କେନ୍ଦୁପତ୍ର ଫଡ଼ିରେ ଶିଶୁ ଶ୍ରମିକ ନିୟୋଜନ ଘଟଣା: ଜିଲ୍ଲାପାଳଙ୍କୁ ରିପୋର୍ଟ ତଲବ କଲେ ମାନବାଧିକାର କମିସନ

Advertisment
୨ ରୁଷିଆ ନାଗରିକଙ୍କ ମୃତ୍ୟୁ ମାମଲା: ତଦନ୍ତରେ ପୂର୍ଣ୍ଣଚ୍ଛେଦ

Image Courtesy of iPleaders Blog

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍‌ ଘାଟମାଲ ପଞ୍ଚାୟତ ତଲାକୋର୍ଟଠାରେ ଥିବା କେନ୍ଦୁପତ୍ର ଫଡ଼ିରେ ଶିଶୁ ଶ୍ରମିକ ନିୟୋଜିତ ହେବା ଘଟଣା ନେଇ ମାନବାଧିକାର କମିସନଠାରେ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକୁ ଭିତ୍ତି କରି ମାନବାଧିକାର କମିସନ ପକ୍ଷରୁ ଓଡ଼ିଶା ମୁଖ୍ୟ ଶାସନ ସଚିବ, ଜଙ୍ଗଲ ବିଭାଗ ସଚିବ ଏବଂ ନୂଆପଡ଼ା ଜିଲ୍ଲାପାଳଙ୍କୁ ରିପୋର୍ଟ ତଲବ କରିଥିବା ଜଣାପଡ଼ିଛି।

ଉକ୍ତ ଘଟଣା ନେଇ ଭବାନୀପାଟଣା ମାନବାଧିକାର କର୍ମୀ ଦିଲୀପ ଦାଶ ଜାତୀୟ ମାନବାଧିକାର କମିସନ ଠାରେ ଅଭିଯୋଗ କରିଥିଲେ। ଗତ ୩ ମଇରେ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ନେଇ ସେ ଅଭିଯୋଗ କରିଥିଲେ। ଏହି ଘଟଣାକୁ ଗୁରୁତ୍ୱର ସହ କମିସନ ନେଇ କେସ୍‌ ନଂମ୍ବର ୧୪୧୫/୧୮.୦୩.୨୦୨୨ ମାମଲା ଦାୟର କରି ୧୪ ଜୁନ୍‌ ୨୦୨୨ରେ ନୋଟିସ୍ ଜାରି କରିଛନ୍ତି। ଆସନ୍ତା ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe