ଲକଡାଉନ୍ ପରେ ହେବ +୨ ପରୀକ୍ଷା, ୭ ଦିନ ଆଗରୁ ଛାତ୍ରଛାତ୍ରୀଙ୍କୁ ସୂଚନା ଜାରି କରାଯିବ

Advertisment
ଅଗଷ୍ଟ ୨୧ ସୁଦ୍ଧା ଯୁକ୍ତ୨ ବିଜ୍ଞାନ ରେଜଲ୍ଟ

newstm

ଭୁବନେଶ୍ବର: କରୋନା ପାଇଁ ହୋଇପାରି ନଥିବା ଯୁକ୍ତ ଦୁଇ ପରୀକ୍ଷା ହେବ କି ନାହିଁ ସେ ନେଇ ଛାତ୍ରଛାତ୍ରୀ ଦ୍ୱନ୍ଦ୍ୱରେ ଥିବା ବେଳେ ଏହା ଉପରୁ ପରଦା ହଟାଇଛି ଗଣଶିକ୍ଷା ବିଭାଗ । ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାଶ ସ୍ପଷ୍ଟ କରିଛନ୍ତି ଯେ, ପରୀକ୍ଷା ବନ୍ଦ ହେବାର ସମ୍ଭାବନା ନାହିଁ।  ଲକଡାଉନ୍ ହଟିବା ପରେ ରାଜ୍ୟରେ ହୋଇପାରି ନଥିବା ବିଷୟର ପରୀକ୍ଷା ହେବ ଏବଂ ପରୀକ୍ଷାର ୭ ଦିନ ଆଗରୁ ଏ ନେଇ ଛାତ୍ରଛାତ୍ରୀଙ୍କୁ ଅବଗତ କରାଯିବ ।

ଗତକାଲି  କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ସହ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଶିକ୍ଷା ମନ୍ତ୍ରୀ ଓ ସଚିବଙ୍କ ବୈଠକ ହୋଇଥିଲା । ସ୍ଥଗିତ ଥିବା ଅବଶିଷ୍ଟ ଯୁକ୍ତ୨ ପରୀକ୍ଷା ହେବ କି ନାହିଁ, ତାକୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଉଥିବା ବେଳେ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ଏନେଇ ରାଜ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି। ସିବିଏସ୍‌ଇର ବାକି ଥିବା ଦ୍ବାଦଶ ପାଠ୍ୟକ୍ରମର ସିବିଏସ୍‌ଇ ପରୀକ୍ଷା ହେବା ମାତ୍ରେ ଅବଶିଷ୍ଟ ଯୁକ୍ତ୨ ପରୀକ୍ଷା କରିବାକୁ ଆଲୋଚନା ବେଳେ କୁହାଯାଇଛି।

ସେପଟେ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ଯୁକ୍ତ ଦୁଇର ବଳକା ଥିବା ସମସ୍ତ ପରୀକ୍ଷା ସଙ୍ଗେ ସଙ୍ଗେ କରାଯିବ ଏବଂ ଫଳାଫଳ ମଧ୍ୟ ଶୀଘ୍ର ପ୍ରକାଶ ପାଇବ। ସେହିପରି ଲକଡାଉନ୍ ସରିବାର ୭ ଦିନ ଭିତରେ ଆରମ୍ଭ ହେବ ଦଶମ ଶ୍ରେଣୀ ଖାତା ଦେଖା ଏବଂ ୪୫ ଦିନ ଭିତରେ ଖାତା ମୂଲ୍ୟାୟନ ସହ ଫଳ ପ୍ରକାଶ ପାଇବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe