଏସ୍‌ବି) ଯବାନ ଲଖନପୁର ବ୍ଲକ ଟେଙ୍ଗନାମାଲ୍‌ ଗ୍ରାମର ଦେବରାଜ ଗଣ୍ଡ ଗତ ୧୧ ତାରିଖରେ ସୀମାରେ ଡ୍ୟୁଟି ପାଇଁ ବାହାରି ଯାଇଥିଲେ।

ଆଇସିୟୁରେ ସଙ୍କଟାପନ୍ନ ଅବସ୍ଥାରେ ଥିବା ସ୍ତ୍ରୀ ଜସ୍ମିନ୍‌ ଓ ୧୩ ଦିନର ଶିଶୁକନ୍ୟାକୁ ଛାଡ଼ି ସଶସ୍ତ୍ର ସୀମା ବଳ (ଏସ୍‌ଏସ୍‌ବି) ଯବାନ ଲଖନପୁର ବ୍ଲକ ଟେଙ୍ଗନାମାଲ୍‌ ଗ୍ରାମର ଦେବରାଜ ଗଣ୍ଡ ଗତ ୧୧ ତାରିଖରେ ସୀମାରେ ଡ୍ୟୁଟି ପାଇଁ ବାହାରି ଯାଇଥିଲେ।

ffscxcxcx

ବୁର୍ଲା/ଝାରସୁଗୁଡ଼ା: ଆଇସିୟୁରେ ସଙ୍କଟାପନ୍ନ ଅବସ୍ଥାରେ ଥିବା ସ୍ତ୍ରୀ ଜସ୍ମିନ୍‌ ଓ ୧୩ ଦିନର ଶିଶୁକନ୍ୟାକୁ ଛାଡ଼ି ସଶସ୍ତ୍ର ସୀମା ବଳ (ଏସ୍‌ଏସ୍‌ବି) ଯବାନ ଲଖନପୁର ବ୍ଲକ ଟେଙ୍ଗନାମାଲ୍‌ ଗ୍ରାମର ଦେବରାଜ ଗଣ୍ଡ ଗତ ୧୧ ତାରିଖରେ ସୀମାରେ ଡ୍ୟୁଟି ପାଇଁ ବାହାରି ଯାଇଥିଲେ। ତେବେ ମଙ୍ଗଳବାର ସକାଳେ ବୁର୍ଲା ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଜସ୍ମିନଙ୍କ ମୃତ୍ୟୁ ଘଟିଛି। ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜିଲ୍ଲା ପ୍ରଶାସନର ଉଦ୍ୟମକ୍ର‌ମେ ଯବାନ ଦେବରାଜ ଅଧାବାଟରୁ ଫେରିଛନ୍ତି। ବିମାନ ଯୋଗେ ଆଜି ସନ୍ଧ୍ୟା ୭ଟା ୪୫ ମିନିଟ୍‌ରେ ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚି ନିଜ ଗାଁକୁ ଯାଇଛନ୍ତି। ସେଠାରେ ଜସ୍ମିନଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ନେଇ ଗଭୀର ଶୋକ ପ୍ରକାଶ କରିବା ସହ ଏଭଳି କଠିନ ସମୟରେ ରାଜ୍ୟ ସରକାର ଓ ଓଡ଼ିଶାବାସୀ ଯବାନ ଶ୍ରୀ ଗଣ୍ଡଙ୍କ ପରିବାର ସହ ଛିଡ଼ା ହୋଇଛନ୍ତି ବୋଲି କହିଛନ୍ତି। 

ଦେବରାଜ ଅରୁଣା‌ଚଳ ପ୍ରଦେଶର ଏସ୍‌ଏସ୍‌ବି ବାଟାଲିୟନ‌ରେ କାର୍ଯ୍ୟରତ ଥିବା ବେଳେ ୨୦୨୩ ଏପ୍ରିଲ୍‌ ୫ରେ ଜସ୍ମିନଙ୍କୁ ବିବାହ କରିଥିଲେ। ସ୍ତ୍ରୀ ଗର୍ଭବତୀ ଥିବାରୁ ଦେବରାଜ ଗତ ଏପ୍ରିଲ ୧୮ରେ ଘରକୁ ଆସିଥିଲେ। ମେ ୨୦ ତାରିଖ ଯାଏଁ ତାଙ୍କର ଛୁଟି ଥିଲା। ଏପ୍ରିଲ୍‌ ୨୮ ତାରିଖରେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଜସ୍ମିନଙ୍କ ଅସ୍ତ୍ରୋପଚାର କରାଯାଇଥିଲା। ଏକ ଶିଶୁକନ୍ୟା ଜନ୍ମ ହୋଇଥିଲା। କିନ୍ତୁ ପ୍ରସବ ପରେ ସ୍ଥିତି ଗୁରୁତର ହୋଇ ପଡ଼ିବା ସହ ଶ୍ବାସକ୍ରିୟାରେ ସମସ୍ୟା ହେବାରୁ ଜସ୍ମିନଙ୍କୁ ୨୯ ତାରିଖରେ ବୁର୍ଲା ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେହି ଦିନଠାରୁ ତାଙ୍କର ଚେତା ଫେରିନଥିଲା। ସେପଟେ, ନବଜାତ ଶିଶୁକନ୍ୟାକୁ ଧରି ହସ୍ପିଟାଲରେ ସ୍ତ୍ରୀକୁ ଜଗି ରହିଥିବା ଦେବରାଜଙ୍କୁ ପଡ଼ିଥିଲା ଦେଶମାତୃକାର ଡାକରା। ଯୁଦ୍ଧ ପରିସ୍ଥିତି ପାଇଁ ଛୁଟି ବାତିଲ ହୋଇଯିବା ନେଇ ଗତ ୧୦ ତାରିଖ ରାତିରେ ନିର୍ଦ୍ଦେଶ ମିଳିବା ପରେ ସଂକଟାପନ୍ନ ପତ୍ନୀଙ୍କୁ ଆଇସିୟୁରେ ଛାଡ଼ି ୧୧ ତାରିଖ ସକାଳୁ ସେ ଅରୁଣାଚଳ ପ୍ରଦେଶ ଅଭିମୁଖେ ବାହାରି ଯାଇଥିଲେ। ଏହି ଖବର ପ୍ରସାରିତ ହେବା ପରେ ସ୍ବାସ୍ଥ୍ୟ ବିଭାଗର ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇ ଜସ୍ମିନ୍‌ଙ୍କ ଚିକିତ୍ସା କରାଯାଉଥିଲା। ହେଲେ ଆଜି ସକାଳୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ ଦେବରାଜଙ୍କୁ ଫେରାଇ ଆଣିବାକୁ ବିଭିନ୍ନ ମହଲରୁ ଦାବି ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe