ବିନିକା ଅଞ୍ଚଳରେ ଚୋରି ଘଟଣା ବୃଦ୍ଧି, ପୁଲିସ ହାତ ଖାଲି; ପ୍ରତିବାଦରେ ରାସ୍ତାରୋକ

Advertisment
ବିନିକା ଅଞ୍ଚଳରେ ଚୋରି ଘଟଣା ବୃଦ୍ଧି, ପୁଲିସ ହାତ ଖାଲି; ପ୍ରତିବାଦରେ ରାସ୍ତାରୋକ

ବିନିକା : ବିନିକା ଅଞ୍ଚଳରେ ଚୋରି ଘଟଣା ବଢ଼ୁଥିଲେ ମଧ୍ୟ ପୁଲିସ ଚୋରମାନଙ୍କୁ ଧରିବାରେ ବିଫଳ ହେଉଛି। ଏହାର ପ୍ରତିବାଦରେ ଗୁରୁବାର ସୋନପୁର- ବିନିକା ମୁଖ୍ୟ ରାସ୍ତା ଉର୍ଲ୍ଲେ ଛକଠାରେ ଅଞ୍ଚଳବାସୀ ରାସ୍ତାରୋକ କରିଥିଲେ। ଚରଦା ଶ୍ରୀ ଶ୍ରୀ କପିଳେଶ୍ବର ଟ୍ରଷ୍ଟବୋର୍ଡ଼ କର୍ମକର୍ତ୍ତା, କପିଳେଶ୍ବର ସେବାୟତ ସଂଘ, ସର୍ବସାଧାରଣ ଏହି ରାସ୍ତାରୋକରେ ସାମିଲ ହୋଇଥିଲେ। ସକାଳ ୭ ଘଣ୍ଟାରୁ ରାସ୍ତାରୋକ ହେବାରୁ ଯାନବାହନ ଅଟକି ରହିଥିଲା। ସାଧାରଣ ଜନତା ନାହିଁ ନଥିବା ହଇରାଣ ହରକତ ହୋଇଥିଲେ। ଆନ୍ଦୋଳନକାରୀମାନେ ମନ୍ଦିରର ଚୋରିକୁ ନେଇ ପୁଲିସ ପ୍ରଶାସନ ଉପରେ ବର୍ଷିଥିଲେ। ମନ୍ଦିରକୁ ସୁରକ୍ଷା ଯୋଗାଇବା, ବ୍ଲକ୍‌ରେ ଚୋରି ଡକାୟତି ବନ୍ଦ ଦିଗରେ ପଦକ୍ଷେପ ନେବା ଆଦି ଦାବି କରିଥିଲେ। ଘଟଣାସ୍ଥଳରେ ତହସିଲଦାର ମୁକ୍ତେଶ୍ବର ପାଣିଗ୍ରାହୀ, ଏସ୍‌ଡିପିଓ ପୁଷ୍ପାଞ୍ଜଳି ନିଙ୍ଗି, ଆଇଆଇସି ପବିତ୍ର ସାହୁ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ। ୨୫ ଦିନ ମଧ୍ୟରେ ଦୃଢ଼ ପଦକ୍ଷେପ ନିଆଯିବ ବୋଲି ଲିଖିତ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା।

ରାସ୍ତାରୋକରେ କପିଳେଶ୍ବର ମନ୍ଦିର ଟ୍ରଷ୍ଟ ସଭାପତି ଅଶୋକ ପୃଷ୍ଟି, ପ୍ରଶାନ୍ତ ପୂଜାହାରୀ, ଆଶିଷ ମଲ୍ଲିକ, ବଳିଷ୍ଠ ଥନାପତି, କଂଗ୍ରେସ ନେତା ପ୍ରଦୀପ ସେଠୀ, ସେବାୟତ ରୁଦ୍ର ଥନାପତି, ପଦ୍ମନ ଥନାପତି, ବୀର ଥନାପତି, ବୀରେନ୍ଦ୍ର ଥନାପତି, ବେଦ ଥନାପତି, ରଘୁନ‌ାଥ ଥନାପତି, ଧର୍ମେନ୍ଦ୍ର ଥନାପତି, ପ୍ରଶାନ୍ତ ଥନାପତି, ପୂର୍ବ ସମିତିସଭ୍ୟ ଭୀମସେନ ସାହୁ, ମହାଦା ସରପଞ୍ଚ ଭୀମସେନ ସିଂହଦେଓ ପ୍ରମୁଖ ଉପସ୍ଥତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe