୧ ମାସ ପରେ ଦୈନିକ ସଂକ୍ରମଣରେ ବୃଦ୍ଧି

Advertisment
ଦୈନିକ କରୋନା ସଂକ୍ରମଣ ୨ଶହ ଟପିଲା, ଖୁବ୍‌ଶୀଘ୍ର ରାଜ୍ୟବ୍ୟାପୀ ମାସ୍କ କଟକଣା !

indianexpress.com

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ ୧୦ତଳକୁ ଖସି ଆସିଥିଲା। ହେଲେ ଠିକ୍ ୧ମାସ ପରେ ଦୈନିକ ସଂକ୍ରମଣରେ ସାମାନ୍ୟ ବୃଦ୍ଧି ଦେଖିବାକୁ ମିଳିଛି। ଗତ ୨୪ଘଣ୍ଟାରେ ୭ଟି ଜିଲ୍ଲାରୁ ୧୮ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏଥିରେ ୦-୧୮ବର୍ଷର ୪ଜଣ ପିଲା ରହିଛନ୍ତି। ଖୋର୍ଧାରୁ ସର୍ବାଧିକ ୭, ନୂଆପଡ଼ା ୩, ବାଲେଶ୍ବର, ସମ୍ବଲପୁରରୁ ୨ ଲେଖାଏ, ବଲାଙ୍ଗୀର, କେନ୍ଦୁଝର, ସୋନପୁରରୁ ଜଣେ ଲେଖାଏ ଆକ୍ରାନ୍ତ ବାହାରିଛନ୍ତି। ‌ତେବେ କୌଣସି ନୂଆ କରୋନା ମୃତ୍ୟୁ ଘୋଷଣା ହୋଇନାହିଁ। ଆଜି ରାଜ୍ୟରେ ୧୪ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଯାହାଫଳରେ ରାଜ୍ୟରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୮୫ରେ ରହିଛି। ତେବେ ଦିଲ୍ଲୀରେ କରୋନା ସଂକ୍ରମଣକୁ ନଜରରେ ରଖି ବିମାନ ବନ୍ଦର ଓ ରେଳ ଷ୍ଟେସନ୍‌ରେ ଆବଶ୍ୟକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ଲାଗି ଗତକାଲି ସ୍ବାସ୍ଥ୍ୟ ମନ୍ତ୍ରୀ ବିଭାଗକୁ ନିର୍ଦେଶ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe