ଆୟକର ବିଭାଗର ତନାଘନା ଜାରି: ୨୮୫ କୋଟି ବ୍ୟାଙ୍କରେ ଜମା

Advertisment

ଟିଟିଲାଗଡ଼ ବ୍ୟାଙ୍କ ଲକର୍‌ରୁ ସୁନା ଜବତ, ମୋଟ ଜବତ ଟଙ୍କାକୁ ନେଇ ଦ୍ବନ୍ଦ୍ବ

ଟିଟିଲାଗଡ଼ ବ୍ୟାଙ୍କ ଲକର୍‌ରୁ ସୁନା ଜବତ, ମୋଟ ଜବତ ଟଙ୍କାକୁ ନେଇ ଦ୍ବନ୍ଦ୍ବ

ଆୟକର ବିଭାଗର ତନାଘନା ଜାରି: ୨୮୫ କୋଟି ବ୍ୟାଙ୍କରେ ଜମା

ବଲାଙ୍ଗୀର/ଟିଟିଲାଗଡ଼: ବଲାଙ୍ଗୀର ମଦଭାଟିରୁ ମିଳିଥିବା ଟଙ୍କା ଗଣତି ପରେ ବ୍ୟାଙ୍କରେ ଜମା କରାଯାଇଛି। ଆଜି ବ୍ୟାଙ୍କର ଏକ ସ୍ବତନ୍ତ୍ର ଖାତାରେ ୨୮୫ କୋଟି ଟଙ୍କା ଜମା କରାଯାଇଥିବା ବ୍ୟା‌ଙ୍କ ପକ୍ଷରୁ ସୂଚନା ମିଳିଛି। ତେବେ ଆୟକର ବିଭାଗ ବଲାଙ୍ଗୀରରୁ କେତେ ଟଙ୍କା ଜବତ କରିଛି ତାହା ଆଜି ମଧ୍ୟ ସ୍ପଷ୍ଟ ହୋଇନାହିଁ। ଆଜି ଦିନତମାମ ଆୟକର ଅଧିକାରୀମାନେ ମଦଭାଟି ମଧ୍ୟରେ ଛାନ୍‌ଭିନ୍‌ କରି ବିଭିନ୍ନ କାଗଜପତ୍ର ଜବତ କରିଥିବା ସୂଚନା ମିଳିଛି। ବଲାଙ୍ଗୀର ସହରରେ ୫୦ରୁ ଅଧିକ ଆୟକର ଅଧିକାରୀଙ୍କ ସମେତ ବହୁ ସିଆଇଏସ୍‌ଏଫ୍‌ ଯବାନ ଡେରା ପକାଇଛନ୍ତି। ଆୟକର ବିଭାଗ ପକ୍ଷରୁ ଜବତ ଟଙ୍କାର ପରିମାଣ ସଂପର୍କରେ ଆନୁଷ୍ଠାନିକ ଭାବରେ ଏପର୍ଯ୍ୟନ୍ତ ଘୋଷଣା କରିନାହିଁ।

ସୋମବାର ଟିଟିଲାଗଡ଼ଠାରେ ଆୟକର ବିଭାଗ ଅଧିକାରୀମାନେ ମଦ ବ୍ୟବସାୟୀ ସଞ୍ଜୟ ସାହୁଙ୍କ ଘରକୁ ଯାଇ ତାଙ୍କ ପତ୍ନୀ ଆରତିଙ୍କ ସମ୍ପତ୍ତି ସଂପର୍କରେ ପଚରାଉଚରା କରିଥିଲେ। ପରେ ଆରତିଙ୍କ ଉପସ୍ଥିତିରେ ଏକ୍ସିସ ବ୍ୟାଙ୍କ ଓ ଉତ୍କଳ ଗ୍ରାମୀଣ ବ୍ୟାଙ୍କରେ ଥିବା ତାଙ୍କର ବ୍ୟାଙ୍କ ଖାତାଗୁଡ଼ିକ ଯାଞ୍ଚ କରିଥିଲେ। ଏକ୍ସିସ ବ୍ୟାଙ୍କରେ ଆରତିଙ୍କ ନାମରେ ଥିବା ୩ ଗୋଟି ଲକରରୁ ବହୁ ପରିମାଣରେ ସୁନା ଜବତ ହୋଇଥିବା ଜଣାଯାଇଛି। ଜବତ ମଧ୍ୟରେ ସୁନା ଗହଣା, ସୁନା ବିସ୍କୁଟ ଓ ହୀରା ଗହଣା ଭଳି ୪୦ ଗୋଟି ଜିନିଷ ଥିବା ଜଣାଯାଇଛି। ଏହାର ଓଜନ ଓ ମୂଲ୍ୟ ସଂପର୍କରେ ଜଣାପଡ଼ି ନାହିଁ। ପୂର୍ବରୁ ଟିଟିଲାଗଡ଼ରୁ ୧୧ କୋଟି ଟଙ୍କା ଜବତ ହୋଇଥିବା ବେଳେ ଦୀପକ ସାହୁ ଓ ସଞ୍ଜୟ ସାହୁଙ୍କୁ ଆୟକର ବିଭାଗ ଅଧିକାରୀମାନେ ପଚରାଉଚରା ଜାରି ରଖିଥିବା ଜଣାଯାଇଛି। ଏହି ମଦ ବ୍ୟବସାୟୀମାନଙ୍କ ନାମରେ ଥିବା ଅନ୍ୟ ବ୍ୟବସାୟିକ ସଂସ୍ଥା ସଂପର୍କରେ ମଧ୍ୟ ଆୟକର ବିଭାଗ ଛାନ୍‌ଭିନ୍‌ କରୁଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe