ରାୟଗଡ଼ା: ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ନାଗାବଳୀ ନଦୀରେ ମା’ ଆଗରେ ଭାସିଗଲା ପୁଅ। ସେ ହେଉଛନ୍ତି ରାୟଗଡ଼ା ଥାନା ଅନ୍ତର୍ଗତ ମାଙ୍କଡ଼ଝୋଲା ଗ୍ରାମର ଶ୍ରୀନିବାସ ଅଶୋକ କୁମାର(୩୨)। ଆଜି ଅପରାହ୍ଣରେ ଅଶୋକ ମା’ଙ୍କ ସହ ଚେକାଗୁଡ଼ା ନିକଟସ୍ଥ ନାଗାବଳୀ ନଦୀରେ ଗଣେଶ ମୂର୍ତ୍ତି ବିସର୍ଜନ ପାଇଁ ଯାଇଥିଲେ। ମା’ ନଦୀକୂଳରେ ଥିବା ବେଳେ ପୁଅ ଅଶୋକ ନଦୀରେ ଗଣେଶ ମୂର୍ତ୍ତି ବିସର୍ଜନ କରିଥିଲେ। କିଛି ପୂଜା ସାମଗ୍ରୀ ରହିଯାଇଥିବାରୁ ସେ ପୁଣି ଥରେ ନଦୀକୁ ଯାଇଥିଲେ। ମାତ୍ର ଗୋଡ଼ ଖସିଯିବାରୁ ପ୍ରଖର ସ୍ରୋତରେ ଭସି ଯାଇଥିଲେ। ମା’ ଏହାଦେଖି ଚିତ୍କାର କରିବାରୁ ପୋଲ ଉପରେ ଥିବା କିଛି ଲୋକ ଦମକଳ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି କରିଥିଲେ ହେଁ ତାଙ୍କର କୌଣସି ପତ୍ତା ମିଳିନାହିଁ। ସନ୍ଧ୍ୟା ହୋଇଯିବାରୁ ଅଗ୍ନିଶମ ବାହିନୀ ଫେରିଯାଇଛି। ଆସନ୍ତାକାଲି ପୁଣି ଖୋଜାଖୋଜି କରାଯିବ। ନିଖୋଜ ଯୁବକ ଜେକେ କାଗଜ କଳରେ କାର୍ଯ୍ୟ କରୁଛନ୍ତି।
ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ: ମା’ ଆଗରେ ଭାସିଗଲା ପୁଅ
Advertisment
Follow Us