ବସ୍‌ ଭଡ଼ା ବଢ଼ିଲା

Advertisment
ବସ୍‌ ଭଡ଼ା ବଢ଼ିଲା

ଭୁବନେଶ୍ୱର: ରାଜ୍ୟ ସରକାର ଆଜି ବସ୍‌ ଭଡ଼ା ବଢ଼ାଇଛନ୍ତି। ସାଧାରଣ ଓ ଏକ୍ସପ୍ରେସ୍‌ ବସ୍‌ ଭଡ଼ା କିଲୋମିଟର୍‌ ପିଛା ୨ ଟଙ୍କା ଏବଂ ଡିଲକ୍ସ ଓ ଏସି ଡିଲକ୍ସ ବସ୍‌ ଭଡ଼ା କିଲୋମିଟର୍‌ ପିଛା ୪ ପଇସା ବଢ଼ିଛି। ନୂଆ ଭଡ଼ା ହିସାବରେ ଯାତ୍ରୀଙ୍କୁ ଏବେ ସାଧାରଣ ବସ୍‌ ପାଇଁ କିଲୋମିଟର୍‌ ପିଛା ୬୭ ପଇସା ଓ ଏକ୍ସପ୍ରେସ୍‌ ବସ୍‌ ପାଇଁ ୭୦ ପଇସା ଦେବାକୁ ପଡ଼ିବ। ଡିଲକ୍ସ ବସ୍‌ର ନୂଆ ଭଡ଼ା ହୋଇଛି କିଲୋମିଟର ପିଛା ୯୫ ପଇସା ଓ ଏସି ଡିଲକ୍ସ ବସ୍‌ର ଭଡ଼ା କିଲୋମିଟର ପିଛା ୧ ଟଙ୍କା ୧୭ ପଇସା। ତେଲ ଦର ବୃଦ୍ଧି ହୋଇଥିବାରୁ ‘ଅଟୋମେଟିକ୍‌ ଫେୟାର୍‌ ଆଡ୍‌ଜଷ୍ଟମେଣ୍ଟ୍‌ ମେକାନିଜିମ୍‌’ ମାଧ୍ୟମରେ ଭଡ଼ା ବୃଦ୍ଧି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe