ଦୁଇଟି ଖଣିରେ ଆୟକର ଚଢ଼ଉ

ବୀମା କଂପାନିକୁ ଆୟକର ନୋଟିସ୍‌

Deccan Herald

ଯୋଡା/ଭୁବନେଶ୍ବର : ଯୋଡ଼ା ଖଣି ମଣ୍ଡଳ ଅନ୍ତର୍ଗତ ବଳଦାସ୍ଥିତ ସିରାଜୁଦ୍ଦିନ୍ ଖଣି କମ୍ପାନିରେ ଆଜି କେନ୍ଦ୍ରୀୟ ଆୟକର ବିଭାଗର ଚଢ଼ଉ କରାଯାଇଛି। କେନ୍ଦୁଝର ସହରସ୍ଥିତ ଏହାର ଖଣି କାର୍ଯ୍ୟାଳୟ ସମେତ ଯୋଡ଼ା ଓ କୋଲକାତା କାର୍ଯ୍ୟାଳୟରେ ଚଢ଼ଉ ଚାଲିଥିବା ସୂଚନା ମିଳିଛି। ସେହିପରି ଯାଜଦାନୀ ଉପରେ ବି ଚଢ଼ଉ ହୋଇଛି।

ଖଣି ନିଲାମ ପ୍ରକ୍ରିୟା ପରେ ବଳଦା ଖଣିକୁ ପୁନଃ ସିରାଜୁଦ୍ଦିନ କମ୍ପାନି ହାତେଇ ଥିଲେ ହେଁ ବିଭିନ୍ନ ବୈଧାନିକ କାରଣ ହେତୁ ଏହା ବନ୍ଦ ହୋଇଯାଇଥିଲା। ମାତ୍ର, ଏକ ମାସ ହେଲା ଏହି ଖଣିରେ ପୂର୍ବ ଗଚ୍ଛିତ ଖଣିଜକୁ ପରିବହନ ପାଇଁ ସରକାରୀ ଅନୁମୋଦନ ମିଳିଥିଲା। ପରିବହନ କାର୍ଯ୍ୟ ଚାଲିଥିବା ବେଳେ ଆଜି ଏହି ଚଢ଼ଉ କରାଯାଇଛି।

ଆଜି ସକାଳୁ ଆୟକର ବିଭାଗର ୨୬ଟି ଟିମ୍ ଦୁଇଟି ସଂସ୍ଥାର ଭୁବନେଶ୍ବର ଘର, କାର୍ଯ୍ୟାଳୟ ସମେତ କୋଲକାତା, କେନ୍ଦୁଝର, ବଡ଼ବିଲ, ଜଗତସିଂହପୁର ଆଦିରେ ଚଢ଼ଉ କରାଯାଇଥିଲା। ଚଢ଼ଉବେଳେ ଆୟକର ବିଭାଗ ଅନେକ ଗୁରତ୍ବପୂର୍ଣ୍ଣ କାଗଜପତ୍ର, ବ୍ୟାଙ୍କ ଡକ୍ୟୁମେଣ୍ଟ, ଆୟକର ସମ୍ପର୍କିତ କାଗଜପତ୍ର ଜବତ କରିଛି। ଦୁଇ ସଂସ୍ଥାର ମୁଖ୍ୟଙ୍କୁ ଆୟକର ବିଭାଗ ପକ୍ଷରୁ ନୋଟିସ୍ କରାଯାଇଛି। ସେମାନେ ତୁରନ୍ତ ଆୟକର ବିଭାଗ କାର୍ଯ୍ୟାଳୟରେ ହାଜର ହୋଇ ନିଜ ପକ୍ଷ ରଖିବେ ବୋଲି ସୂଚନା ମିଳିଛି। ଆୟକର ବିଭାଗ ସହିତ ଡାଇରେକ୍ଟର ଜେନେରାଲ କମର୍ସିଆଲ ଇଣ୍ଟେଲିଜେନ୍ସ (ଡିଜିସିଆଇ)ର ଅଧିକାରୀମାନେ ଏହି ଚଢ଼ଉରେ ସାମିଲ୍‌ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe