ଖଣି ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ାଉ

Advertisment

୪ ବ୍ୟବସାୟୀଙ୍କ ଘର, ଅଫିସ୍‌ରେ କାଗଜପତ୍ର ଯାଞ୍ଚ୍‌

୪ ବ୍ୟବସାୟୀଙ୍କ ଘର, ଅଫିସ୍‌ରେ କାଗଜପତ୍ର ଯାଞ୍ଚ୍‌

ଖଣି ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ାଉ

ଯାଜପୁର/ ଚଢ଼େଇଧରା/ ଭୁବେନଶ୍ବର : ପୁଣି ଚର୍ଚ୍ଚାକୁ ଆସିଛନ୍ତି ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲର ଲଘୁ ଖଣିଜ ବ୍ୟବସାୟୀ। ହାଇଦ୍ରାବାଦରୁ ଆସି ଓଡ଼ିଶାରେ ଦୀର୍ଘ ୧୦ ବର୍ଷରୁ ଊର୍ଦ୍ଧ୍ବ ହେବ ପଥର ବ୍ଲାଷ୍ଟିଂ କରୁଥିବା ଜଣେ ରେଜିଂ ଠିକାଦାର ମନୋହର ରେଡ୍ଡୀଙ୍କ ସଂପର୍କରେ ଥିବା କ୍ରସର ମାଲିକଙ୍କ ଘରେ ଆୟକର ବିଭାଗ ଗୁରୁବାର ସକାଳୁ ଚଢ଼ାଉ କରିଛି। ଧର୍ମଶାଳା ଅଞ୍ଚଳର କ୍ରସର ମାଲିକ ତଥା ପରିବହନ ସଂସ୍ଥ‌ା ଚଳାଉଥିବା ବ୍ୟକ୍ତିଙ୍କ ଘର, ଅଫିସ ଓ ବିଭିନ୍ନ ସ୍ଥାନରେ ଏକକାଳୀନ ଚଢ଼ଉ ହୋଇଛି।

publive-image

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ହାଇଦ୍ରାବାଦର ଠିକାଦାର (ପଥର ଡ୍ରିଲିଙ୍ଗ୍‌ ବ୍ଲାଷ୍ଟିଂ) ଶ୍ରୀରେଡ୍ଡୀଙ୍କ ବ୍ୟାବସାୟିକ କାରବାର ଉପରେ ଏହି ଚଢ଼ାଉ ହୋଇଛି। ହାଇଦ୍ରାବାଦ ଆୟକର ଟିମ୍‌ ସହ ଭୁବନେଶ୍ୱର ଟିମ୍‌ ଓ ସ୍ପେଶାଲ ଆର୍ମଡ୍‌ ଫୋର୍ସ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି। ଯେହେତୁ ସେ ଓଡ଼ିଶାର ଯାଜପୁର ଓ କେନ୍ଦୁଝର ଜିଲ୍ଲାର ଖଣିଖାଦାନରେ ପାହାଡ଼ ବିସ୍ଫୋରଣ ଘଟାଇଥା’ନ୍ତି, ତେଣୁ ତାଙ୍କ ସଂପର୍କରେ ଥିବା ୪ ଓଡ଼ିଆ ଲଘୁ ଖଣିଜ ବ୍ୟବସାୟୀଙ୍କ ଘର ତଥା କାର୍ଯ୍ୟାଳୟରେ ଖୋଳତାଡ଼ କରାଯାଉଛି। ହାଇଦ୍ରାବାଦ୍‌ ଠିକାଦାରଙ୍କ ଜରିଆରେ ପାହାଡ଼ ଫଟାଉଥିବା ତଥା ଓଡ଼ିଶାରେ ବ୍ୟବସାୟ ସମ୍ପର୍କ ଥିବା ଶ୍ରୀବାସ ଜେନାଙ୍କ ଏସ୍‌ଟି ମିନେରାଲସ ଓ ଭୁବନେଶ୍ବର ବରମୁଣ୍ଡାସ୍ଥିତ ବାସଭବନ , ନିରଞ୍ଜନ ଦେଓଙ୍କ କୋଣାର୍କ ଟ୍ରାନ୍ସ୍‌ପୋର୍ଟ, ପ୍ରଶାନ୍ତ କୁମାର ଜେନା (ବାବୁଲି)ଙ୍କ ପିକେ ଜେନା ମିନେରାଲସ ଓ ଅପୂର୍ବ ସାହୁ (ଝାଲୁ)ଙ୍କ ଅରୁଣୀ ଟ୍ରାନ୍ସପୋର୍ଟ କାର୍ଯ୍ୟାଳୟରେ ଏହି ଟିମ୍‌ କାଗଜପତ୍ର ଯାଞ୍ଚ କରୁଛନ୍ତି।

ଉପସ୍ଥିତ ଅଧିକାରୀମାନେ କ୍ରସର ନିକଟରେ ଫଟୋ ଉଠାଇବାକୁ ବାରଣ କରିବା ସହ କୌଣସି ସୂଚନା ଦେଇ ନଥିଲେ। ଅନ୍ୟ ଜାଗାରେ ଚଢ଼ଉ ଜାରିରହିଛି, ଅଧିକାରୀମାନେ ପରେ ସୂଚନା ଦେବେ ବୋଲି କହିଥିଲେ। ଅନ୍ୟପକ୍ଷରେ, ଉପରୋକ୍ତ କୌଣସି କ୍ରସର ମାଲିକଙ୍କ ସହ ମଧ୍ୟ ଯୋଗାଯୋଗ ହୋଇପାରୁନାହିଁ। ଯାଜପୁର ଓ କେନ୍ଦୁଝର ଜିଲ୍ଲାର କେତେକ ପ୍ରଭାବଶାଳୀ ରାଜନେତାଙ୍କ ସହ ହାଇଦ୍ରାବାଦ୍‌ର ଏହି ଠିକାଦାରଙ୍କ ମଧୁର ସମ୍ପର୍କ ଥିବା ମଧ୍ୟ ଚର୍ଚ୍ଚା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe