Advertisment

ବରଗଡ଼ ଜିଲ୍ଲାରେ ୧୪ଟି ସ୍ଥାନରେ ଆୟକର ଚଢ଼ଉ: ବିଲ୍‌ଡର୍‌, ବେପାରୀ ଛାନିଆ

Advertisment
ବରଗଡ଼ ଜିଲ୍ଲାରେ ୧୪ଟି ସ୍ଥାନରେ ଆୟକର ଚଢ଼ଉ: ବିଲ୍‌ଡର୍‌, ବେପାରୀ ଛାନିଆ

ବରଗଡ଼: ବରଗଡ଼ ସହର ସ‌ମେତ ଜିଲ୍ଲାର ୧୪ଟି ସ୍ଥାନରେ କେନ୍ଦ୍ରୀୟ ଆୟକର ବିଭାଗ ଚଢ଼ଉ କରିଛି। ବିଲ୍‌ଡର୍‌, ବେପାରୀ ଏବଂ ମନି ଲଣ୍ଡରିଂ ମାମଲାରେ ଜଡ଼ିତ ଥିବା ବ୍ୟକ୍ତିଙ୍କ ଘର ଏବଂ ଦପ୍ତରରେ ଏକକାଳୀନ ଚଢ଼ଉ ହୋଇଛି। ଗୁରୁବାର ସକାଳୁ ଆୟକର ଟିମ୍‌ ଚଢ଼ଉ ଆରମ୍ଭ କରିଥିଲା। ରିପୋର୍ଟ ଲେଖିବା ପର୍ଯ୍ୟନ୍ତ ତାହା ଜାରି ରହିଥିଲା। ସଶସ୍ତ୍ର ଯବାନଙ୍କ ଉପସ୍ଥିତିରେ ଚଢ଼ଉ ହୋଇଥିଲା। ତେବେ ଅଧିକାରୀମାନେ ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ଗୋପନ ରଖିବା ସହ କାହା ଘରେ କିମ୍ବା ଦପ୍ତରରେ ଚଢ଼ଉ ହେଲା, ସେ ନେଇ କିଛି ଟିପ୍ପଣୀ କରିନାହାନ୍ତି।

ସୂଚନା ମୁତାବକ, ବରଗଡ଼ ସହରର ଗଜାନନ କମ୍ପ୍ଲେକ୍ସସ୍ଥିତ ଏସ୍‌ଏସ୍‌ ଇନ୍‌ଫ୍ରା ଓ ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କ ଘର, ତଲିପଡ଼ାସ୍ଥିତ ଗୋଟିଏ ତେଲ କମ୍ପାନିର ଦପ୍ତର ଓ ଚକରକେନ୍ଦସ୍ଥିତ ଉକ୍ତ କମ୍ପାନିର କାରଖାନା, ଶ୍ୟାମା ଏନ୍‌କ୍ଲେଭ୍‌, ବାଲାଜୀ ସିଟି, ବାନ୍ଦୁଟିକ୍ରା, ଗଣପତି ଭିଲ୍ଲାରେ ରହୁଥିବା ବିଲ୍‌ଡର୍‌ ଏବଂ ବଡ଼ ବେପାରୀଙ୍କ ଘରେ ଚଢ଼ଉ ହୋଇଛି। ସେହିପରି ‌ସୋହେଲା ବ୍ଲକ୍‌ର ୨ଟି ସ୍ଥାନ, ଗୋଡ଼ଭଗା ଓ ଲରମ୍ଭାର ଗୋଟିଏ ଲେଖାଏଁ ବ୍ୟବସାୟୀଙ୍କ ଦପ୍ତର ଓ ଘରେ ଚଢ଼ଉ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe