ମହିଳାଙ୍କୁ ଘୋଷାଡ଼ି ନେବା ଘଟଣା: ୩ ପୁଲିସ୍ କର୍ମଚାରୀଙ୍କୁ ବଦଳି

Advertisment
ମହିଳାଙ୍କୁ ଘୋଷାଡ଼ି ନେବା ଘଟଣା: ୩ ପୁଲିସ୍ କର୍ମଚାରୀଙ୍କୁ ବଦଳି

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ସମ୍ମୁଖରେ ଗତ ୨୫ ତାରିଖ ସନ୍ଧ୍ୟାରେ ମହିଳାଙ୍କୁ ଘୋଷାଡି ନେଇଥିବା ଜଣେ କନେଷ୍ଟବଳ, ଜଣେ ଏଏସଆଇ ଏବଂ ଜଣେ ହୋମ ଗାର୍ଡ ଡ୍ରାଇଭରକୁ ଭଦ୍ରକ ଜିଲ୍ଲା ହେଡକ୍ୱାଟର୍ସକୁ ବଦଳି କରାଯାଇଛି। ସାମାନ୍ୟ ଘଟଣାରୁ ମହିଳା ଏବଂ କନେଷ୍ଟବଳଙ୍କ ବଚସାରୁ ଆରମ୍ଭ ହୋଇଥିଲା ବର୍ବରତା ।

ମହିଳା ପୁଲିସ୍ କର୍ମଚାରୀଙ୍କ ବଦଳରେ ପୁରୁଷ ପୁଲିସ୍ କର୍ମଚାରୀ ତାଙ୍କୁ ଘୋଷାଡି ଘୋଷାଡି ନେଉଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ପରେ ସାରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏହି ଘଟଣାରେ ଚାନ୍ଦବାଲି ଥାନାରେ ଦୁଇଟି ମାମଲା ରୁଜୁ ହୋଇଛି। ଦଳିତ ମହିଳା ଜଣଙ୍କ ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲା ବେଳେ ଅପରପକ୍ଷରେ କନେଷ୍ଟବଳଙ୍କୁ ଇଟା ପଥର ମାଡ଼ କରିବା ଏବଂ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ଘଟଣାରେ ଥାନାରେ ମାମଲା ଏକ ମାମଲା ମଧ୍ୟ ରୁଜୁ ହୋଇଛି। ଚାନ୍ଦବାଲି ଏସଡିପିଓ ସୂଚନା ଦେଇଛନ୍ତି ଅଭିଯୁକ୍ତଙ୍କୁ ଭଦ୍ରକ ହେଡକ୍ୱାଟର୍ସକୁ ପ୍ରାଥମିକ ବଦଳି କରାଯାଇଛି, ପରେ ତଦନ୍ତ କରାଯାଇ ସେମାନେ ଦୋଷୀ ସାବ୍ୟସ୍ତ ହେଲେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଗତ ୨୫ ତାରିଖ ସନ୍ଧ୍ୟାରେ ରାଜନଗରର ଅଞ୍ଚଳର ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ କିଏ ମାରପିଟ କରିଥିବା ନେଇ ଚାନ୍ଦବାଲି ଥାନାକୁ ଅଭିଯୋଗ କରିବା ପାଇଁ ଆସିଥିଲେ। ଥାନା ପରିସରରେ ପଡ଼ିଥିବା ଚପଲ ଖୋଳ ଧରି ମହିଳାଙ୍କ ଝିଅ ଖେଳୁଥିଲେ। ଝିଅ ଖେଳି ସାରିବା ପରେ ମହିଳା ଜଣଙ୍କ ଏହି ଖୋଳକୁ ଗେଟ୍‌ ପାଖକୁ ଫୋପାଡ଼ି ଦେଇଥିଲେ। ମାତ୍ର ଖୋଳକୁ ଡଷ୍ଟବିନରେ ପକାଇବାକୁ ଜଣେ କନଷ୍ଟେବଳ ମହିଳାଙ୍କୁ କହିଥିଲେ। ମାତ୍ର ସେ ମନା କରିବାରୁ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ କନଷ୍ଟେବଳ ମହିଳାଙ୍କ ଗାଲରେ ଚାପୁଡ଼ା ମାରିଥିବା ଅଭିଯୋଗ ହୋଇଛି।

ପରେ ମହିଳା ଜଣଙ୍କ ପାଟି କରିବାରୁ କନଷ୍ଟେବଳ ଜଣକ ତାଙ୍କୁ ଏକ ବାଡ଼ିରେ ନିର୍ଧୂମ ପିଟିଥିଲେ। ଏହାପରେ ୩ ଜଣ ପୋଲିସ ପହଞ୍ଚି ତାଙ୍କୁ ଜବରଦସ୍ତି ଟେକି ନେଇ ଥାନା ଗେଟ୍‌ ବାହାରେ ଛାଡ଼ି ଦେଇଥିଲେ। ଏହି ଟଣାଓଟରା ସମୟରେ ମହିଳାଙ୍କ ପିନ୍ଧା ଶାଢୀ ଚିରି ଯାଇଥିଲା। ଅସହାୟ ମହିଳାଙ୍କୁ ଜୋରଜବରଦସ୍ତି ଭାବେ ଟେକି ଟେକି ନେଇ ଯିବାର ଏ ଭିଡିଓ ସୋସିଆଲ ମିଡିଆ ଭାଇରାଲ ହୋଇଥିଲା। ପରେ ଏହି ଘଟଣାରେ ଅଭିଯୁକ୍ତ କର୍ମଚାରୀଙ୍କୁ ପୁଲିସ୍ ମୁଖ୍ୟାଳୟକୁ ବଦଳି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe