ଭୁଲ ତଥ୍ୟ ଦାଖଲ ମାମଲା: ମାମଲା ଦାଖଲ ପୂର୍ବରୁ ଯତ୍ନଶୀଳ ହେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ଆଶ୍ବସ୍ତି: ନିର୍ବାଚନୀ ମୋକଦ୍ଦମାକୁ ଖାରଜ କଲେ ହାଇକୋର୍ଟ

Image Courtesy of The New Indian Express

କଟକ : ଅଦାଲତରେ ଭୁଲ ତଥ୍ୟ ଦାଖଲ ଘଟଣାରେ ଜଣେ ଆବେଦନକାରୀ ଦଣ୍ଡିତ ହେବାରୁ ଅଳ୍ପକେ ବର୍ତ୍ତିଛନ୍ତି। ଆବେଦନକାରୀଙ୍କ ଯୁବ ବୟସ ଓ ଅପରିପକ୍ବ କ୍ୟାରିୟରକୁ ବିଚାରକୁ ନେଇ ହାଇକୋର୍ଟ ତାଙ୍କୁ ଚେତାବନୀ ଦେଇଛନ୍ତି। ଭବିଷ୍ୟତରେ ମାମଲା ଦାଖଲ ପୂର୍ବରୁ ଯତ୍ନଶୀଳ ହେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ମାମଲା ଶୁଣାଣିରେ ହାଇକୋର୍ଟ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ଜଷ୍ଟିସ ଜେ.ସିଂହ ଓ ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ନ୍ୟାସନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ ‘ନିଟ୍ ଫଳରେ ତ୍ରୁଟି ଅଭିଯୋଗ କରି ଏମବିବିଏସ୍ ପାଠ୍ୟକ୍ରମରେ ନାମଲେଖା ପାଇଁ ଆଶାୟୀ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଆବେଦନକାରୀଙ୍କୁ ୭୨୦ ମାର୍କରୁ ମାତ୍ର ୯୯ ମାର୍କ ମିଳିଥିବା ବେଳେ ସେ ଅତି କମ୍‌ରେ ୭୦୨ ମାର୍କ ପାଇବାକୁ ହକଦାର ବୋଲି ଦର୍ଶାଇଥିଲେ। ହାଇକୋର୍ଟ ଏହି ପ୍ରସଂଗକୁ ଗୁରୁତ୍ବର ସହିତ ଗ୍ରହଣ କରି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସିକୁ ନୋଟିସ୍ ଜାରି କରିବା ସହିତ ଆବେଦନକାରୀଙ୍କ ଓରିଜିନାଲ ଓଏମଆର ସିଟ୍ ସହିତ ୨୦୨୧, ନଭେମ୍ବର ୧ରେ ପ୍ରକାଶିତ ଆନସର କି ଦାଖଲ ପାଇଁ ନଭେମ୍ବର ୧୧ରେ ନିର୍ଦ୍ଦେଶ ଦେଇଥି‌ଲେ। ମୁଦା ଲଫାପାରେ ଏ ସଂପର୍କିତ ଓରିଜିନାଲ ରେକର୍ଡ ହାଇକୋର୍ଟରେ ଦାଖଲ କରାଯାଇଥିଲା। ଆବେଦନକାରୀଙ୍କ ଦାବି ଭୁଲ ବୋଲି ରେକର୍ଡରୁ ଜଣା ପଡିଥିଲା। ସେ ୭୮/୮୦ଟି ପ୍ରଶ୍ନର ଉତ୍ତର ଦେବାକୁ ଉଦ୍ୟମ କରି ନଥିବା ସ୍ପଷ୍ଟ ହୋଇଥିଲା। ଆବେଦନକାରୀ ବାଟବଣା କରିବାକୁ ଚେଷ୍ଟା କରିଥିବାରୁ ତାଙ୍କ ଉପରେ ଦୃଷ୍ଟାନ୍ତମୂଳକ ଜରିମାନା (କଷ୍ଟ୍) କରାଯିବା ଉଚିତ ବୋଲି ହାଇକୋର୍ଟ କହିଛନ୍ତି। କିନ୍ତୁ ଯୁବାବସ୍ଥାରେ ଥିବା ଆବେଦନକାରୀଙ୍କ ଅପରିପକ୍ବ ପ୍ରଫେସନାଲ କ୍ୟାରିୟରକୁ ଦୃଷ୍ଟିରେ ରଖି ହାଇକୋର୍ଟ ତାଙ୍କୁ ଦଣ୍ଡିତ ନ କରି ଚେତାବନୀ ଦେଇ ଛାଡି ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe