ଆୟକର ଫାଙ୍କିଥିବା ନେଇ ମଦ ବ୍ୟବସାୟୀଙ୍କ ଘରେ ଚଢ଼ଉ

Advertisment
ଆୟକର ଫାଙ୍କିଥିବା ନେଇ ମଦ ବ୍ୟବସାୟୀଙ୍କ ଘରେ ଚଢ଼ଉ

ରାୟଗଡା: ରାୟଗଡ଼ା ଜିଲ୍ଲାର ବିଶିଷ୍ଟ ମଦ ବ୍ୟବସାୟୀ ଅରବିନ୍ଦ ସାହୁଙ୍କ ଘରେ ଏବଂ ଅଫିସ ସମେତ ହୋଟେଲରେ ଆୟକର ଚଢଉ ହୋଇଛି। ଆୟକର ଫାଙ୍କିଥିବା ନେଇ ଆୟକର ବିଭାଗ ନିକଟରେ ଅଭିଯୋଗ ହେବା ପରେ ଅତି ଗୋପନୀୟତାରେ ଆଜି ସକାଳୁ କଡା ସୁରକ୍ଷାରେ ମଦ ବ୍ୟବସାୟୀଙ୍କ ଘରେ ଚଢ଼ଉ କରାଯାଇଛି। ଏକାକାଳୀନ ଶ୍ରୀ ସାହୁଙ୍କ ଘରେ, ଅଫିସ ଏବଂ ସଂପର୍କୀୟଙ୍କ ଘରେ ଚଢ଼ଉ କରାଯାଇଯାଇଥିଲା। ଘର ଭିତରକୁ କାହାକୁ ପଶିବାକୁ ବାରଣ କରାଯାଇଥିଲା। ପୁଲିସ ଘର ଏବଂ ଅଫିସରେ ପଇଁତରା ମାରୁଥିଲେ। ତେବେ ଆୟକର ବିଭାଗର ୫ ଜଣିଆ ଟିମ ଏହି ଚଢ଼ଉରେ ସାମିଲ ଥିବା ଜଣାପଡିଛି। କିନ୍ତୁ କେତେ ଆୟକର ଫାଙ୍କିଛନ୍ତି ତାହା ଜଣାପଡ଼ି ନାହିଁ।ଏନେଇ ଆୟକର ବିଭାଗର ତଦନ୍ତକାରୀ ଅଧିକାରୀମାନେ କିଛି କହିବାକୁ ସଫା ସଫା ମନା କରିଦେଇଥିଲେ। ତଦନ୍ତ ପରେ ଅବଗତ କରାଯିବ ବୋଲି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe