କେନ୍ଦ୍ରାପଡ଼ା ଜିଲ୍ଲାର ୩ ଟ୍ରଲର ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ାଉ

Advertisment
ବୀମା କଂପାନିକୁ ଆୟକର ନୋଟିସ୍‌

Deccan Herald

ଭୁବନେଶ୍ୱର: ଓଡ଼ିଶାର ୨୬ଟି ଜାଗାରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ ଚାଲିଛି। ମତ୍ସ୍ୟ ଚାଷ ଖାଦ୍ୟ ଦାନା, ବୋଟ ଓ ଟ୍ରଲର ଇତ୍ୟାଦି ବ୍ୟବସାୟୀଙ୍କ ଘରେ ଚାଲିଛି। ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଉପାନ୍ତ ଅଞ୍ଚଳ ତାଲଚୁଆରେ ଚାଲିଛି ଚଢ଼ାଉ। ୬ଟି ଟିମରେ ପ୍ରାୟ ୪୦ ଜଣ ସାମିଲ ହେଇଛନ୍ତି। ଏଥିସହ ପଟ୍ଟାମୁଣ୍ଡାଇରେ ବି ଚଢ଼ାଉ ଚାଲିଛି। ବ୍ୟାପକ ଅନିୟମିତତା ଅଭିଯୋଗରେ କାଗଜପତ୍ର ଯାଞ୍ଚ କରୁଛି ଟିମ୍।

ତାଲାଚୁଆର ମଦନ ଦେବନାଥ, ଅମୋଲ ପ୍ରଧାନ ଓ ସୋର୍ଜେଶ ମଣ୍ଡଳଙ୍କ ତାଳଚୁଆ ବାସଭବନରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଉଛି। ଏମାନଙ୍କର ବାଲେଶ୍ଵର, ଧାମରା, କଟକ ଓ ଭୁବନେଶ୍ବରରେ ଘର ରହିଥିବାର ଖବର ମିଳିଛି। ମଦନ ଦେବନାଥଙ୍କ ପାଖରେ ରହିଛି  ୧୪ଟି ଟ୍ରଲର। ଗୋଟିକର ମୂଲ୍ୟ ଦେଢ଼ କୋଟି। ଏହାଛଡ଼ା ତାଙ୍କର ୧୦ଟି ଟ୍ରକ୍ ବି ଅଛି। ଏଥିରୁ ବର୍ଷକୁ ୪୦୦ କୋଟିର କାରବାର ହେଉଥିବା ଜଣାଯାଇଛି। ଏଣେ ଅମୋଲ ପ୍ରଧାନଙ୍କର ୪ଟି ଟ୍ରଲର ସହ ପେଟ୍ରୋଲ ପମ୍ପ, ବରଫ ଫ୍ୟାକ୍ଟ୍ରି  ଓ ଟ୍ରକ୍ ରହିଛି। ସେହିପରି ସୋର୍ଜେଶ ମଣ୍ଡଳଙ୍କର ଦୁଇଟି ଟ୍ରଲର ରହିଛି। ଏମାନେ ଆୟକର ଫାଙ୍କୁଥିବା ସନ୍ଦେହରେ ଚଢ଼ାଉ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe